ଆର୍ଥିକ ସଙ୍କଟ ଦୂର କରିବା ପାଇଁ ମଙ୍ଗଳବାର ଜପନ୍ତୁ ହନୁମାନଙ୍କ ଏହି ମନ୍ତ୍ର । ଏବେ ଆସନ୍ତୁ ଜାଣିବା କଣ ସେହି ମନ୍ତ୍ର । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆର୍ଥିକ ସଙ୍କଟ ଦୂର କରିବା ପାଇଁ ମଙ୍ଗଳବାର ଜପନ୍ତୁ ହନୁମାନଙ୍କ ଏହି ମନ୍ତ୍ର । ଏବେ ଆସନ୍ତୁ ଜାଣିବା କଣ ସେହି ମନ୍ତ୍ର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ହିନ୍ଦୁ ଧର୍ମରେ ମଙ୍ଗଳବାରକୁ ଭଗବାନ ହନୁମାନଙ୍କୁ ସମର୍ପିତ କରାଯାଇଛି । ଏହିଦିନ ହନୁମାନଙ୍କୁ ପୂଜା କରିବାର ବିଧି ରହିଛି । ଏହିଦିନ ବଜରଙ୍ଗୱାଲିଙ୍କ ପୂଜା-ଉପାସନା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ସଙ୍କଟ ଦୂର ହୋଇଥାଏ ଏବଂ ବଜରଙ୍ଗୱାଲି ପ୍ରସନ୍ନ ହୋଇ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି । ହନୁମାନଙ୍କୁ ମାରୁତ ନନ୍ଦନ, ବଜରଙ୍ଗୱାଲି, ସଙ୍କଟମୋଚନ, ପବନସୂତ ହନୁମାନ ଆଦି ନାମରେ ଜଣା ଯାଇଥାଏ । 

 

ଧାର୍ମିକ ଗ୍ରନ୍ଥରେ ଉଲ୍ଲେଖ ଥିବା କଥାନୁଯାୟୀ ଭଗବାନ ହନୁମାନଙ୍କ ନାମ ଜପିବା ମାତ୍ରେ ହିଁ ବ୍ୟକ୍ତିଙ୍କ ସମସ୍ତ ସଙ୍କଟ ଦୂର ହୋଇଥାଏ । ମଙ୍ଗଳବାର ଦିନ ହନୁମାନଙ୍କୁ ଆରାଧନା କରିବା ଦ୍ୱାରା ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟ ମଜବୁତ ହୋଇଥାନ୍ତି ଏବଂ ଜୀବନରେ ଉନ୍ନତି ହୋଇଥାଏ । ସେହିପରି ଯଦି କୌଣସି ଜାତକରେ ମଙ୍ଗଳ କମଜୋର ହୋଇଥାଏ ତେବେ ଜାତକରେ ଏହାର ପ୍ରତିକୂଳ ପ୍ରତିକୂଳ ପ୍ରଭାବ ପଡିଥାଏ । ଜୀବନରେ ସମସ୍ତ ଦୁଃଖ, ସଙ୍କଟ, ସମସ୍ୟାରୁ ମୁକ୍ତି ପାଇଁ ହନୁମାନଙ୍କ ପୂଜା ପରେ କିଛି ମନ୍ତ୍ର ଜପନ୍ତୁ ।

 

୧. ଓଁ ପୂର୍ବକପିମୁଖାୟ ପଞ୍ଚମୁଖ ହନୁମନ୍ତେ

ଟଂ ଟଂ ଟଂ ଟଂ ଟଂ ସକଳ ଶତୃ ସଂହରାୟଣ ସ୍ୱାହା ।

ଶତୃକୁ ନାସ କରିବା ପାଇଁ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ । ଏହାଦ୍ୱାରା ଶତୃ ଦମନ ହୋଇଥାଏ । ନିୟମିତ ରୂପେ ସ୍ନାନ-ଧ୍ୟାନ ଏବଂ ହନୁମାନ ଚାଳିଶା ପାଠ କରିବା ପରେ ଏହି ମନ୍ତ୍ରକୁ ୧୧ ଥର ଜପନ୍ତୁ । 

 

୨. ଓଁ ନମୋ ଭଗବତେ ପଞ୍ଚବଦନାୟ ପଶ୍ଚିମୁଖାୟ ଗରୁଡାନନା ମଂ ମଂ ମଂ ମଂ ମଂ ସକଳ ବିଷହରାୟ ସ୍ୱାହା । ଏହି ମନ୍ତ୍ର ଜପିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ବ୍ୟକ୍ତି ନିୟମିତ ସ୍ନାନ-ଧ୍ୟାନ ରେ ୧୧ ଥର ଏହି ମନ୍ତ୍ର ଜପନ୍ତୁ । ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବ।

 

୩. ଓଁ ହଂ ହନୁମଂତେ ରୁଦ୍ରାତ୍ମକାୟ ହୁଂ ଫଟ୍

ନିୟମିତ ପୂଜା କରିବା ସମୟରେ ଏହି ମନ୍ତ୍ର ନିହାତି ଜପନ୍ତୁ । ଏହି ମନ୍ତ୍ର ଜପିବା ଦ୍ୱାରା ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ହନୁମାନ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *