ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସନ୍ତା ମାର୍ଚ୍ଚ ୨୮ ଓ ୨୯ ରେ ଭାରତ ବନ୍ଦ ଡାକରା । ଜାଣନ୍ତୁ କଣ ଖୋଲା ଆଉ କଣ ବନ୍ଦ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ସାଧାରଣ ଜନତା ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଗୁଡ଼ିକ ଆସନ୍ତା ୨୮ ଓ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏନେଇ ଦିଲ୍ଲୀରେ ଟ୍ରେଡ ୟୁନିୟନମାନଙ୍କ ତରଫରୁ ଏକ ବୈଠକ କରାଯାଇ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଇଛି । ଏନେଇ ଟ୍ରେଡ ୟୁନିୟନମାନେ କହିଛନ୍ତି କି କେନ୍ଦ୍ର ସରକାରଙ୍କ କୃଷକ ମାରଣ, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି ।
ଏନେଇ ଟ୍ରେଡ ୟୁନିୟନ ନେତାମାନେ କହିଛନ୍ତି କି କେନ୍ଦ୍ର ସରକାର ଯେଭଳି ଭାବେ ନୂତନ ଶ୍ରମକୋର୍ଡ ଲାଗୁ କରି ସାଧାରଣ ଶ୍ରମିକମାନଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଛନ୍ତି ବିଶେଷ ଭାବେ ଏହା ବିରୋଧରେ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି । ଏହି ଆନ୍ଦୋଳନକୁ ନିର୍ମାଣ ଶ୍ରମିକ, ବିଡି ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘଗୁଡିକ ସମର୍ଥନ ଜଣାଇଛନ୍ତି । ଏହାସହ ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ ସଂଘ, ଦୂରସଂଚାର କର୍ମଚାରୀ ସଂଘ, ଆୟକର ବିଭାଗ କର୍ମଚାରୀ ସଂଘଗୁଡିକ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଦୁଇ ଦିନିଆ ଭାରତ ବନ୍ଦରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ।
ସେପଟେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି, ଇପିଏଫଧାରୀ ମାନଙ୍କୁ ଜମା ଉପରେ ସୁଧହାର ହ୍ରାସ ମଧ୍ୟ ଏହି ଆନ୍ଦୋଳନର ଅନ୍ୟ ପ୍ରସଙ୍ଗ ବୋଲି ଟ୍ରେଡ ୟୁନିୟନ ନେତାମାନେ ମତ ଦେଇଛନ୍ତି । ସେପଟେ ଏହି ଆନ୍ଦୋଳନକୁ ଦୃଷ୍ଟିରେ ବିଭିନ୍ନ ରାଜ୍ୟ ସରକାରମାନେ କଡା ସୁରକ୍ଷା ବ୍ୟବସ୍ଥା କରୁଛନ୍ତି । ଆନ୍ଦୋଳନ ବେଳେ ହିଂସାକୁ ରୋକିବା, ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦରେ ସାମିଲ ଥିବା ଲୋକ କିଭଳି ଆନ୍ଦୋଳନ କରିପାରିବେ ତାହା ଉପରେ ନଜର ରଖିଛନ୍ତି । ତେବେ ଦେଶରେ ପୁଣି ଥରେ ମୁଣ୍ଡ ଟେକିଲା ଶ୍ରମିକ ଆନ୍ଦୋଳନ ।
କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ ସଂଘ ପକ୍ଷରୁ ଏହି ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଆଉ ଏହି ବନ୍ଦ ପାଳନକୁ ଅସଫଳ କରିବା ପାଇଁ ରାଜ୍ୟ ସରକାରମାନେ ଇ-ଏସ-ଏମ୍-ଏ ପ୍ରୟୋଗ କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି । ଏହି ଭରତ ବନ୍ଦ ଯୋଗୁଁ ଅନେକ ବ୍ୟବସାୟ ବନ୍ଦ ହେବାର ଆଶଙ୍କା ରହିଛି । ବ୍ୟାଙ୍କିଙ୍ଗ ଉପରେ ସବୁଠାରୁ ବଡ ପ୍ରଭାବ ଦେଖିବାକୁ ମିଳିପାରେ । କାରଣ ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ସମର୍ଥନ କରୁଥିବାରୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।