ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ଜାଣିଛନ୍ତି ଯେ ଚେନ୍ନାଇ ସୁପର କିଂଗ୍ସ ଏହି ବର୍ଷ ଆଇ-ପି-ଏଲ ରେ ବିଜୟ ହୋଇ ଚତୁର୍ଥ ଥର ପାଇଁ ଆଇପିଏଲ ଟାଇଟଲ କୁ ନିଜ ନାମ ରେ କରିଛି । ଏହା ସହିତ କୋଲକାତା ର ତୃତୀୟ ଥର ପାଇଁ ଆଇପିଏଲ ର ବିଜେତା ହେବାର ସ୍ୱପ୍ନ ସ୍ୱପ୍ନରେ ହିଁ ରହି ଯାଇଛି। ତେବେ ସେହି ମ୍ୟାଚ୍ ରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିକି ୧୯୨ ସ୍କୋର କରିଥିଲା ଏବଂ ତାହା ମାତ୍ର ୩ ୱିକେଟ ବିନିମୟ ରେ । ଆଉ ଏହାର ଜବାବରେ କେକେଆର ୯ ୱିକେଟ ହରାଇ ୧୬୫ ରନ ହିଁ ସଂଗ୍ରହ କରିପାରିଥିଲା ।
ତେବେ ସେହି ମ୍ୟାଚ୍ ରେ ଚେନ୍ନାଇ ୨୭ ରନରେ କେକେଆର କୁ ହରାଇ ଫାଇନାଲ ମ୍ୟାଚ୍ କୁ ଜିତିଥିଲା ଏବଂ ଚତୁର୍ଥ ଟାଇଟଲ କୁ ନିଜ ନାମ ରେ କରିଥିଲା । ତେବେ ଚେନ୍ନାଇ ଜିତିବା ପଛରେ ରହିଛି ୫ ଟି ମୁଖ୍ୟ କାରଣ କଣ ଆପଣ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହେଲେ ଆସନ୍ତୁ ଜାଣିବା ସେହି ୫ଟି କାରଣ ଗୁଡିକ ବିଷୟରେ।
୧: ଚେନ୍ନାଇ ସୁପର କିଂଗ୍ସ ତାର ମିଡ଼ିଲ ଓଭର ମାନଙ୍କରେ ମଧ୍ୟ ନିଜର ରନ ରେଟ କୁ କମିବାକୁ ଦେଲା ନାହିଁ। ଏଥିରେ ମୋଇନ ଅଲ୍ଲୀ ଏବଂ ରବିନ ଉଥପା ଙ୍କର ବହୁତ ଅଧିକ ଅବଦାନ ରହି ଥିଲା।ମୋଇନ ୨୦ ବଲରେ ୩୭ ରନ କରିଥିଲେ ଏବଂ ତାଙ୍କର ଷ୍ଟ୍ରାଇକ ରେଟ ୧୮୫ ଥିଲା ଏବଂ ଉଥପା ୧୫ ବଲରେ ୨୦୭ ଷ୍ଟ୍ରାଇକ ରେଟ ସହ ୩୧ ରନ କରିଥିଲେ ।
୨: ସେହି ମ୍ୟାଚ୍ ରେ ଚେନ୍ନାଇ କୁ ଆରମ୍ଭ ରୁ ଏକ ଷ୍ଟାଟିଂ ମିଳି ଗଲା। ଯେଉଁଥିରେ କି ଋତୁରାଜ ଗାୟକୱାଡ଼ ଏବଂ ଫାଫ ଡୁ ପ୍ଲେସିସ ଭଲ ଆରମ୍ଭ କରି ଥିଲେ । ସେହି ମ୍ୟାଚ୍ ରେ ଫାଫ ଡୁ ପ୍ଲେସିସ ମାତ୍ର ୬୦ ବଲରେ ୮୬ ରନ କରିଥିଲେ ଏବଂ ଗାୟକବାଡ଼ ୨୭ ବଲରେ ୩୨ ରନ ସଂଗ୍ରହ କରିଥିଲେ । ସେ ଦୁଇଜଣ ଆଇପିଏଲ ର ଏହି ସିଯିନ ରେ ୬୦୦ ରୁ ଅଧିକ ରନ କରିଥିଲେ।
୩: କେକେଆର ର ବ୍ୟାଟିଂ ସମୟ ରେ ସିଏସକେ ଖରାପ ଫିଲଡିଂ ପ୍ରଦର୍ଶନ କରିଥିଲା ଏବଂ କେକେଆର କୁ ମଧ୍ୟ ଆରମ୍ଭ ରୁ ଏକ ଭଲ ରନ ମିଳିଥିଲା । ମାତ୍ର ଏହି ପ୍ରେସର୍ ସମୟରେ ମଧ୍ୟ ଚେନ୍ନାଇ ଟିମ ନିଜର ମନୋବଳ କୁ ଜମା ବି ନ
ହରାଇ, ତାଙ୍କ ଉପରେ କା-ଉ-ଣ୍ଟ-ର ଆ-ଟା-କ କରିଥିଲା ।
୪: ୧୧ତମ ଓଭର ରେ ଯେତେବେଳେ ଶାର୍ଦୁଲ ଠାକୁର ଦୁଇଜଣ ଇନ ଫର୍ମ ବ୍ୟାଟ୍ସମ୍ୟାନଙ୍କୁ ଆ-ଉ-ଟ କଲେ ତାହା ସିଏସକେ ପାଇଁ ଟ୍ରନିଂ ପ-ଏ-ଣ୍ଟ ଥିଲା । ସେହି ମ୍ୟାଚ୍ ରେ ଭେଙ୍କଟେସ ଆୟର ଯେ କି ଭଲ ଫର୍ମ ରେ ନଜର ଆସୁଥିଲେ ହେଲେ ସେ ୫୦ ରନ କରି ଆଉଟ ହୋଇଗଲେ ।
୫: ସିଏସକେ ସେହି ମ୍ୟାଚ୍ ରେ ୫ଟି ବୋଲର ବ୍ୟବହାର କରିଥିଲା ଏବଂ କୋଲକାତା ର ବ୍ୟାଟ୍ସମ୍ୟାନ୍ ଭେଙ୍କଟେସ ଆୟର , ଜାଡେଜା ଙ୍କୁ ତାଙ୍କର ପ୍ରଥମ ଓଭର ରେ ବହୁତ୍ ପ୍ରହାର କରିଥିଲେ । ତଥାପି ବି ଧୋନି ତାଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ପୁନଃ ବୋଲିଂ ମାର୍ଗ କୁ ଛାଡ଼ି ଥିଲେ ଏବଂ ସେ ୧୫ ଓଭରରେ ସାକିବ ଏବଂ ଦିନେସ କାର୍ତ୍ତିକଙ୍କୁ ଆଉଟ କରିଥିଲେ ।
ତେବେ ଏହା ସେହି ଥିଲା ସେହି ୫ ଟି ଗୁରୁତ୍ୱପୂର୍ଣ୍ଣ କାରଣ ଯେଉଁଥି ପାଇଁ ଚେନ୍ନାଇ ସୁପର କିଙ୍ଗସ୍ ବିଜୟ ର ସ୍ଵାଦ ଚାଖି ପାରିଲା ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।