ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ରାଜ୍ୟରେ ଆହୁରି ବର୍ଷା ସୂଚନା,ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏହି ସୁନ୍ଦର ସବୁଜମୟ ପ୍ରକୃତି ରେ ପ୍ରାକୃତିକ ବି-ପ-ର୍ଯ୍ୟ-ୟ କୁ ସାମ୍ନା କରିବା ଅତି ସାଧାରଣ କଥା ହୋଇଗଲାଣି । ବିଶ୍ୱବାସୀ ପ୍ରତି କ୍ଷେତ୍ରରେ ପ୍ରାକୃତିକ ବି-ପ-ର୍ଯ୍ୟ-ୟ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ସାଧାରଣତଃ ପ୍ରକୃତି ଆଗରେ ମନୁଷ୍ୟ ସର୍ବଦା ନତମସ୍ତକ ହୋଇ ରହିଥାଏ । ପ୍ରକୃତିର ଭଲ ପାଇବା ତଥା ତା-ଣ୍ଡ-ବ ରୂପକୁ ମନୁଷ୍ୟ ସହ୍ୟ କରିଥାଏ । ତେବେ ବନ୍ୟା , ବାତ୍ୟା ,ଭୂମିକମ୍ପ , ଝଡ଼ ଆଦିକୁ ଆମେ ପ୍ରାକୃତିକ ବି-ପ-ର୍ଯ୍ୟ-ୟ ବୋଲି କହିଥାଉ । ତେବେ ଏସବୁ ପଛରେ ପ୍ରମୁଖ କାରଣ ହେଉଛି ପରିବେଶ ଓ ମଣିଷ । ମଣିଷ ନିଜ ସ୍ବା-ର୍ଥ ପୂରଣ ପାଇଁ ପ୍ରକୃତିର ସୁନ୍ଦର ସୃଷ୍ଟିକୁ ବିନାଶ କରୁଛି । ଯାହାର ଫଳ ସ୍ୱରୂପ ଏହି ପ୍ରାକୃତିକ ବି-ପ-ର୍ଯ୍ୟ-ୟ ଆଦିକୁ ମନୁଷ୍ୟ ଭୋଗ କରୁଛି ।
ଧରା ପୃଷ୍ଠରେ କେତେବେଳେ ଅନାବୃଷ୍ଟି ତ ପୁଣି କେତେବେଳେ ଅତିବୃଷ୍ଟି ଦେଖିବାକୁ ମିଳୁଛି । ଚଳିତବର୍ଷ ବର୍ଷା ଅଭାବରୁ ଅନେକ ସ୍ଥାନରେ ମରୁଡ଼ି ପରିସ୍ଥିତି ଦେଖିବାକୁ ମିଳୁଥିବା ବେଳେ ଗତ କିଛି ମାସ ହେବ ରାଜ୍ୟରେ ଲଗାଣ ଲଘୁଚାପ ବଶତଃ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ତଥା ବାତ୍ୟା ରେ ସମ୍ମୁଖୀନ ହେବାକୁ ପଡ଼ିଛି । ତେବେ ଚଳିତ ମାସ ଅକ୍ଟୋବର ରେ ପ୍ରଥମେ ବଙ୍ଗପୋସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ବାତ୍ୟା ର ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗରୁ ସୂଚିତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ବାତ୍ୟା ବି-ପ-ଦ ଟଳି ଯାଇ ଲଘୁଚାପ ର ରୂପ ଧାରଣ କରିଛି । ତେବେ ଆସନ୍ତୁ ଜାଣିବା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ନୂଆ ଲଘୁଚାପ ବିଷୟରେ ।
ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ଗାଙ୍ଗେୟ ତ୍ରିକୋଣଭୂମି ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ପଶ୍ଚିମବଙ୍ଗ ଓ ତତସଂଲଗ୍ନ ଉତ୍ତର-ଓଡ଼ିଶା ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଏହି ଲଘୁଚାପ କ୍ଷେତ୍ର ଜନିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୫.୮ କିମି ଯାଏ ବ୍ୟାପି ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣି ପାଗ ବିଭାଗ ଆକଳନ କରି ସୂଚନା ଦେଇଛି । ଏହି ପ୍ରଭାବରୁ ରାଜ୍ୟରେ ଗତ କିଛିଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଏଭଳି ଆଗକୁ ଆଉ କିଛି ଦିନ ରାଜ୍ୟରେ ଏମିତି ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି ।
ଏଥି ପାଇଁ ପାଣିପାଗ ବିଭାଗ ରାଜ୍ୟର କେତେକ ଜିଲ୍ଲାକୁ ୱାର୍ଣିଂ ଜାରି କରାଯାଇଛି । ଓଡ଼ିଶା ର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ସେହିପରି ବାଲେଶ୍ଵର , ମୟୂରଭଞ୍ଜ ର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ର ସମ୍ଭାବନା ହେତୁ ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ରାଜ୍ୟର ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ଢେ଼ଙ୍କାନାଳ ଆଦି ଜିଲ୍ଲା ରେ ସାମାନ୍ୟ ବର୍ଷା ର ସମ୍ଭାବନା ରହିଛି ତେଣୁ ଏହି ସବୁ ଜିଲ୍ଲାକୁ ପାଣିପାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।