ବନ୍ଧୁଗଣ ଭଗବାନ୍ ଶ୍ରୀକୃଷ୍ଣ କୁହନ୍ତି କି ମଣିଷ କୁ ସକାଳୁ ଉଠିବା ପରେ ଏହି ସବୁ ଜିନିଷ ଗୁଡ଼ିକର ଦର୍ଶନ କରିବା ଉଚିତ୍ । ଏହି ସବୁ ଜିନିଷ ର ଦର୍ଶନ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ଓ ଐଶୋର୍ୟ୍ଯ ପ୍ରାପ୍ତି ହୋଇଥାଏ । ଯେଉଁ ମଣିଷ ପ୍ରତିଦିନ ଏହି ସବୁ ଜିନିଷ ଗୁଡ଼ିକ ର ଦର୍ଶନ କରୁଥାଏ ତା ଜୀବନ ରେ ନକାରାତ୍ମକତା ନଷ୍ଟ ହୋଇଥାଏ ଏବଂ ଜୀବନ ସକାରାତ୍ମକ ରେ ଭରି ଯାଇଥାଏ ।
ପ୍ରଥମ ରେ ହେଉଛି ସକାଳୁ ଉଠି ପ୍ରତ୍ୟେକ ମଣିଷ କୁ ହାତ ପାପୁଲି କୁ ଦର୍ଶନ କରିବା ଉଚିତ୍ । କାରଣ ଆମ ହାତ ର ଅଗ୍ର ଭାଗରେ ମାତା ଲକ୍ଷ୍ମୀ ନିବାସ କରିଥାନ୍ତି ,ମଝିରେ ସରସ୍ଵତୀ ଓ ସଂପୂର୍ଣ୍ଣ ହାତ ଗୋବିନ୍ଦ ଙ୍କ ନିବାସ ହୋଇଥାଏ । ଏଥିପାଇଁ ପ୍ରତିଦିନ ସକାଳୁ ଉଠି ପାପୁଲି ର ଦର୍ଶନ କରନ୍ତୁ । ଏହା ଦ୍ଵାରା ଧନ ସଂପତ୍ତି ,ବିଦ୍ୟା ,ଜ୍ଞାନ ଆଦି ପ୍ରାପ୍ତ ହୋଇଥାଏ ।
ଦ୍ଵିତୀୟରେ ହେଉଛି ଗୋ ମାତା ଙ୍କ ଦର୍ଶନ। ତେବେ ଦର୍ଶକ ବନ୍ଧୁ ସକାଳୁ ଗୋ ମାତା ଙ୍କ ଦର୍ଶନ ହେଲେ ଏହାକୁ ବହୁତ୍ ଶୁଭ ବୋଲି କୁହାଯାଏ । ଯଦି ସକାଳୁ କୌଣସି ଗାଈ ଆପଣଙ୍କ ଦ୍ୱାର ପାଖକୁ ଆସିଯାଏ ତାହେଲେ ତାହାକୁ ମାଡ଼ ମାରୀ ଘଉଡାନ୍ତୁ ନାହିଁ ବରଂ ରୁଟିକରି ଖାଇବାକୁ ଦେଇ ତାଙ୍କ କାନ ରେ ନିଜ ମନସ୍କାମନା କୁ କହି ଦିଅନ୍ତୁ । ତେବେ ଗୋମାତା ଙ୍କ କାନ ରେ ନିଜର ମନସ୍କାମନା କହିବା ଦ୍ଵାରା କାମଧେନୁ ଙ୍କ ଆଶୀର୍ବାଦ ରୁ ମନସ୍କାମନା ପୂରଣ ହୋଇଥାଏ ।
ତୃତୀୟ ରେ ହେଉଛି ତୁଳସୀ ର ଦର୍ଶନ । ତେବେ ସକାଳୁ ଉଠି ତୁଳସୀ ଙ୍କ ଦର୍ଶନ କରିବା ଅତ୍ୟନ୍ତ ଶୁଭ ଅଟେ । ଏହି ତୁଳସୀ ଗଛ ସବୁ ପ୍ରକାରର ରୋଗ କୁ ଭଲ କରିଥାଏ । ମଣିଷ ଜୀବନ ରେ ଆସିବାକୁ ଥିବା ଅଘଟଣ କୁ ଆଗୁଆ ଜଣାଇ ଦେଇଥାନ୍ତି । ତେବେ ଦର୍ଶକ ବନ୍ଧୁ ଜଣାଇ ରଖୁଛୁ ଯେ ,କୌଣସି ସ୍ଥାନ କୁ ଯାତ୍ରା କରିବା ବେଳେ ଯଦି ତୁଳସୀ ମାତା ଙ୍କ ଦର୍ଶନ ହୋଇଥାଏ ତାହେଲେ ବହୁତ୍ ଶୁଭ ହୋଇଥାଏ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।