ମାଡି ଆସୁଛି ବାତ୍ୟା ” ଆସାନି ” – ଏହି 6 ଟି ଜିଲ୍ଲା କୁ ସତର୍କ ସୂଚନା – ଯାହା ଡର ଥିଲା ସେଇଟା ହେଲା ଜାଣନ୍ତୁ ।

 

 

ବର୍ତ୍ତମାନ ସମୟ ରେ ପାଣିପାଗ କୁ ନେଇ ସାମ୍ନା କୁ ଆସିଛି ଏକ ବଡ ଖବର । ଦର୍ଶକ ବନ୍ଧୁ ମାଡି ଆସୁଛି ଏକ ବାତ୍ୟା । ତେବେ ସମ୍ଭାବ୍ୟ ବାତ୍ୟା ଟି ଗଭୀର ଅବପାତ ର ରୂପ ନେଵ ବୋଲି ପାଣିପାଗ ବିଭାଗ ତରଫ ରୁ ସୂଚନା ମିଳିଛି । ତେବେ ମତ୍ସ୍ୟ ଯିବି ମାନଙ୍କୁ ସମୁଦ୍ର କୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଆଉ ଏହା ସହିତ ରାଜ୍ୟ ର ଅନେକ ଜିଲ୍ଲା ମାନଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି ।

 

ତେବେ ବଙ୍ଗୋପସାଗର ର ଦକ୍ଷିଣ ପୂର୍ବ କ୍ଷେତ୍ର ରେ ସୃଷ୍ଟି ହୋଇଥିବା ଅବପାତ ପୂର୍ବ ଓ ଉତ୍ତର ପୂର୍ବ ମୁହାଁ ହୋଇଛି । ତେବେ ଆଜି ରାତି ସୁଦ୍ଧା ଏହା ଗଭୀର ଆବାପାତ ର ରୂପ ନେବାର ସମ୍ଭାବନା ରହିଛି । ତେବେ ଆସନ୍ତା କାଲି ଏହା ସାମୁଦ୍ରିକ ଝଡ ର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ରୁ ପୂର୍ବାନୁମାନ କରାଯାଇଛି ।

 

ତେବେ ଦକ୍ଷିଣ ଆଣ୍ଡାମାନ ସଂଲଗ୍ନ ବଙ୍ଗୋପସାଗର ର ଦକ୍ଷିଣ ପୂର୍ବ ଏସିଆ ରେ ସୃଷ୍ଟି ହୋଇଥିବା ଅବପାତ ଟି ଉତ୍ତର ପୂର୍ବ ମୁହାଁ ହୋଇ ଗତକାଲି 5 .30 ସୁଦ୍ଧା ଗଭୀର ଅବପାତ ର ରୂପ ନେଇଛି । ତେବେ ଆଜି ରାତି ସୁଦ୍ଧା ଏହା ଗଭୀର ଅବପାତ ରେ ପରିଣତ ହୋଇ ଆସନ୍ତା କାଲି ସୁଦ୍ଧା ସାମୁଦ୍ରିକ ଝଡ ର ଆକାର ନେବ । ଯାହା ଫଳରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟ ରେ ଲାଗି ରହିବ ବର୍ଷା । ପରେ ଏହା ଉତ୍ତର ଓ ଉତ୍ତର ପୂର୍ବ ଦେଇ ଗତି କରି ବାଂଲାଦେଶ ନିକଟରେ ପହଞ୍ଚିବ ।

 

ତେବେ ଏହି ସାମ୍ଭାବ୍ୟ ବାତ୍ୟା ର ନାମ ଆସାନି ରହିବ । ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ରେ ପ୍ରବଳ ମାତ୍ରା ରେ ପବନ ବହିବ ଏବଂ ବର୍ଷା ମଧ୍ୟ ହେବ । ତେଣୁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ମତ୍ସ୍ୟ ଜିବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ତେବେ ଏହା ପ୍ରଭାବ ରେ ରାଜ୍ୟ ର ମାଲକାନଗିରି , କୋରାପୁଟ , ରାୟଗଡ଼ା ,ଗଞ୍ଜାମ ,ଗଜପତି , କେଉଁଝର  ଆଦି ଜିଲ୍ଲା ରେ ବର୍ଷା ହେବାର ସମ୍ଭାବନା ରହିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *