ଭୟଙ୍କର ବଢିଲା ଫୁଣି ତେଲ ରେଟ ! ନୂଆ ରେଟ ଜାଣିଲେ ଆଉ ଗାଡି ଚଲେଇବା ସପ୍ନ ରେ ଭାବିବେନି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମହଙ୍ଗା ହେଲା ତେଲ ରେଟ ! ଏବେ ଜାଣିବା ସମ୍ପୂର୍ଣ ଖବର ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦଳ ବୃଦ୍ଧି ପରେ ବଢିଛି ଡିଜେଲ୍‌ ଦର । ଅଏଲ୍‌ ମାର୍କେଟିଂ କମ୍ପାନି ବଲ୍‌କ କଷ୍ଟମର୍ସଙ୍କ ପାଇଁ ଡିଜେଲ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି । ପୁଣି ଖାଉଟିଙ୍କ ଉପରେ ପଡିଲା ମହଙ୍ଗା ମାଡ । ବଢ଼ିଲା ଡିଜେଲ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ପ୍ରଭାବ ଏବେ ବଲ୍କ ୟୁଜର୍ସ ତଥା ବହୁଳ ବ୍ୟବହାରକାରୀଙ୍କ ଉପରେ ପଡିଛି । ତୈଳ ମାର୍କେଟିଂ କମ୍ପାନୀଗୁଡିକ ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି । 

 

ନ୍ୟୁଜ୍ ଏଜେନ୍ସି ପି-ଟି-ଆଇ ସୂତ୍ରରୁ ଏହି ସୂଚନା ମିଳିଛି । ତେବେ ପେଟ୍ରୋଲ ପମ୍ପ ମାଧ୍ୟମରେ ବିକ୍ରି ହେଉଥିବା ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏପରିକି ସାଧାରଣ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ବଢ଼ିବ ନାହିଁ । ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ଦିଲ୍ଲୀର ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୧୫ ଟଙ୍କାରେ ପହଞ୍ଚିଛି । ତେବେ ପେଟ୍ରୋଲ ପମ୍ପରେ କିନ୍ତୁ ସାଧାରଣ ଗ୍ରାହକଙ୍କ ପାଇଁ ଲିଟର ପିଛା ୮୬.୬୭ ଟଙ୍କା ମୂଲ୍ୟରେ ଡିଜେଲ ବିକ୍ରି ହେଉଛି । 

 

ମୁମ୍ବାଇର ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୨୨.୦୫ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲ ପମ୍ପରେ ଡିଜେଲର ମୂଲ୍ୟ ଲିଟର ପିଛା ୯୪.୧୪ ଟଙ୍କା ରହିଛି । ବିପୁଳ ପରିମାଣରେ ପେଟ୍ରୋଲ୍‌ ଓ ଡିଜେଲ୍‌ କ୍ରୟ କରୁଥିବା ସଂସ୍ଥା ବ୍ଲକ୍‌ ୟୁଜର୍ସ ଶ୍ରେଣୀରେ ଆସିଥାନ୍ତି । ତେବେ ବହୁଳ ବ୍ୟବହାରକାରୀ ମାନଙ୍କ ମଧ୍ୟରେ ଡିଫେନ୍ସ, ରେଲୱେ ଆଣ୍ଡ ଟ୍ରାନ୍ସପୋର୍ଟ କର୍ପୋରେସନ୍‌, ପାୱାର ପ୍ଲାଣ୍ଟ, ସିମେଣ୍ଟ ପ୍ଲାଣ୍ଟ ଏବଂ କେମିକାଲ ପ୍ଲାଣ୍ଟ ମୁଖ୍ୟ ସାମିଲ ଅଛନ୍ତି । 

 

ଏମାନଙ୍କ ପାଇଁ ଏବେ ଡିଜେଲରେ ମୂଲ୍ୟରେ ବୃଦ୍ଧି କରାଯାଇଛି । ତୈଳ ମାର୍କେଟିଂ କମ୍ପାନୀଗୁଡିକ ଅଧିକ ପରିମାଣର ତେଲ ନେଉଥିବା ଗ୍ରାହକଙ୍କ ଆବଶ୍ୟକତାକୁ ପୃଥକ ଭାବରେ ପୂରଣ କରନ୍ତି । ଏହି ଗ୍ରାହକଙ୍କ ପାଇଁ ତେଲର ସଂରକ୍ଷଣ ଏବଂ ପରିଚାଳନା ପାଇଁ କମ୍ପାନୀ ଗୁଡିକ ବିଶେଷ ବ୍ୟବସ୍ଥା କରିଥାନ୍ତି । ତେବେ ବଲ୍‌କ କଷ୍ଟମର୍ସଙ୍କ କ୍ଷେତ୍ରରେ ଦର ବୃଦ୍ଧି ସାଧାରଣ ଗ୍ରାହକଙ୍କୁ ପରୋକ୍ଷରେ ପ୍ରଭାବ ପକାଇବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *