ପାକିସ୍ଥାନ ପ୍ରଧାନମନ୍ତ୍ରୀ ଶେଷରେ ମୁଣ୍ଡ ନୁଆଁଇ  ଭାରତ କୁ ସଲାମ କଲେ – ସବୁ ଭାରତୀୟ ମାନେ ନିଶ୍ଚୟ ଜାଣନ୍ତୁ ଏହି ଖବର ।

 

 

 

ଦର୍ଶକ ବନ୍ଧୁ ଭାରତ ଓ ପାକିସ୍ଥାନ ମଧ୍ୟରେ ଥିବା ସମ୍ପର୍କ କୁ ଆପଣ ମାନେ ସମସ୍ତେ ତ ବେଶ୍ ଭଲ ଭାବରେ ଜାଣି ଛନ୍ତି । ତେବେ ଏହି ଦୁଇ ଦେଶ ମଧ୍ୟରେ ଅନେକ ବର୍ଷ ରୁ ତିକ୍ତତା ତଥା ବିବାଦ ରହିଛି । ପାକିସ୍ଥାନ ର ଇମ୍ରାନ୍ ସରକାର ଅନେକ ସମୟ ରେ ଭାରତ ସରକାର ଏବଂ ସରକାର ଙ୍କ ନିୟମ ନେଇ ଅନେକ ଆକ୍ରୋଶ ପ୍ରକାଶ କରିଛନ୍ତି । 

 

ତେବେ ଏଥି ସହିତ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନୀତି ନିୟମ ଉପରେ ଇମ୍ରାନ୍ ଖାନ୍ ପ୍ରଶ୍ନବାଚୀ କରିଥାନ୍ତି ।କିନ୍ତୁ ଏବେ କିଛି ଦିନ ହେବ ପାକିସ୍ଥାନ ଅନେକ ସମସ୍ୟା ରେ ଥିବାର ପରିଲକ୍ଷିତ ହେଉଛି । କାରଣ ଏବେ ଇମ୍ରାନ୍ ଖାନ୍ ଙ୍କ ବିରୋଧ ରେ ବିପକ୍ଷ ପାର୍ଟି ଅନାସ୍ଥା ପ୍ରସ୍ତାବ ଦେଇଛି । 

 

ଆଉ ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ ନିଜ କ୍ଷମତା କୁ ହରାଇବା ଭୟ ରେ ସେ ଏବେ ଭାରତ ର ଗୁଣଗାନ କରିବା ଆରମ୍ଭ କରି ଦେଇଛନ୍ତି । ଏମିତିକି ଏକ କାର୍ଯ୍ୟକ୍ରମ ରେ ସେ ଭାରତ କୁ ପ୍ରଶଂସା ରେ ପୋତି ଦେଇଥିବାର ଦେଖିବାକୁ ମିଳିଛି ।ତେବେ ଏକ କାର୍ଯ୍ୟକ୍ରମ ରେ ଭାରତର ବୈଦେଶିକ ନୀତି ର ପ୍ରଶଂସା କରି ଇମ୍ରାନ କହିଥିଲେ ଯେ ମୁଁ ଆଜି ଭାରତ କୁ ସଲାମ କରୁଛି । 

 

ଭାରତ ସର୍ବଦା ସ୍ଵାଧୀନ ବୈଦେଶିକ ନୀତି ପାଳନ କରିଛି । ଭାରତ ବର୍ତ୍ତମାନ ଆମେରିକା ସହ ରହିଥିବା ବେଳେ ଋଷ ଠାରୁ ମଧ୍ୟ ତେଲ କିଣୁଛି । ଯେତେବେଳେ କି ବର୍ତ୍ତମାନ ସମୟ ରେ ଋଷ ଉପରେ ପ୍ରତିବନ୍ଧକ ଲଗା ଯାଇଛି ,କାରଣ ର ଭାରତ ର ନୀତି ନିଜ ନାଗରିକ ମାନଙ୍କ ପାଇଁ ରହିଛି । ଋଷ ଓ ୟୁକ୍ରେନ ସଙ୍କଟ ଉପରେ ପାକିସ୍ଥାନ କୁ ଚାପ ଦିଆ ଯାଇଥିବାରୁ ୟୁରୋପୀୟ ସଂଘ ର ସେ ଆଲୋଚନା କରିଥିଲେ ।

 

ୟୁରୋପୀୟ ସଂଘ କୂଟନୀତିଜ୍ଞ ପାକିସ୍ଥାନ କୁ ଯାହା କୁହନ୍ତି ,ସେହି କଥା ଭାରତ କୁ କହିବାକୁ ଡରନ୍ତି । ୟୁକ୍ରେନ ଉପରେ ଋଷ ଆକ୍ରମଣ ପ୍ରସଙ୍ଗ ରେ ସେମାନେ ପାକିସ୍ଥାନ କୁ ଋଷ ର ଆଲୋଚନା କରିବା ପାଇଁ ଚାପ ପ୍ରୟୋଗ କରିଥିଲେ ,ହେଲେ ଭାରତ କୁ କିଛି ବି କହି ନଥିଲେ ବୋଲି ଇମ୍ରାନ ଏହି କଥା କହିଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *