ମାଡି ଆସୁଛି ବାତ୍ୟା ଆସାନି – ରାଜ୍ୟ ର ଏହି 6 ଟି ଜିଲ୍ଲା ପାଇଁ ଜାରି ହୋଇଛି ସତର୍କ ସୂଚନା ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବାତ୍ୟା ଆସାନି ପାଇଁ ଓଡ଼ିଶା ର କେଉଁ 6 ଟି ଜିଲ୍ଲା ପାଇଁ ଜାରି ହୋଇଛି ସତର୍କ ସୂଚନା । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାଣିପାଗ କୁ ନେଇ ସାମ୍ନା କୁ ଆସିଛି ବଡ ଖବର । ବର୍ତ୍ତମାନ ସମୟ ରେ ମାଡି ଆସୁଛି ବାତ୍ୟା ଆସାନି ।ତେବେ ଏହାର ପ୍ରଭାବ ରେ କେତେକ ଅଞ୍ଚଳ ରେ ଆରମ୍ଭ ହେଲାଣି ବର୍ଷା ଓ ପବନ । ଆଜି ରାତି ରୁ ବର୍ଷା ଓ ପବନ ହେବା ନେଇ ସତର୍କ ସୂଚନା ଜାରି ହୋଇଛି ।ରାଜ୍ୟ ର ଏହି ସବୁ ଜିଲ୍ଲା ରେ ଅଧିକ ମାତ୍ରା ରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି ହୋଇଛି । ତେବେ ଏହି ବାତ୍ୟା କୁ ନେଇ କଣ ରହିଛି ଲାଟେଷ୍ଟ ଅପଡେଟ ଆସନ୍ତୁ ଜାଣି ନେବା ।

ତେବେ ଆଜି ଏହି ସାମୁଦ୍ରିକ ଝଡ ଆସାନି ର ପ୍ରଭାବ ରେ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ର କିଛି ଅଞ୍ଚଳ ରେ ଜନ ଜୀବନ ପ୍ରଭାବିତ ହୋଇଛି ।ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି ଯେ ବର୍ଷ ର ପ୍ରଥମ ସାମୁଦ୍ରିକ ଝଡ ର ଦୃତ ଅଗ୍ରଗତି କୁ ଆଖିରେ ରଖି ଜାହାଜ ସେବା କୁ ସ୍ତଗିତ ରଖା ଯାଇଛି ଏବଂ ମତ୍ସ୍ୟ ଯିବି ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଏଥିପାଇଁ ମଧ୍ୟ 6 ଟି ରିଲିଫ କ୍ୟାମ୍ପ ଗଠନ କରାଯାଇଛି । ତେବେ ଉତ୍ତର ଏବଂ କେନ୍ଦ୍ରୀୟ ଆଣ୍ଡାମାନ ରେ ବର୍ଷା ସହିତ ଜୋର୍ ରେ ପବନ ହେଉଛି ।

ତେବେ ଭାରତୀୟ ପାଣିପାଗ ବିଭାଗ ଏହା କହିଛି ଯେ ,ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଅଞ୍ଚଳ ପୂର୍ବ ଓ ଉତ୍ତର ଦିଗ କୁ ଗତି କରିଛି ଏବଂ ଏହା ଅଧିକ ଶକ୍ତି ସଂଗ୍ରହ କରିବା ସହିତ ଆଜି ଏହା ଝଡ ଆସାନୀ ର ରୂପ ନେବାର ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ ଏହା ମିଆଁମାର୍ ଏବଂ ବାଂଲାଦେଶ ଦେଇ ଗତି କରିବାର ସମ୍ଭାବନା ରହିଛି। ତେବେ ଏହି ବାତ୍ୟା ପ୍ରଭାବ ରେ ଆଜି ଠାରୁ ରାଜ୍ୟ ରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବିଜୁଳି ଘଡଘଡି ବର୍ଷା ସହ ମାଧ୍ୟମ ଧରଣ ର ପବନ ବହିବାର ସମ୍ଭାବନା ରହିଛି । ତେବେ ଏଥିପାଇଁ ଓଡ଼ିଶା ର ଗଞ୍ଜାମ, ଗଜପତି, କନ୍ଧମାଳ,କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରି ଜିଲ୍ଲା ପାଇଁ ଜାରି ହୋଇଛି ସତର୍କ ସୂଚନା ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published.