ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ୟୁକ୍ରେନ ଉପରେ ଚାଲିଛି ଋଷ ର ଆ-କ୍ର-ମଣ ।ତେବେ ବର୍ତ୍ତମାନ ସମୟ ରେ ବିଶ୍ଵ ସମୁଦାୟ ର ସମର୍ଥନ ହାସଲ କରୁଛି ୟୁକ୍ରେନ ।ହେ ଭଗବାନ ପୁରା ଫସିଗଲା ଭାରତ ! ମାଡି ଆସିବ କି ଭାରତକୁ ବଡ଼ ବିପଦ… ତେବେ ଅନେକ ଆର୍ଥିକ କଟକଣା ତଥା ବିଭିନ୍ନ ପ୍ରତିବନ୍ଧକ ରେ ଛନ୍ଦି ହୋଇଯାଇଛି ମସ୍କୋ ।
ତେବେ ଏକ ଘରିଆ ହୋଇ ଯାଇଥିବା ଋଷ ଏବେ ନିଜର ମିତ୍ର ରାଷ୍ଟ୍ର ଙ୍କ ଠାରୁ ସହଯୋଗ ଆଶା ରଖିଛି । ମସ୍କୋ ରେ ଋଷ ବୈଦେଶିକ ମନ୍ତ୍ରୀ ବ୍ରିକ୍ ଦେଶ ଗୁଡ଼ିକ ର ରାଷ୍ଟ୍ରଦୂତ ଙ୍କୁ ଭେଟି ଆଲୋଚନା କରିଛନ୍ତି ।ବ୍ରିକ୍ ଦେଶ ଗୁଡ଼ିକ ମଧ୍ୟରେ ସାମରିକ ସହଯୋଗ କୁ ମଜବୁତ ସହିତ ଆଗକୁ ବଢ଼ାଇବା ନେଇ ମତ ରଖିଥିଲେ ।
ବ୍ରିକ୍ ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ଋଷ ପାଇଁ ଭାରତ ଓ ଚୀନ୍ ସହ ସମ୍ପର୍କ ଅତି ଗୁରୁତ୍ୱପୂର୍ଣ୍ଣ । ତେବେ ୟୁକ୍ରେନ ଆକ୍ରମଣ ପ୍ରସଙ୍ଗ ରେ ସମ୍ପର୍କ ପ୍ରଭାବିତ ନ ହେଉ ବୋଲି ସ୍ପଷ୍ଟ କରିଛି ଚୀନ୍ । ଚିନ ରାଷ୍ଟ୍ରପତି ଙ୍କ ସହ ଆଲୋଚନା ବେଳେ ଋଷ କୁ କୌଣସି ସାମରିକ ସହାୟତା କିମ୍ବା କୌଣସି ଅସ୍ତ୍ର ଶସ୍ତ୍ର ନ ଯୋଗାଇ ବାକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଚାରି ଆଡୁ ପ୍ରଶ୍ନ ଉଠିବା ପରେ ଋଷ ଠାରୁ ଦୂରତା ରଖିବାକୁ ପ୍ରୟାସ ଚଳାଇଛି ଚୀନ୍ ।
କିନ୍ତୁ ଭାରତ ର ଆଭିମୁଖ୍ୟ କୁ ନେଇ ବିଭିନ୍ନ ଆଡୁ ପ୍ରଶ୍ନ ଉଠିଛି ।କ୍ୱାଡ ସଦସ୍ୟ ଦେଶ ମାନଙ୍କ ମଧ୍ୟରେ ଋଷ ପ୍ରତି କେବଳ ଭାରତ ନରମ ମନୋଭାବ ପୋଷଣ କରିଛି । କ୍ଵାଡ ର ସମସ୍ତ ରାଷ୍ଟ୍ର ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଋଷ ପ୍ରସଙ୍ଗ ରେ ଭାରତକୁ ସିଧାସଳଖ ସମାଲୋଚନା କରି ଭାରତ ର ନୀତି ଅସ୍ଥିର ରହିଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ।
ଗତ କିଛି ଦିନ ମଧ୍ୟରେ ଋଷ ର ଆକ୍ରମଣ କୁ ନେଇ ଜାତିସଂଘ ର ପ୍ରସ୍ତାବ ଉପରେ ଭୋଟ ଦାନ ରୁ 5 ଥର ବିରତ ରହିଛି ଭାରତ । ତେବେ ଋଷ ସହ ଭାରତ ର ସମ୍ପର୍କ ଅତି ନିବିଡ ରହିଛି । ଦେଶ ର 60 ପ୍ରତିଶତ ସାମରିକ ଉପକରଣ ରୁଷ ଠାରୁ ଆମଦାନୀ ହୋଇଥାଏ । ଅନ୍ୟପଟେ ଆମେରିକା ସହିତ ଭଲ ସମ୍ପର୍କ ଥିବାରୁ ଋଷ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାଠୁ ଦୂରରେ ରହିଛି ଭାରତ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।