ବିଦ୍ୟୁତ୍ ବିଲ୍ କୁ କମ୍ କରିବା ପାଇଁ ଆପଣାନ୍ତୁ ଏହି 2 ଟି ସହଜ ଓ ସରଳ ଉପାୟ (100%) – ଏବେ ହିଁ ଜାଣନ୍ତୁ ।

 

ଦର୍ଶକ ବନ୍ଧୁ ଘରେ ଅଧିକ ପରିମାଣ ରେ ବିଲ୍ ଉଠିବା ନେଇ ଅନେକ ଲୋକ ମାନେ ଚିନ୍ତିତ ହୋଇଥାନ୍ତି । ସାଧାରଣତଃ ହିଟର (heater) ଓ ଗିଜର (geyser) ର ବ୍ୟବହାର ଦ୍ଵାରା ଅଧିକ ପରିମାଣ ରେ ବିଲ୍ ଉଠିଥାଏ। ତେବେ ଦର୍ଶକ ବନ୍ଧୁ ଏମିତି କଣ କଲେ ଏହି ଦୁଇଟି ଉପକରଣ କୁ ବ୍ୟବହାର କରିବା ସତ୍ତ୍ୱେ ମଧ୍ୟ କମ୍ ପରିମାଣ ରେ ବିଲ୍ ଉଠିବ ,ଶେଷ ପର୍ଯ୍ୟନ୍ତ ପଢନ୍ତୁ ଜାଣି ପାରିବେ ।

 

ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଉପାୟ କହିବୁ ଯାହା ଦ୍ଵାରା ଆପଣ ପ୍ରତି ମାସ ରେ ହଜାର ହଜାର ଟଙ୍କା ସଞ୍ଚୟ କରି ପାରିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

 

ଦର୍ଶକ ବନ୍ଧୁ ଜାଣି ରଖନ୍ତୁ ଯେ , ବୈଦୁତିକ ଜିନିଷ ଗୁଡ଼ିକ ୫ ଷ୍ଟାର ରେଟିଂ ସହିତ ଆସିଥାଏ । ତେବେ ଏହି ଜିନିଷ ଗୁଡ଼ିକ ର ବ୍ୟବହାର ଦ୍ଵାରା ବହୁତ୍ ପରିମାଣ ରେ ବୈଦ୍ୟୁତିକ ଶକ୍ତି ସଞ୍ଚୟ ହୋଇଥାଏ । କିନ୍ତୁ ଆପଣ ଏହି ଜିନିଷ କୁ ଗୁଡ଼ିକୁ ବଜାର ରୁ କିଣିବା ବେଳେ 5 ଷ୍ଟାର୍ ରେଟିଂ କୁ ଦେଖି କିଣନ୍ତୁ । ତେବେ ଏହି 5 ଷ୍ଟାର୍ ଯୁକ୍ତ ଜିନିଷ ର ବ୍ୟବହାର ରେ ବହୁତ୍ କମ୍ ପରିମାଣ ରେ ବିଲ୍ ଉଠିଥାଏ ।

 

ଆପଣ ମାନେ ତ ଜାଣିଛନ୍ତି , ଗିଜର କୁ ବ୍ୟବହାର କଲେ ଅଧିକ ପରିମାଣ ରେ ବିଦ୍ୟୁତ୍ ବିଲ୍ ଆସିଥାଏ । ଏଥିପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ଗିଜର କିଣିବା ଉଚିତ୍ । ତେବେ ଏଥିରେ ପାଣି ଗରମ ହେଲେ ତାହା ପ୍ରାୟ ତିନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଗରମ ରହିଥାଏ । ଏଥିପାଇଁ ତାହାକୁ କ୍ରମାଗତ ଭାବରେ ଅଧିକ ସମୟ ପର୍ଯ୍ୟନ୍ତ ଅନ୍ ନ ରଖି ଗୋଟେ ଥର ପାଣି ଗରମ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ।

 

ତେବେ ଏ କଥା ମନେ ରଖନ୍ତୁ ଯେ ,ଇଲେକ୍ଟ୍ରିକ୍ ବ୍ଲୋଭର ଏବଂ ହିଟର କୁ ବ୍ୟବହାର କରିବା ସମୟ ରେ ତାହାକୁ ବେଶୀ ସମୟ ପର୍ଯ୍ୟନ୍ତ ଲଗାତାର ଭାବରେ ଅନ୍ ନ ରଖି ବନ୍ଦ କରି ଦିଅନ୍ତୁ । ତେବେ  ଆବଶ୍ୟକତା ପଡ଼ିଲେ କେବଳ ଏହାକୁ ଅନ୍ କରନ୍ତୁ  ଓ ରୁମ୍ ରେ ନଥିବା ବେଳେ ଏହାକୁ ବନ୍ଦ ରଖନ୍ତୁ । ଏଭଳି କଲେ ଆପଣ ନିଜର ବିଦ୍ୟୁତ୍ ବିଲ୍ କୁ କମ୍ କରି ପାରିବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *