ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କେଉଁ କେଉଁ ଉପାୟ କଲେ ଓ ମନ୍ତ୍ର ଜପକଲେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣ ଅତି ସହଜରେ ଲାଭ କରି ପାରିବେ ଚାଲନ୍ତୁ ଜାଣିବା ସେହି ସରଳ ଉପାୟ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜିକା ସମୟରେ ବି ଅନେକ ଲୋକ ବାସ୍ତୁ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି । ଆଉ ନିଜ ଘରକୁ ବି ଏହି ଅନୁସାରେ ହିଁ ସଜାନ୍ତି । ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ ଧରାଯାଏ । ତାଙ୍କ କୃପା ଯେଉଁ ଘରେ ପଡେ ସେଠି ଧନର କୌଣସି ଅଭାବ ରୁହେ ନାହିଁ । ଆଉ ସେହି କାରଣରୁ ଲୋକେ ସର୍ବ ପ୍ରଥମେ ମା’ ଙ୍କର ହିଁ ପୂଜାର୍ଚ୍ଚନା କରନ୍ତି । ବାସ୍ତୁ ଅନୁସାରେ ଏମିତି କିଛି ଟିପ୍ସ ଅଛି ଯାହାକୁ ଅବଲମ୍ବନ କଲେ ମା’ ଙ୍କ କୃପା ଲାଭ ହୋଇଥାଏ । ମାଆ ଲକ୍ଷ୍ମୀଙ୍କ କୃପା ନହେଲେ କିଛି ହୁଏନି ।
ଲକ୍ଷ୍ମୀଙ୍କ କୃପା ହେଲେ ହିଁ ସମସ୍ତଙ୍କ ଜୀବନ ଗାଡ଼ି ଟିକେ ଆଗକୁ ଯିବ । ଓଡ଼ିଆରେ ଗୋଟିଏ କଥା ଅଛି ଯେ ଅଭାବରୁ ସ୍ଵଭାବ ନଷ୍ଟ । ସବୁବେଳେ ଦେଲୋ ମା ବୋଲି ଡ଼ାକିହେବା । ମାଆ ଲକ୍ଷ୍ମୀଙ୍କ କୃପା କେବେ ବି କାହା ଉପରେ ଉଣା ହୋଇନଥାଏ । ଦୁର୍ଭାଗ୍ୟ କ୍ରମେ ମା ବେଳେ ବେଳେ ରୁଷ୍ଟ ହୋଇ ଯାଇଥାନ୍ତି । ଓଡ଼ିଆ କାବ୍ୟ ଗ୍ରନ୍ଥ ଓଡ଼ିଆ ପୁରାଣ ସାହିତ୍ୟ ରେ ବର୍ଣନା ହୋଇଛି ଲକ୍ଷ୍ମୀ ପୁରାଣରେ ମଧ୍ୟ ପଢିଥିବେ ଯେ ମା ଲକ୍ଷ୍ମୀ ରୁଷ୍ଟ ହେଲେ ବୋଲି ଜଗନ୍ନାଥ ଓ ବଳଭଦ୍ର ଖାଇବା ନପାଇ କିପରି ଦୁଆର ଦୁଆର ବୁଲୁଥିଲେ ।
ତେବେ ମା ଲକ୍ଷ୍ମୀଙ୍କୁ ମନାଇବା ପାଇଁ ଏକ ବଢିଆ ଉପାୟ ମଧ୍ୟ ଅଛି ଯାହା ସମସ୍ତଙ୍କୁ ଜାଣିବା ଉଚିତ୍ । ତାହା ହେଉଛି ପ୍ରତ୍ୟେକ ଦିନ ସ୍ଫଟିକ ମାଳାରେ ଶ୍ରିଂ ବିଜୟ ମନ୍ତ୍ର ୧୦୮ ଥର ଜପ କରିବେ ତେବେ ମା ଲକ୍ଷ୍ମୀ ବିଲକୁଲ୍ ଭି ରୁଷ୍ଟ ହେବେ ନାହିଁ । ଆଉ ଗୋଟିଏ ବଢିଆ ଗୁପ୍ତ ମନ୍ତ୍ର ହେଉଛି ” ଓଁ ରିଂ ଏଇଂ ଶ୍ରୀଂ ମହାଲକ୍ଷ୍ମୀ ଆଗଛ ଆଗଛ ଓଁ ହ୍ରିଂ ଏଇଂ ଶ୍ରୀଂ ଫଟ୍ “। ଏହି ମନ୍ତ୍ରଟିକୁ ଯଦି ସ୍ଫଟିକ ମାଲାରେ ପ୍ରତିଦିନ ଜପକଲେ ମା ଲକ୍ଷ୍ମୀ ପାଖରେ ଆସି ପହଞ୍ଚିଯିବେ । ଆଉ ପାଖରୁ ବିଲକୁଲ୍ ଛାଡ଼ିକି ଯିବେନାହିଁ ।
କେବଳ ସେତିକି ନୁହେଁ ଗୋଟିଏ ଶକ୍ତିଶାଳୀ କଥା ହେଲା ଶ୍ରୀ ସୁପ୍ତ । ଧାରାବାହିକ ଭାବେ ୬ଟି ଶୁକ୍ରବାର ପର୍ଯ୍ୟନ୍ତ ଆପଣ ଯଦି ଶ୍ରୀ ସୁପ୍ତ କେବଳ ପଢ଼ିବେ ତେବେ ମା ଲକ୍ଷ୍ମୀଙ୍କ ଅନବଦ୍ୟ କୃପା ଆପଣଙ୍କ ଉପରେ ବର୍ଷି ଯିବ । ପ୍ରତି ମାସରେ ଗୋଟିଏ ସଂକ୍ରାନ୍ତି ରୁ ଆଉ ଗୋଟିଏ ସଂକ୍ରାନ୍ତି ପର୍ଯ୍ୟନ୍ତ ଆମେମାନେ ହିନ୍ଦୁ ର ମାସ ବୋଲି ମାନିଥାନ୍ତି । ଏହି ସମୟରେ ଭୋକିଲା ଲୋକକୁ ଯଦି ମାଗଣାରେ ଅନ୍ନ ଦାନ କରୁଛନ୍ତି ତେବେ ଆପଣଙ୍କୁ କୌଣସି ପ୍ରକାର ମା ଲକ୍ଷ୍ମୀଙ୍କ ରୁଷ୍ଟତା ପ୍ରବେଶ କରି ପାରିବ ନାହିଁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।