ଭାରତ ମୁଣ୍ଡ ରେ ଅଠା ଲଗାଇଲେ ଆମେରିକା ରାଷ୍ଟ୍ରପତି – ଆଉ ଭାରତ କୁ କହିଲେ ଏଭଳି ସବୁ କଥା – ଜାଣନ୍ତୁ ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ ସମୟ ରେ ଆମେରିକା ରାଷ୍ଟ୍ରପତି ଭାରତ ମୁଣ୍ଡ ରେ ଅଠା ବୋଳିବାକୁ ଚେଷ୍ଟା କରି କେଉଁ ସବୁ କଥା କହିଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଋଷ ଓ ୟୁକ୍ରେନ ଯୁଦ୍ଧ କୁ ନେଇ ଭାରତ ର ପ୍ରତିକ୍ରିୟା କୁ ନେଇ ଆମେରିକା ଖୁସି ନାହିଁ । ପ୍ରତି ଟି କ୍ଷେତ୍ର ରେ ୟୁକ୍ରେନ କୁ ନିରାଶ କରିଥିବା ଆମେରିକା ଶେଷ ରେ ଭାରତ ମୁଣ୍ଡ ରେ ଅଠା ବୋଳିବାକୁ ଚେଷ୍ଟା କରୁଛି । ତେବେ ୟୁକ୍ରେନ ସାଥିରେ ସବୁବେଳେ ଆମେରିକା ସମେତ ନାଟୋ ଦେଶ ଥିବା କହି ୟୁକ୍ରେନ କୁ ଗଛ ଉପରେ ଚଢ଼ାଇ ଦେଇଥିଲା ଆମେରିକା ।

 

ହେଲେ ଯେତେବେଳେ ୟୁକ୍ରେନ ଉପରେ ଋଷ ଘନଘନ ଆକ୍ରମଣ କଲା ସେତେବେଳେ ପଛ ଘୁଂଚା ଦେଇଥିଲା ଆମେରିକା ।ଆଉ ଏଭଳି ଏକ ସ୍ଥିତି ରେ ଓଲଟା ଭାରତ କୁ ଦୁର୍ବଳ କହିଛନ୍ତି ବାଇଡେନ୍ । ଋଷ ଓ ୟୁକ୍ରେନ ଯୁଦ୍ଧ ଉପରେ ସେମିତି କିଛି ପ୍ରତିକ୍ରିୟା ଦେଇ ନାହିଁ ଭାରତ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।ସେ କହିଛନ୍ତି କି ୟୁକ୍ରେନ ଓ ଋଷ ବିବାଦ ରେ ଭାରତ ର ପ୍ରତିକ୍ରିୟା ଦୁର୍ବଳ ରହିଛି। ଜାପାନ ଏବଂ ଅଷ୍ଟ୍ରେଲିଆ ଋଷ କୁ ଦୃଢ଼ ନିନ୍ଦା କରୁଥିବା ବେଳେ ଭାରତ ଏଭଳି କରି ନାହିଁ ।

 

ତେବେ ଯୁଦ୍ଧ ଆରମ୍ଭ ହେବା ପରଠୁ ଋଷ କୁ ସମାଲୋଚନା କରିବା ଠାରୁ ଦୂରେଇ ରହିଛି ଭାରତ । ଆମେରିକା ଏହା ମତ ରଖିଛି ଯେ, ଋଷ ଉପରେ କୌଣସି ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ନିଜର ନାଗରିକ ମାନଙ୍କୁ ସୁରକ୍ଷିତ ସ୍ବଦେଶ ଆଣିବା ପାଇଁ ଗୁରୁତ୍ବ ଦେଇଥିଲା ଭାରତ । ଆମେରିକା ଏହା ଅଭିଯୋଗ କରିଛି ଯେ , ଭାରତ ର ଋଷ ସହିତ ଥିବା ପୁରୁଣା ବନ୍ଧୁତା କାରଣ ରୁ ଋଷ ସେନା ର ଆକ୍ରମଣ କୁ ପ୍ରତିକ୍ରିୟା ଦେବାକୁ ଏ ପର୍ଯ୍ୟନ୍ତ ଏଡେଇ ଆସିଛି ।

 

ତେବେ ଏଥି ମଧ୍ୟରେ ସବୁଠୁ ବଡ଼ କଥା ଟି ହେଉଛି ଆମେରିକା କଟକଣା ସତ୍ତ୍ବେ ଭାରତ ଋଷ ଠାରୁ ତେଲ କିଣିବା ଜାରି ରଖିଛି । କେବଳ ସେତିକି ନୁହେଁ ମିଳିତ ଜାତିସଂଘ ରେ ଋଷ ବିରୋଧ ରେ ଆସିଥିବା ନିନ୍ଦା ସଂକ୍ରାନ୍ତୀୟ ମତବାଦ ରୁ ଦୂରେଇ ରହିଛି ଭାରତ । ତେବେ ଏଭଳି ସ୍ଥିତି ରେ ଭାରତ ର ପ୍ରତିକ୍ରିୟା କୁ ନାପସନ୍ଦ କରିଛି ଆମେରିକା ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *