ଓଡ଼ିଶା ମୁହାଁ ଚଳିତ ବର୍ଷର ପ୍ରଥମ ବାତ୍ୟା “ଅସାନି” । ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଡ଼ିଶା ମୁହାଁ ଚଳିତ ବର୍ଷର ପ୍ରଥମ ବାତ୍ୟା “ଅସାନି” । ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପାଣିପାଗ ବିଭାଗ ଆଇଏମଡି ସାମୁଦ୍ରିକ ଝଡ଼ ଅସାନି ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଲଘୁ ଚାପ କ୍ଷେତ୍ର ଆସନ୍ତା ସପ୍ତାହରେ ଅର୍ଥାତ୍ ଆସନ୍ତା ୨୧ ତାରିଖରେ ଏକ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ଆଇଏମଡି ଅନୁଯାୟୀ, ଏହି ସାମୁଦ୍ରିକ ଝଡ଼ ବାଂଲାଦେଶ ଏବଂ ଉତ୍ତର ମିଆଁମାର ଆଡକୁ ଗତି କରିପାରେ ବୋଲି ଆକଳନ କରାଯାଇଛି । 

 

ଏହି ବାତ୍ୟାର ନାମ ଅସାନି ରଖାଯାଇଛି । ବାତ୍ୟାର ନାମ ଶ୍ରୀଲଙ୍କା ରଖିଛି । ଏହା ପୂର୍ବରୁ କେନ୍ଦ୍ର ଗୃହ ସଚିବ ସାମୁଦ୍ରିକ ଝଡ଼ର ମୁକାବିଲା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ମନ୍ତ୍ରଣାଳୟ, ଏଜେନ୍ସି ଏବଂ ଆଣ୍ଡାମାନ ଏବଂ ନିକୋବର ପ୍ରଶାସନର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା । ପାଣିପାଗ ବିଭାଗ କହିଛି ଯେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଆଡକୁ ଯିବା ପୂର୍ବରୁ ଏକ ନିମ୍ନ ଚାପରେ ପରିଣତ ହୋଇଛି । 

 

ମାର୍ଚ୍ଚ ୨୧ ରେ ଏହା ଏକ ସାମୁଦ୍ରିକ ଝଡ଼/ବାତ୍ୟାରେ ପରିଣତ ହୋଇପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା ଏବଂ ଏହା ଦିଗ ବଦଳାଇ ମାର୍ଚ୍ଚ ୨୨ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ଆଶା କରାଯାଉଥିଲା । ଗୃହ ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ ସାମୁଦ୍ରିକ ଝଡ଼ର ଚେତାବନୀ ପରେ ଏନଡିଆରଏଫ୍ ସହିତ ଉଦ୍ଧାରକାରୀ ଦଳକୁ ଆଣ୍ଡାମାନ ଏବଂ ନିକୋବରରେ ଆଲର୍ଟ ମୋଡରେ ରଖାଯାଇଛି । 

 

ତେବେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିଲା । ଆଇ-ଏମ-ଡି ବୁଲେଟିନ୍ କହିଛି ଯେ ମାର୍ଚ୍ଚ ମାସ ଶେଷ ଆଡକୁ ଏହି ସାମୁଦ୍ରିକ ଝଡ଼ ସ୍ଥଳଭାଗରେ ପହଞ୍ଚିବ । ତେବେ ଏହା ପୂର୍ବରୁ ମାର୍ଚ୍ଚ ୨୦ ସୁଦ୍ଧା ଏହା ଡିପ୍ରେସନରେ ପରିଣତ ହେବ ଏବଂ ମାର୍ଚ୍ଚ ୨୧ ସୁଦ୍ଧା ପ୍ରଥମେ ବାତ୍ୟାର ରୂପ ନେବ । ଏହା ପ୍ରଭାବରେ କିଛି ଜିଲ୍ଲାକୁ ପ୍ରବଳ ବର୍ଷା ହେବାର ସମ୍ଭାବନା କରାଯାଇଛି । ଆଉ ତାହା ସହିତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *