ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣିଥରେ କରୋନା ସଂକ୍ରମଣ କୁ ନେଇ ଭାରତ ରେ ହାଇ ଆଲର୍ଟ ଜାରି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮% ବଢ଼ିଛି ସଂକ୍ରମଣ । ଏହା ସହିତ ଆକ୍ରାନ୍ତଙ୍କ ମ-ର-ଣ ହାର ମଧ୍ୟ କିଛି ମାତ୍ରା ରେ ବଢ଼ିଛି । କେବଳ ଏତିକି ନୁହେଁ, ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ସେହିପରି ସାମ୍ନାକୁ ଆସିଛି । ଏହା ବ୍ୟତୀତ ପଶ୍ଚିମବଙ୍ଗରେ , ଦିଲ୍ଲୀରେ , ତାମିଲନାଡୁରେ , କର୍ଣ୍ଣାଟକରେ ମଧ୍ୟ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଦେଶରେ ସକ୍ରିୟ ମାମଲା ଅନେକ ରହିଛନ୍ତି । ତେବେ ଟିକା କାରଣ ଅନେକ ସରିଯାଇଚି ।
ଏହା ସହ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । କରୋନା ମହାମାରୀ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ମାନେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ବର୍ତମାନ ସାରା ବିଶ୍ଵରେ ପୁଣି ଥରେ ଲମ୍ବା ଲମ୍ଫ ମାରିଛି ସଂକ୍ରମଣ ।ସେହିପରି ଦୈନିକ ସଂକ୍ରମଣ ଉପର ମୁହାଁ ହୋଇଛି । ମାର୍ଚ୍ଚ ୭ ରୁ ୧୩ ଭିତରେ ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ବଢିଛି ୮ ପ୍ରତିଶତ । ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପରେ ଭାରତରେ ହାଇ ଆଲର୍ଟ ମଧ୍ୟ ଜାରି ହୋଇଚି । ତେବେ ଏଥି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁକ ମାଣ୍ଡଭ୍ୟଙ୍କ ଅଧକ୍ଷତାରେ ବୈଠକ ବସିଛି । କରୋନା ସ୍ଥିତି ଉପରେ ନଜର ରଖିବା ସହିତ ଟୀକାକରଣ ଉପରେ ଅଧିକ ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।
ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବଢୁ ଥିବାରୁ ଏହାକୁ ଚତୁର୍ଥ ଲହରୀ ନେଇ ଫ୍ରାକ ସଂକେତ ବୋଲି କହୁଛନ୍ତି ବିଶେଷଜ୍ଞ । ହେଲେ ଆଶ୍ବସ୍ତିକର କଥା ହେଲା ଯେଉଁ ଦେଶରେ ଏହି ଭାଇରସର ସଂକ୍ରମଣ ବଢୁଛି ତାହା ଅଧିକ କ୍ଷତିକାରକ ନୁହେଁ । ବୈଜ୍ଞାନିକ ମାନେ ମଧ୍ୟ ଏହାକୁ ନେଇ ଅନୁକରଣ କରୁଛନ୍ତି । ଆମେ ତୃତୀୟ ଲହରରେ ବି ଦେଖିଥିଲୁ ସଂକ୍ରମଣରେ ଅଧିକ ରୋଗୀ ଆକ୍ରାନ୍ତ ହୋଇଥିଲେ କିନ୍ତୁ ମ-ର-ଣ ସଂଖ୍ୟା ବେଶୀ ହୋଇନଥିଲା।
ତେବେ ସମସ୍ତ ଏୟାରପୋର୍ଟରେ ଓ ଷ୍ଟେସନ ମାନଙ୍କରେ ଯାଞ୍ଚ ଉପରେ ଗୁରୁତ୍ଵ ଦେବାକୁ ବୈଠକରେ ନିଷ୍ପତ୍ତି ନିଆ ଯାଇଛି ।
ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ସଚିବ, ସରକାରଙ୍କ ମୁଖ୍ୟ ସାଇଣ୍ଟିଫିକ ପରାମର୍ଶ ଦାତା, ନୀତି ଆୟୋଗ ସଦସ୍ୟ ଭିକେ ପାଲ, ଆଇସି ଏମଆର ସାଧାରଣ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଆଗାମୀ ସମୟରେ କିପରି ଏହି ସ୍ଥିତି ଖରାପ ଆଡ଼କୁ ଗତି ନ କରେ ତା ପ୍ରତି ଆମକୁ ସତର୍କ ରହିବା ଉଚିତ । କରୋନା ସହ ଜଡିତ ସମସ୍ତ ଗାଇଡଲାଇନର ପାଳନ କରିବା ଉଚିତ । ଦୀର୍ଘ ଦୁଇ ତିନି ବର୍ଷ ହେବ ଏହି ଭାଇରସ ସାରା ବିଶ୍ଵକୁ କବଜା କରି ରଖିଛି । ଏହାର ପ୍ରଥମ ଲହର ଦେଶରେ ଅନେକ କ୍ଷୟ କ୍ଷତି ଘଟାଇ ଥିଲା । ତେବେ ପୁନର୍ବାର ଏହା କିପରି ନ ଘଟେ ସେଥିପ୍ରତି ଆମକୁ ସଚେତ ରହିବାକୁ ପଡିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।