ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସିଲା ପରୀକ୍ଷା ସୂଚୀ, ଜାଣନ୍ତୁ କେବେ ଓ କେମିତି ହେବ ପରୀକ୍ଷା?ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ ଖବର । ମାଟ୍ରିକ ପରୀକ୍ଷାର ସମୟସୀମା ଓ କେତେ ମାର୍କର ପରୀକ୍ଷା ହେବ ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସି ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୨୯ରୁ ମେ ୭ ଯାଏଁ ପରୀକ୍ଷା ହେବ । ସବମେଟିଭ ଆସେସମେଣ୍ଟ -୨ ପରୀକ୍ଷା ହେବ । ଆଉ ଏହି ସବମେଟିଭ ଆସେସମେଣ୍ଟ -୨ ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଚଳିତଥର ଦୁଇଟି ସିଟିଂରେ ପରୀକ୍ଷା ହେବ । ତେବେ ମାଟ୍ରିକ ଛାତ୍ରଛାତ୍ରୀ କେବଳ ପ୍ରଥମ ସିଟିଂରେ ହିଁ ପରୀକ୍ଷା ଦେବେ ।
ସେହିଭଳି ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ଏକଜାମିନେସନ ସାର୍ଟିଫିକେଟ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କର କିଛି ପ୍ରାକ୍ଟିକାଲ ପରୀକ୍ଷା ଦ୍ୱିତୀୟ ସିଟିଂରେ ହେବ । ପ୍ରଥମ ସିଟିଂର ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟ ସିଟିଂର ପରୀକ୍ଷା ସକାଳ ୧୧ଟାରେ ଆରମ୍ଭ ହେବ । ଭୋକେସନାଲ ଟ୍ରେଡସ ଓ ଟିଏଲଭିକୁ ଛାଡିଦେଲେ ଅନ୍ୟ ସବୁ ବିଷୟର ପରୀକ୍ଷା ୮୦ ମାର୍କର ହେବ । ସବୁ ବିଷୟର ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ମିଳିବ । କିନ୍ତୁ ଗଣିତ ପାଇଁ ଅଧିକ ୧୫ ମିନିଟ୍ ମିଳିବ । ୪ଟି ସେଟର ପ୍ରଶ୍ନପତ୍ରରେ ହେବ ପରୀକ୍ଷା । ୮୦ ନମ୍ବରରୁ ୫୦ ନମ୍ବର ସଂକ୍ଷିପ୍ତ ଓ ୩୦ ନମ୍ବର ଦୀର୍ଘ ଉତ୍ତରମୂଳକ ହେବ ।
ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଓମଏଆର ସିଟରେ ଦେବେ ଛାତ୍ରଛାତ୍ରୀ । ସେହିଭଳି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ଉତ୍ତର ପ୍ରଶ୍ନପତ୍ର ସହ ଥିବା ବୁକଲେଟରେ ଦେବେ ଛାତ୍ରଛାତ୍ରୀ । ଭୋକେସନାଲ ଟ୍ରେଡର ଛାତ୍ରଛାତ୍ରୀ ମାନେ ୩୦ ନମ୍ବର ଦୀର୍ଘ ଉତ୍ତରମୂଳକ ପରୀକ୍ଷା ମିଳିଥିବା ବୁକଲେଟରେ ଦେବେ । ବାକି ୫୦ ନମ୍ବରର ପ୍ରାକ୍ଟିକାଲ ପରୀକ୍ଷା ଦେବେ ଭୋକେସନାଲ ଛାତ୍ରଛାତ୍ରୀ । ୨ ଏପ୍ରିଲରୁ ୧୩ ଏପ୍ରିଲ ମଧ୍ୟରେ ଏହି ପ୍ରାକ୍ଟିକାଲ ପରୀକ୍ଷା ହେବ । ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ୩ଟି ବିଷୟରେ ଭିନ୍ନ ଭିନ୍ନ ପ୍ରଶ୍ନପତ୍ର ହେବ ।
ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଥିବାରୁ ଭିନ୍ନ ପ୍ରଶ୍ନପତ୍ର ହେବ । ସେହିଭଳି ନବମ ଶ୍ରେଣୀର ସବମେଟିଭ-୨ ପରୀକ୍ଷା ୧୩ ଏପ୍ରିଲରୁ ଆରମ୍ଭ ହୋଇ ୨୧ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମ ସିଟିଂ ୮ଟାରୁ ଆରମ୍ଭ ହେବ । ଦ୍ୱିତୀୟ ସିଟିଂ ୧୧ଟାରୁ ଆରମ୍ଭ ହେବ । ହାଇସ୍କୁଲ ପାଠ୍ୟକ୍ରମ ପାଇଁ ଦ୍ୱିତୀୟ ସିଟିଂରେ ପରୀକ୍ଷା ନାହିଁ କିନ୍ତୁ ମଧ୍ୟମା ପିଲାଙ୍କ ପାଇଁ ଦ୍ୱିତୀୟ ସିଟିଂରେ ପରୀକ୍ଷା ଅଛି । ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା ହେବ । ତେବେ ୧୮ ଏପ୍ରିଲରୁ ୨୬ଏପ୍ରିଲ ପର୍ଯ୍ୟନ୍ତ ମୂଲ୍ୟାଙ୍କନ ଆରମ୍ଭ ହେବ । ୨୮ ତାରିଖ ପର୍ଯ୍ୟନ୍ତ ନିଜର ନମ୍ବରକୁ ନେଇ ସନ୍ତୁଷ୍ଟ ନଥିଲେ ରିଭ୍ୟୁ କରିପାରିବେ ଛାତ୍ରଛାତ୍ରୀ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।