ଏବେ ପାଣି ପାଗ ବିଭାଗ (IMD) ଦେଲା ରିପୋର୍ଟ | କେଉଁଠି ବାତ୍ୟା କରିବ ଲ୍ୟାଣ୍ଡଫଲ ଜାଣିରଖ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାଡ଼ି ଆସୁଚି ବାତ୍ୟା ଆସାନି।ଆସନ୍ତୁ ଜାଣିବା କଣ ରହିଛି ଏହି ବାତ୍ୟା ର ଅବସ୍ଥିତି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏହି ସୁନ୍ଦର ପୃଥିବୀ ପ୍ରକୃତିକୁ ନେଇ ଗଠିତ । ପ୍ରକୃତି ଆଗରେ ସର୍ବଦା ନତମସ୍ତକ ହୋଇ ରହେ ମଣିଷ । ଏହି ପ୍ରକୃତି କେତେବେଳେ ମା ହୋଇ ଆଦରି ନେଇ ଥାଏ ତ କେତେବଳେ ଦେଖାଇ ଥାଏ ତାର କରାଳ ରୂପ । ପାଲଟି ଯାଇଥାଏ ହିଂସ୍ର । ହିଂସ୍ର ରୂପ ଦେଖାଇ ବହୁ ଧନ ଜୀବନ କ୍ଷତି କରି ଦେଇଥାଏ । ତେବେ ପ୍ରକୃତିର ଅନେକ ଭୟଙ୍କର ରୂପ ଦେଖିବାକୁ ମିଳିଥାଏ । ଭୂମିକମ୍ପ , ବାତ୍ୟା, ଆଦି ହୋଇ ବହୁ ଧନ ଜୀବନ କ୍ଷତି ହୋଇ ଥାଏ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭାରତ ମହାସାଗର ଓ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବ । 

 

ଲଘୁଚାପ ହେବାପରେ ଏହା ବାତ୍ୟାର ରୂପ ନେଇପାରେ। ତେବେ ଆସନ୍ତା ମାର୍ଚ୍ଚ ୨୦ରେ ବ୍ୟାତ୍ୟା ନେଇ ଚିତ୍ର ସ୍ପଷ୍ଟହେବ । ଏହି ଲଘୁଚାପ ବାତ୍ୟା ରୂପନିଏ ତେବେ ଏହାର ନାମହେବ ‘ଆସାନି’। ଏହାର ନାମକରଣ ଶ୍ରୀଲଙ୍କା ରଖିଛି। ବାତ୍ୟା ରୂପ ନେବାପରେ ଏହା ଓଡ଼ିଶା ଉପକୂଳ ଦେଇ ବାଂଲାଦେଶ ଆଡକୁ ଗତିକରିବ। ଘଣ୍ଟାପ୍ରତି ୮୦ ରୁ ୯୦କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଓଡ଼ିଶାରୁ ୨୦୦କିମି ଦୂର ଦେଇ ଗତିକରିବ ବାତ୍ୟା ‘ଆସାନି’ । 

 

୨୩ରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ।ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜିଏଫଏସ, ଇସିଏମଡବ୍ଲୁଏଫ, ଆଇଏମଡି ଜିଏଫଏସ ମଡେଲ ଅନୁସାରେ ଆସନ୍ତା ୨୦ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି।ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ମୁହାଁଇପାରେ । ହେଲେ ବଙ୍ଗୋପସାଗରରେ ପହଞ୍ଚିଲାବେଳକୁ ଦୁର୍ବଳ ହୋଇସାରିଥିବ । ପୁଣି ଦିଗ ବୁଲାଇ ବାଂଲାଦେଶ ପୂର୍ବ ଉପକୂଳକୁ ଯାଇପାରେ । 

 

ତେବେ ମାର୍ଚ୍ଚ ମାସରେ ସୃଷ୍ଟି ହେଉଥିବା କୌଣସି ବାତ୍ୟା ଭାରତ ଉପକୂଳରେ ପହଞ୍ଚିବା ନଜିର ନାହିଁ । ମାର୍ଚ୍ଚରେ ବାତ୍ୟା ସୃଷ୍ଟି ହେବା ଅସ୍ୱାଭାବିକ ପାଣିପାଗର ଲକ୍ଷଣ । ଡକ୍ଟର ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଏବେ ରାଜ୍ୟରେ ଗରମ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଆସନ୍ତା ୨/୩ ଦିନ ଭିତରେ ପାରଦ ୪୦ ଡିଗ୍ରୀ ଛୁଇଁଯିବ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପୂରା ରାଜ୍ୟରେ ପଡ଼ିବନି । କେବଳ ୨୨ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ତାପମାତ୍ରା ଖସିପାରେ । ୨୨ ଓ ୨୩ରେ ସାମୁଦ୍ରିକ ପବନ ବହିବା ଯୋଗୁ ଗରମ କମିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *