ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଭିତରେ କେଉଁ ଦିଗରେ କଣ ରହିଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଆସନ୍ତୁ ଜାଣିବା। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଅଫସେଟ୍ ପ୍ରିନ୍ଟିଂ ସହିତ ଜଡିତ ସେ ସମୟର ଦିଲ୍ଲୀପ ପାଲ୍ ହୋମ୍ ଶାନ୍ତି ଟିମ୍ କୁ ନିଜ ଘରକୁ ଡକାଇ ଥିଲେ । ତାଙ୍କ ସହିତ କିଛି ପୁରୁଣା ଅନୁଭୂତି ସେ ସେୟାର ମଧ୍ୟ କରିଥିଲେ । ସେ ଆଗ୍ରହ ସହକାରେ ହୋମ୍ ଶାନ୍ତି ଟିମ୍ କୁ ନିଜ ଘରକୁ ନିମନ୍ତ୍ରଣ କରିବାର ମୂଳ ଉଦ୍ଦେଶ୍ୟ କହିଥିଲେ ଯେ ଜୀବନରେ ବହୁତ ପରିଶ୍ରମ କରି ପାଣି ଛଡାଇ ସେ ଘର ଖଣ୍ଡେ କରିଛନ୍ତି । ଘରେ କାଳେ କିଛି ବାସ୍ତୁ ଶାସ୍ତ୍ରର ଭୁଲ୍ ଭାଲ୍ ରହିଛି କି ନାହିଁ ସବୁ ଠିକ୍ ଅଛି କି ନାହିଁ ସେ ପାଇଁ ନିମନ୍ତ୍ରଣ କରିଥିଲେ ।
ଜ୍ୟୋତିଷବିତ୍ କହିଥିଲେ ଯେ ପ୍ରଥମେ ଘର ନିର୍ମାଣ ପୂର୍ବରୁ ସେଇ ମାଟିର ପରୀକ୍ଷା କରିଦେବା ଉଚିତ । ଯେଉଁଥିପାଇଁ ସେଠାରେ ଘର କରାଇ ନ ଦେବାକୁ ସେ ଗୋଡ଼ାଇ ଥିବ । କାହିଁକି ନା ମାଟିଟି ଶୁଦ୍ର ଜାତୀୟ ମାଟି । ସେଥିପାଇଁ ଘର କରିବା ପୂର୍ବରୁ ବାଧା ବିଘ୍ନ ପ୍ରତିବନ୍ଧକ ର ସାମ୍ନା ସେ କରିଥିବେ । ମାଟିର ଶୁଧିକରଣ ପାଇଁ ପବିତ୍ର ତୀର୍ଥର ଜଳ ଓ ପଞ୍ଚାମୃତ ଜଳ କିମ୍ବା ମହୋଦଧିର ଜଳ ଦିଅନ୍ତୁ ।
ଘରର ପ୍ରବେଶ ଦ୍ଵାର ସବୁବେଳେ ଘରର ଆକାର ହିସାବରେ ବା ଅନୁସାରେ ତିଆରି କରାଯିବା ଉଚିତ୍ । ଘରର ସାଇଜ଼ ର ଏକ ତୃତୀୟାଂଶ ମୁଖ୍ୟ ପ୍ରବେଶ ଦ୍ଵାରା ହେବା ଦରକାର । ଏହା ଦ୍ବାରା ସଂଘର୍ଷ ଜୀବନର ପ୍ରଭାବ ଦୂର ହୋଇଥାଏ । ପ୍ରତିକାର ହିସାବରେ ବଡ଼ ଘରର ଚିତ୍ର କିମ୍ବା ଦୋଳାୟମାନ ଘଣ୍ଟି ପ୍ରବେଶ ଦ୍ଵାର ସାମ୍ନାରେ ଲଗାଇ ପାରିବେ । ଘରର ଉତ୍ତର ପୂର୍ବ କୋଣ ସବୁବେଳେ ଖୋଲା ରଖିବା ଉଚିତ୍ । କାରଣ ଉତ୍ତର ପୂର୍ବ କୋଣ ରବି, ବୁଧ, ବୃହସ୍ପତିଙ୍କ ସ୍ଥାନ ।
ଉତ୍ତର ଦିଗ ହେଉଛି ଅର୍ଥ ପ୍ରାପ୍ତିର ଦିଗ । ଉତ୍ତର ପୂର୍ବ ଦିଗରେ ଅସୁବିଧା ଥିଲେ କର୍ମ ଜୀବନରେ ବାଧା ଆସିଥାଏ । ଘରର ପ୍ରବେଶ ଦ୍ଵାରର ପୂର୍ବ କୋଣରେ କାକ୍ଟସ୍ ଗଛ କିମ୍ବା କଣ୍ଟା ଗଛ ରହିଲେ ପ୍ରତିପତ୍ତି ରେ ବାଧା ଉପୁଜିଥାଏ ଏବଂ ଗୃହ ଶତ୍ରୁ ବୃଦ୍ଧି କରେ । କାକ୍ଟସ୍ ଗଛ ଘରେ କେବେହେଲେ ରଖନ୍ତୁ ନାହିଁ । ଏହା ଦ୍ବାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ମନୋମାଲିନ୍ୟ ହୋଇଥାଏ । ଆଉ ବାୟବ୍ୟ କୋଣ ଖୋଲା ରହିଲେ ମନ ସବୁବେଳେ ସୁସ୍ଥ ରହିଥାଏ । ବାୟୁ କୋଣରେ ସିଡି କେବେହେଲେ କରନ୍ତୁ ନାହିଁ । ଏସବୁ ଦିଗ ପ୍ରତି ସଚେତନ ରହିଲେ ଘରେ ସର୍ବଦା ଖୁସି ବଜାୟ ରହିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।