ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସାମୁଦ୍ରିକ ଝଡ କୁ ନେଇ ପାଣିପାଗ ବିଭାଗ ତରଫ ରୁ କେଉଁ ସୂଚନା ମିଳିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ପାଣିପାଗ ବିଭାଗ ତରଫ ରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା 21 ରୁ 3 ଦିନ ଧରି ବର୍ଷା ର ସମ୍ଭାବନା ରହିଛି । ତେବେ 21 ତାରିଖ ରୁ 23 ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ହାଲୁକା ବର୍ଷା ର ସମ୍ଭାବନା ରହିଛି । ତେବେ 21 ତାରିଖ ରେ ରାୟଗଡ଼ା ,ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନ ରେ ବର୍ଷା ର ସମ୍ଭାବନା ରହିଛି । ସେହିପରି 22 ତାରିଖ ରେ ମାଲକାନଗିରି , କୋରାପୁଟ , ରାୟଗଡ଼ା ,ଗଞ୍ଜାମ ଗଜପତି , କନ୍ଧମାଳ , କେଉଁଝର ,ଭଦ୍ରକ ,ବାଲେସ୍ୱର ଓ ମୟୂରଭଞ୍ଜ ଜିଲ୍ଲା ରେ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି 23 ତାରିଖ ଉପକୂଳବର୍ତୀ ଅଞ୍ଚଳ ସମେତ ମୟୂରଭଞ୍ଜ , ଢେଙ୍କାନାଳ , କନ୍ଧମାଳ , ରାୟଗଡ଼ା ,କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟେ ଦୁଇଟି ସ୍ଥାନ ରେ ହାଲୁକା ବର୍ଷା ର ସମ୍ଭାବନା ରହିଛି । ତେବେ ଯେଉଁ ଲଘୁଚାପ କ୍ଷେତ୍ର ଟି ଥିଲା ତାହା ପୂର୍ବ ଉତ୍ତର ପୂର୍ବ ଦିଗ ରେ ଗତି କରି ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ର ରେ ପରିଣତ ହୋଇଛି ।
ଏହା ବଙ୍ଗୋପସାଗର ର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ରେ ସକ୍ରିୟ ରହିଛି । ତେବେ ଏହା ଆସନ୍ତା 21 ତାରିଖ ବେଳକୁ ଏକ ସାମୁଦ୍ରିକ ଝଡ ରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫ ରୁ ସୂଚନା ଦିଆ ଯାଇଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।