ଆପଣ ମାନଙ୍କୁ ଆମ ପୋର୍ଟାଲ କୁ ସ୍ବାଗତ । ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ପୁଣି ଥରେ ଫେରିଛି । ତେବେ ବର୍ତ୍ତମାନ ସମୟ ରେ ଦେଶ ରେ ହୁ ହୁ ହେଇ ମାଡ଼ି ଚାଲିଛି କରୋନା । ତେବେ ପୁଣି ଥରେ କରୋନା କୁ ନେଇ ଦେଶ ରେ ଆ-ତ-ଙ୍କ ଖେଳିଛି। ତେବେ ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି | କଣ ରହିଛି ଆସନ୍ତୁ ଜାଣିବା |
ତେବେ ସ୍ବାସ୍ଥ୍ୟ ମନ୍ତ୍ରୀ କରୋନା ଉପରେ ବିଶେଷ ଧ୍ୟାନ ଦେବାକୁ କହିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଉଚ୍ଚ ସ୍ତରୀୟ ସତର୍କତା ଉପରେ କଡା ନଜର ରଖିବା ସହ ଜିନୋମ ସିକୁଏନ୍ସ ଉପରେ ବିଶେଷ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେନ୍ଦ୍ର ସ୍ତର ରେ ହୋଇଥିବା ବୈଠକ ରେ ମୂଖ୍ୟ ଡାକ୍ତର ସ୍ବାସ୍ଥ୍ୟ ସଚିବ ,ଡିପାର୍ଟମେଣ୍ଟ ଅଫ୍ ବାଇଟେକ୍ନୋଲୋଜି ସଚିବ ଏନ୍ସିଡିସି ମୁଖ୍ୟ ଏବଂ ଡ୍ରଗ୍ଧ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ମୁଖ୍ୟ ମଧ୍ୟ ଯୋଗ ଦେଇଥିଲେ।
ସୂଚନା ଯୋଗ୍ୟ କଥା ଏହା ଯେ , ବର୍ତମାନ ସମୟରେ ଚୀନ୍ ରେ 5,280 ନୂଆ କୋଭିଡ୍ ପଜେଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏଥିପାଇଁ ଚାଇନା ସରକାର ଚୀନ୍ ରେ ଲକଡାଉନ ଘୋଷଣା କରିଛନ୍ତି ।ଚୀନ ର ସ୍ୱାସ୍ଥ୍ୟ ବିଭାଗ ଏହା ସୂଚନା ଦେଇଛି ଯେ ,ଚୀନ ରେ ଓମିକ୍ରନ ବିଏ -2 ଭାରିଆଣ୍ଟ ଯୋଗୁଁ ସଂଙ୍କ୍ରମଣ ବୃଦ୍ଧି ପାଇଛି ।
ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ , ଚୀନ୍ ସମତେ ପଶ୍ଚିମ ଉରୋପୀୟ ଦେଶ ଗୁଡିକ ରେ ମଧ୍ୟ କୋଭିଡ ସଂଙ୍କ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ତେବେ ଓମିକ୍ରନ ର ଏକ ନୂଆ ଭାରିଆଣ୍ଟ ପାଇଁ ଏହି ସଂକ୍ରମଣ ଦେଖା ଯାଇଛି । ତେବେ ଯଦି କରୋନା ପୁଣି ଥରେ ବୃଦ୍ଧି ପାଏ ତାହେଲେ ପୁଣି ଲକ୍ ଡାଉନ୍ ହେବାର ଆଶଙ୍କା ରହିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।