ଧନ ର ବର୍ଷା ଆପଣଙ୍କ ଘରେ ବି ହବ | ଖାଲି ଅପରାଜିତା ଫୁଲରେ କରିଦିଅନ୍ତୁ ଏହି ଉପାୟ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଧନର ବର୍ଷା କରିବ ଏହି ଫୁଲ । କେବଳ କରନ୍ତୁ ଏହି ଉପାୟ ଗୁଡ଼ିକ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଅପରାଜିତାର ମାନେ ଯିଏ କେବେବି ହାରି ନଥାଏ ବା ଯାହାର କେବେବି ପରାଜୟ ହୋଇ ନଥାଏ । ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ ଯାହା ଶିବଙ୍କର ଅନ୍ୟ ଏକ ନାମ ଅଟେ । ଅପରାଜିତା ମାତା ଦୂର୍ଗାଙ୍କର ମଧ୍ୟ ଏକ ନାମ ଅଟେ । ଏଣୁ ଏହି ଅପରାଜିତା ଫୁଲଟି ଶିବ ଓ ଶକ୍ତିଙ୍କର ଏକ ସ୍ୱରୂପ ହୋଇଥାଏ । ଏହା ଅତ୍ୟନ୍ତ ଗୁଣକାରୀ ଓ ଚମତ୍କାରୀ ହୋଇଥାଏ । ଏହି ଅପରାଜିତା ଭାରତର ସବୁ ଜାଗାରେ ଦେଖିବାକୁ ମିଳିଥାଏ । ଏହି ଅପରାଜିତର କିଛି ପ୍ରୟୋଗ ଦ୍ଵାରା ମଣିଷର ଦୁଃଖ ଦୁର୍ଦଶା ଦୂର ହେବା ସହିତ ସେ ଧନ ଐଶ୍ଵର୍ଯ୍ଯର ମଧ୍ୟ ଅଧିକାରୀ ହୋଇଥାଏ । ତେବେ ଏହି ଅପରାଜିତାର ପ୍ରୟୋଗ କିପରି ହୋଇଥାଏ ଓ ଏହାର ଫାଇଦା କଣ ହୋଇଥାଏ ଏହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ଯଦି ଆପଣ ଧନର ସମସ୍ୟାରେ ସବୁବେଳେ ବିଚଳିତ ରହୁଛନ୍ତି ତେବେ ଏହି ଉପାୟ କଲେ ସବୁ ଦୁଃଖ ଦୁର୍ଦଶା ଦୂର ହେବା ସହିତ ଧନ ଓ ସୁଖ ସମୃଦ୍ଧିର ବୃଦ୍ଧି ଦେଖିବାକୁ ପାଇବେ । ଏହି ସରଳ ଉପାୟଟି କରିବା ସମୟରେ ଧ୍ୟାନ ରଖିବେ ଯେପରି ଆପଣଙ୍କୁ କେହି ଦେଖିବେ ନାହିଁ । କିମ୍ବା କୌଣସି କଥା ମଧ୍ୟ ହେବେ ନାହିଁ । ତେବେ ଯାଇ ଏହାର ପ୍ରକୃତ ଫଳ ଆପଣ ପାଇପାରିବେ ।

 

ବନ୍ଧୁଗଣ ଆପଣମାନେ ଏହି ଅପରାଜିତା ଫୁଲ ବିଷୟରେ ନିଶ୍ଚୟ ଜାଣିଥିବେ ଏହାକୁ ସଂସ୍କୃତରେ ବିଷ୍ଣୁକାନ୍ତା ଓ ବିଷ୍ଣୁପ୍ରିୟା ମଧ୍ୟ କୁହାଯାଏ । ଏହି ଫୁଲ କେବଳ ଶିବ ପାର୍ବତୀ ଗଣେଶ କାର୍ତ୍ତିକଙ୍କର ପ୍ରିୟ ନୁହେଁ ବରଂ ହନୁମାନ ସହିତ ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ପ୍ରିୟ ହୋଇଥାଏ । ଏଣୁ ଘରେ ରୋଜଗାରରେ ବୃଦ୍ଧି କରିବା ପାଇଁ ଏହି ଉପାୟ ନିଶ୍ଚୟ କରନ୍ତୁ । ଏବେ ଆସନ୍ତୁ ଜାଣିବା କଣ ସେହି ସବୁ ଉପାୟ । ଯାହାକୁ କରିବା ଦ୍ଵାରା ସମସ୍ତ ସମସ୍ଯା ଦୂର ହୋଇ ଧନର ଆଗମନ ହୋଇଥାଏ ।

 

୧. ଘରର ନଜର ଦୋଷ ଓ ତନ୍ତ୍ର ମନ୍ତ୍ର ଦୂର କରିବା ସହିତ ଧନର ଆଗମନ କରିଥାଏ । ଶନିବାର ଦିନ ରାତ୍ରି ସମୟରେ ଅପରାଜିତା ଫୁଲକୁ ମାଳଟିଏ କରି ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗି ଦିଅନ୍ତୁ । ଏହାଦ୍ଵାରା ଭୁତ ପ୍ରେତର ବାଧା ଦୂର ହୋଇଥାଏ ଓ ଘରର ସମସ୍ତ ପ୍ରକାରର ନକରାତ୍ମକତା ଦୂର ହୋଇଥାଏ । ସକରାତ୍ମକ ଉର୍ଜ୍ଜାର ପ୍ରବେଶ ହୋଇଥାଏ । ଏହି ମାଳକୁ ଯଦି ଆପଣ ହନୁମାନଙ୍କୁ ସମର୍ପଣ କରି ତାହାକୁ ଆଣି ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତି ତେବେ ନଜର ଦୋଷ ଦୂର ହେବା ସହିତ ମନ୍ତ୍ର ତନ୍ତ୍ର ପ୍ରଭାବକୁ ମଧ୍ୟ ଦୂର କରିଥାଏ । ଧନର ସମସ୍ତ ପ୍ରକାରର ସମସ୍ଯା ଦୂର ହୋଇଯାଏ ।

 

୨. କରଜ ମୁକ୍ତି ଓ ଧନ ପ୍ରାପ୍ତିର ଉପାୟ । ଶନିବାର ଦିନ କିମ୍ବା ସୋମବାର ଦିନ ରାତ୍ରି ସମୟରେ ଏହି ଅପରାଜିତା ଫୁଲ ୫ଟି ତୋଳି କୌଣସି ଏକ ନଦୀ କିମ୍ବା ଜଳ ସ୍ରୋତରେ ଭସାଇ ଦିଅନ୍ତୁ । ଧ୍ୟାନ ଦେବେ ଏହି କାର୍ଯ୍ୟ କରିବା ସମୟରେ କାହାରିକୁ ଜଣାଇବେ ନାହିଁ । କେହି ଦେଖିବେ ନାହିଁ କିମ୍ବା କିଛି କଥା ହେବେ ନାହିଁ । ଆପଣ ଏହି ଫୁଲକୁ ପାଣିରେ ଭସାଇ ଦେବା ପରେ ନିଜର ଇଷ୍ଟ ଦେବା ଦେବୀଙ୍କୁ ପ୍ରାର୍ଥନା କରନ୍ତୁ । ଏହା ଦ୍ଵାରା ସମସ୍ତ ପ୍ରକାରର ଧନର ସମସ୍ଯା ଦୂର ହୋଇଥାଏ ଓ କରଜରୁ ମୁକ୍ତି ମଧ୍ୟ ମିଳିଥାଏ । ଏହି ଉପାୟଟି ୫ ସପ୍ତାହ ପର୍ଯ୍ୟନ୍ତ ନିୟମିତ ଭାବେ ନିଶ୍ଚୟ କରନ୍ତୁ । ଏହାର ଲାଭ ଆପଣ ନିଶ୍ଚୟ ପାଇବେ । 

 

୩. ମନ ପସନ୍ଦର ଚାକିରି ପାଇବା ପାଇଁ । ଯଦି ଆପଣ ମନ ପସନ୍ଦର ଏକ ଚାକିରିଟିଏ ଚାହୁଁଥାନ୍ତି ତେବେ ପ୍ରତିଦିନ ମାତା ଦୂର୍ଗା କିମ୍ବା ମାତା ପାର୍ବତୀଙ୍କୁ ୧୧ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ । ତେବେ ଏହି ମନବାଞ୍ଛା ଆପଣଙ୍କର ନିଶ୍ଚୟ ପୂରଣ ହେବ । ଏହାକୁ ନିୟମିତ ରୂପରେ କରନ୍ତୁ ଯେତେପର୍ଯ୍ୟନ୍ତ ଆପଣଙ୍କର ମନୋସ୍କାମନା ପୂରଣ ନହୋଇଛି । ଯଦି କୌଣସି କାରଣରୁ ସବୁଦିନ କରିପାରୁ ନାହାନ୍ତି ତେବେ ନବରାତ୍ରିରେ ୯ଦିନ ପର୍ଯ୍ୟନ୍ତ ନିଶ୍ଚୟ କରନ୍ତୁ । ମା ଦୂର୍ଗା ନିଶ୍ଚୟ ସାହା ହେବେ । ଯଦି ନବରାତ୍ରି ସରିଯାଇଥାଏ ୨୧ ମଙ୍ଗଳବାର ନିଶ୍ଚୟ କରନ୍ତୁ । ଏହା ବହୁତ ଲାଭଦାୟୀ ହୋଇଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *