ପ୍ରଧାନମନ୍ତ୍ରୀ ମୋଦି ଭୁଲ ମାଗିଲେ ପାକିସ୍ତାନ କୁ | ଜାଣନ୍ତୁ କଣ ପାଇଁ ମୋଦି ଙ୍କ ମୁଣ୍ଡ ନଇଁଲା ପାକିସ୍ତାନ ପାଖରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପ୍ରଧାନମନ୍ତ୍ରୀ ମୋଦି ଭୁଲ ମାଗିଲେ ପାକିସ୍ତାନ କୁ । ଭାରତୀୟ ମିସାଇଲକୁ ନେଇ ହଇଚଇ । କହିଲେ ଏପରି କଥା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଯାହାର ନାଁ ଶୁଣିଲେ ଶତ୍ରୁ ଦେଶର ନିଜ ହଜିଯାଏ, ଛାତିରେ ଛନକା ପଶିଯାଏ । ତାର ନାଁ ହେଉଛି ବ୍ରହ୍ମୋସ ମିସାଇଲ୍ । ପାକିସ୍ତାନ ଉପରେ ମିସାଇଲ ପଡିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ପାଇଁ ଏକ ଜବରଦସ୍ତ ଖବର ସାମ୍ନାକୁ ଆସିଛି । ଭାରତୀୟ ବାୟୁସେନା ପାଇଁ ବ୍ରହ୍ମୋସ କ୍ରୁଜ୍ ମିସାଇଲର ଅପଡେଟଡେ ଏୟାର ଲଞ୍ଚ୍ ଭର୍ସନ ପ୍ରସ୍ତୁତ କରାଯାଉଛି । ଏହାର ରେଞ୍ଜ ୮୦୦ କିଲୋମିଟର ହେବ । ଅର୍ଥାତ୍ ଆମ ଫାଇଟର ଜେଟ୍ ଆକାଶରେ ଥିଲେ ବି ଶତ୍ରୁ ଦେଶର ଠିକଣାକୁ ଧୂଳିସାତ୍ କରିବାରେ ସକ୍ଷମ ହୋଇପାରିବ । 

 

ଉଚ୍ଚପଦସ୍ତ ସରକାରୀ ଅଧିକାରୀମାନେ ଏକ ଖବର ସରବରାହ ସଂସ୍ଥାକୁ କହିଛନ୍ତି ଯେ ପାକିସ୍ତାନରେ ପଡ଼ିଥିବା ବ୍ରାହ୍ମୋସ ମିସାଇଲ ଟେକ୍ନୋଲୋଜି ଦ୍ୱାରା ହୋଇଥିବା ଏକ ଭୁଲ ଅଟେ । ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ କମାଣ୍ଡ ଏୟାର ଷ୍ଟାଫ୍ ଯାଞ୍ଚ ଚାଲିଥିଲା ​। ଏହି କ୍ଷେପଣାସ୍ତ୍ର ପାକିସ୍ତାନୀ ମାଟି ଉପରେ ପଡିଥିଲା ​​ଏବଂ ଏଥିରେ ବହୁତ କମ୍ କ୍ଷତି ଘଟିଥିଲା । କେହି ଏଥିରେ ମୃତାହତ ହୋଇନାହାନ୍ତି । ଏହି ଘଟଣା ପରେ ପାକିସ୍ତାନ ସରକାରଙ୍କୁ ଦୁଃଖ ପ୍ରକାଶ କରିବା ଏହି ଘଟଣା ପାଇଁ ଭାରତ ସରକାର କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । 

 

ଭାରତ ସରକାର ଏହା ମଧ୍ୟ କହିଛନ୍ତି ଯେ, ସେମାନେ ଏହି ଘଟଣାର ତଦନ୍ତ କରୁଛନ୍ତି । କୌଶଳଜନିତ କ୍ଷେପଣାସ୍ତ୍ରର ସୀମାକୁ ଭାରତ କ୍ରମାଗତ ଭାବେ ବୃଦ୍ଧି କରୁଛି । କେବଳ ଗୋଟିଏ ସଫ୍ଟୱେର୍ ଅପଗ୍ରେଡ୍ ସହିତ କ୍ଷେପଣାସ୍ତ୍ରର ପରିସର ୫୦୦ କିଲୋମିଟର ବୃଦ୍ଧି ପାଇଥାଏ । ଭାରତୀୟ ବାୟୁସେନାର ୪୦ ଟି ସୁଖୋଇ-୩୦ ଯୁଦ୍ଧ ବିମାନରେ ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ର ନିୟୋଜିତ କରାଯାଇଛି । ଏହି କ୍ଷେପଣାସ୍ତ୍ରଗୁଡିକ ବହୁତ ସଠିକ୍ ଏବଂ ଶକ୍ତିଶାଳୀ । ସେମାନେ ଶତ୍ରୁର ଶିବିରକୁ ସଂପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ କରିପାରିବେ । 

 

ସୂଚନାଯୋଗ୍ୟ ଯେ କିଛିଦିନ ତଳେ ପାକିସ୍ତାନରେ ଭାରତୀୟ ବ୍ରହ୍ମୋସ ମିଶାଇଲ ନିୟନ୍ତ୍ରଣ ହରାଇ ପଡିଯାଇଥିଲା । ପାକିସ୍ତାନର ୧୨୪ କିମି ଭିତରେ ଏହା ପଡିଥିଲା । ଯାହାକୁ ନେଇ ପାକିସ୍ତାନ ଭୟଭୀତ ହେବା ସହ ପ୍ରତିକ୍ରିୟା ରଖିଥିଲା । ଭାରତ ଜାଣିଶୁଣି ଏପରି କରିଥିବା ଅଭିଯୋଗ କରିଥିଲା ପାକ୍ । ଏହାସହ ତଦନ୍ତ ଦାବି କରିଥିଲା । ଏହା କେବଳ ଏକ ଦୁର୍ଘଟଣା ଅଟେ । ଟେକନିକରେ କୌଣସି ତ୍ରୁଟି ପାଇଁ ଏପରି ହୋଇଥିଲା । ଏହା ଆକସ୍ମିକ ଘଟଣା ବ୍ୟତୀତ ଆଉ କିଛି ନୁହେଁ । ଜାଣିଶୁଣି ଭାରତ ପକ୍ଷରୁ ଆକ୍ରମଣ କରାଯାଇ ନାହିଁ ବୋଲି ଭାରତ ସ୍ପଷ୍ଟ କରିଥିଲା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *