ଫୁଣି ଭୟଙ୍କର ବଢିଲା ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ! ଜାଣନ୍ତୁ କେତେ ଟଙ୍କା ଲେଖା ବଢିଲା ପ୍ରତି ଲିଟର ପିଛା….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଝଟକା ଦେଲା ପେଟ୍ରୋଲ ଓ ଡିଜେଲ ଦର । ନିର୍ବାଚନ ପରେ ତେଲ ଦରରେ ଲାଗିଲା ନିଆଁ । ଦୀର୍ଘ ୪ ମାସ ପରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଉଭୟ ତେଲର ଲିଟର ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ୮୦ ପଇସା ବୃଦ୍ଧି ପାଇଛି ।ୟୁକ୍ରେନ ଉପରେ ରୁଷ ଆକ୍ରମଣ ଯୋଗୁଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୪୦ ଡଲାର ଅତିକ୍ରମ କରିବା ସତ୍ତ୍ବେ ତେଲ କଂପାନିଗୁଡ଼ିକ ଦାମ୍ ବଢ଼ାଇନଥି‌ଲେ। 

 

‌ଉତ୍ତରପ୍ରଦେଶ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ନଥିଲେ। ଏପରିକି ନିର୍ବାଚନ ଫଳ ଚଳିତମାସ ୧୦ ତାରିଖରେ ପ୍ରକାଶ ପାଇବା ପରେ ବି ଦରକୁ ଆଜି ପର୍ଯ୍ୟନ୍ତ ସଂଶୋଧନ କରାଯାଇ ନଥିଲା।୧୩୭ ଦିନ ପରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର ।ଭୁବନେଶ୍ବରରେ ପେଟ୍ରୋଲ୍‌ ଦର ଲିଟର ପିଛା ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ୍ ୯୨ ଟଙ୍କା ୪୮ ପଇସା ହୋଇଛି । ଭୁବନେଶ୍ବରରେ ପେଟ୍ରୋଲ୍‌ ଓ ଡିଜେଲ ପାଖାପାଖି ୮୫ ପଇସା ବଢ଼ିଛି ।

 

ଗତକାଲି ହଠାତ୍ ତେଲ କଂପାନିଗୁଡ଼ିକ ବଡ଼ ଗ୍ରାହକ ଯେଭଳିକି ସପିଙ୍ଗ ମଲ୍, ରେଳବାଇ, ପରିବହନକାରୀ ସଂସ୍ଥା ଆଦି କିଣୁଥିବା ଡିଜେଲ୍‌ର ମୂଲ୍ୟରେ ଏକସଙ୍ଗେ ଲିଟର ପିଛା ୨୫ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ। ଦିଲ୍ଲୀରେ ପେଟ୍ରୋଲ ରେଟ୍ ୯୫.୪୧ ଟଙ୍କାରୁ ବଢି ୯୬.୨୧ ଟଙ୍କା ହୋଇଯାଇଛି।ଏଠାରେ ଡିଜେଲର ଦର ୮୬.୬୭ ଟଙ୍କାରୁ ୮୭.୪୭ ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୦.୮୨ ଟଙ୍କା ।

 

ସେହିପରି ଡିଜେଲ ୯୫ ଟଙ୍କା ହୋଇଥିବା ବେଳେ କୋଲକାତାରେ ଦର ଯଥାକ୍ରମେ ୧୦୫.୫୧ ଟଙ୍କା ଏବଂ ୯୦.୬୨ ଟଙ୍କା ଏବଂ ଚେନ୍ନାଇରେ ୧୦୨.୧୬ ଓ ୯୨.୧୯ ଟଙ୍କା ରହିଛି ।୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୪ ତାରିଖ ପର ଠାରୁ ତୈଳ ଦରରେ କୌଣସି ବୃଦ୍ଧି ଘଟିନଥିଲା । ଅନୁରାଷ୍ଟ୍ରୀୟ ବଜାରରେ ଅଶୋଧୂତ ତୈଳ ଦର ବ୍ୟାରେଲ ପିଛ ୧୧୧ ଡଲାରରେ ପହଞ୍ଚିଛି । ଗତ ସପ୍ତାହରେ ଅଶୋଧୂତ ତୈଳ ଦର ୧୩୦ ଡଲାର ପାର୍ କରିବା ପରେ ପୁଣି ୧୦୦ ଡଲାର ତଳକୁ ଖସି ଆସିଥିଲା । ହେଲେ ଏବେ ପୁଣି ଦାମ୍ ବଢିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *