ଯୁଦ୍ଧ ସମୟରେ ରୁଷିଆ ରେ ବଢିଲା କଣ୍ଡୋମ ର ବିକ୍ରି | କାରଣ ଜାଣିଲେ ଆପଣ ବି ଚମକି ପଡିବେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଯୁଦ୍ଧ ଚାଲିଥିବା ସମୟରେ ଋଷରେ ବଢ଼ିଲା କଣ୍ଡୋମର ଅଭାବ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ୟୁକ୍ରେନ ଉପରେ ଆକ୍ରମଣ ଯୋଜନାକୁ ରାଷ୍ଟ୍ରପତି ପୁତିନ ଖଣ୍ଡନ କରିବା ପରେ ବି ଟଳୁନି ଯୁଦ୍ଧ ଭୟ । ଜାତିସଂଘକୁ ଏନେଇ ଚିଠି କରିବା ସହ ସତର୍କ କରାଯାଇଛି । 

କେତେବେଳେ ଥମିଯାଉଛି ତ ପୁଣି କେତେବେଳେ ବଢୁଛି ଯୁଦ୍ଧ ଆଶଙ୍କା । ପ୍ରତିଦିନ ଗୁଳି , କ୍ଷେପଣାସ୍ତ୍ର , ବୋମା ମାଡ଼ ପରେ ମାଡ଼ ହେଉଥିଲା । ଏମିତିକି ସାଧାରଣ ଲୋକଙ୍କୁ ମାରିବାକୁ ବି ପଛାଉ ନାହିଁ । ତେବେ ଅନ୍ୟ ସମସ୍ତ ଦେଶ ତଥା ଜାତିସଂଘ ମଧ୍ୟ କୌଣସି ମତେ ଏହି ଯୁଦ୍ଧ ରୋକି ପାରୁନାହାନ୍ତି । ଋଷିଆ ର ସେହି ଗୋଟିଏ ସଂକଳ୍ପ , ସେ ୟୁକ୍ରେନ କୁ ନିଜ ଅଧୀନ ରେ ନେବ । 

ଏହିପରି ଭାବେ ଦୁଇ ଦେଶ ମଧ୍ୟରେ ଘୋମଗାଟ ଯୁଦ୍ଧ ଚାଲିଥିଲା ବେଳେ ଅବଶ୍ୟ ବଜାର ରେ ଏହାର ପ୍ରଭାବ ପଡ଼ିଥିଲା । ତେବେ ଯେପରି ସବୁ କିଛି ଜିନିଷ ର ଦାମ ବଢିଥିଲା , ଏକ ଅନ୍ୟ ଘଟଣା ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସେଠାରେ କଣ୍ଡୋମ ଅଭାବ ମଧ୍ୟ ହୋଇପାରେ ଭାବି ସେଠାକାର ବାସିନ୍ଦା ଅନେକ ପରିମାଣ ରେ କଣ୍ଡୋମ କିନିନେଇଛନ୍ତି । ଋଷ ରେ କଣ୍ଡୋମ ବିକ୍ରିରେ ଏହି ବୃଦ୍ଧି ଏପରି ସମୟରେ ଘଟିଛି ଯେଉଁ ସମୟରେ ଡ୍ୟୁରେକ୍ସ ଏବଂ ଅନ୍ୟାନ୍ୟ ବ୍ରାଣ୍ଡ ନାମରେ କଣ୍ଡୋମ ତିଆରି କରୁଥିବା ବ୍ରିଟିଶ କମ୍ପାନୀ ରେକିଟ   ଦେଶରେ ବ୍ୟବସାୟ ଜାରି ରଖିଛି । 

ତେବେ ସେଠାକାର ଗଣ ମାଧ୍ୟମ ରିପୋର୍ଟ ଅନୁସାରେ ଗତ ବର୍ଷ ତୁଳନାରେ ଔଷଧ ଦୋକାନୀଙ୍କ ଦ୍ୱାରା କଣ୍ଡୋମ ବିକ୍ରି ୩୨ ପ୍ରତିଶତ ବୃଦ୍ଧି ପାଇଛି । ଏଥିସହିତ ସୁପରମାର୍କେଟ ନିଜର ବିକ୍ରି ୩୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି କହିଛି ।ଋଷର ସବୁଠାରୁ ବଡ଼ ଅନଲାଇନ୍ ରିଟେଲର ୱାଇଲ୍ଡବେରୀ କହିଛି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚର ପ୍ରଥମ ଦୁଇ ସପ୍ତାହରେ କଣ୍ଡୋମ ବିକ୍ରି ୧୭୦ ପ୍ରତିଶତ ବୃଦ୍ଧି ପାଇଛି । ଦେଶର ବୃହତ୍ତମ ଫାର୍ମାସି ଚେନ୍ ୩୬.୬ PJSC ବିକ୍ରିରେ ୨୬ ପ୍ରତିଶତ ବୃଦ୍ଧି ଘଟିଛି ବୋଲି କହିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *