ଅରିନ୍ଦମ ଙ୍କ ୧୧ ରେ ବଡ଼ ଘୋଷଣା କଲା OTV । ଜାଣନ୍ତୁ କଣ ସେହି ଘୋଷଣା

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କର ମ-ର-ଣ ପରେ ତାଙ୍କର ଏ-କା-ଦ-ଶା-ହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭାରେ ଅରିନ୍ଦମଙ୍କ ନାମରେ ସ୍କଲାରସିପ୍ ଘୋଷଣା ହେଲା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଆଜି ଏ-କା-ଦ-ଶା-ହ । ଏହି ଅବସରରେ ଆଜି ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍କଲାରସିପ୍ ଘୋଷଣା କରିଛି ଓଟିଭି । ପ୍ରତିବର୍ଷ ସାମ୍ବାଦିକ ପାଠ୍ୟକ୍ରମର ଜଣେ ମେଧାବୀ ଛାତ୍ର କିମ୍ବା ଛାତ୍ରୀଙ୍କୁ ଏହି ବୃତ୍ତି ଦେବାକୁ ଓଟିଭି ଏମଡି ଜଗିମଙ୍ଗତ ପଣ୍ଡା ଆଜି ଘୋଷଣା କରିଛନ୍ତି । ଓଟିଭି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ମୃତିସଭାରେ ସ୍ୱର୍ଗତ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଓଟିଭି ଏମଡି ଏହି ଘୋଷଣା କରିଛନ୍ତି । 

 

ଏହି ଅବସରରେ ଓଟିଭିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱର୍ଗତ ଅରିନ୍ଦମଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ତେବେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା ପୂର୍ବରୁ କରିସାରିଛି ଓଟିଭି । ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏଇ ଘୋଷଣା କରିଥିଲେ । ଶୋ-କ ବାର୍ତ୍ତାରେ ଜଗି କହିଥିଲେ ଯେ ଅରିନ୍ଦମଙ୍କ ଚାଲିଯିବା କେବଳ ମୋ ପାଇଁ ନୁହେଁ, ସାରା ଅନୁଷ୍ଠାନ ପାଇଁ ଅପୂରଣୀୟ କ୍ଷ-ତି । ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ, କୌଣସି ଆର୍ଥିକ ସହାୟତା ଏ ଅପୂରଣୟ କ୍ଷ-ତି ଭରଣା କରିପାରିବନି । ଅରିନ୍ଦମଙ୍କ ପରିବାର ଏବେ ଆମ ପରିବାର ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ଆମର ବୋଲି କହିଥିଲେ ଜଗି ମଙ୍ଗତ ।

 

ତେବେ ସୂଚନଯୋଗ୍ୟ, ସେପ୍ଟେମ୍ବର ୨୪ ତାରିଖରେ ମୁଣ୍ଡଳି ବ୍ରିଜ୍ ନିକଟରେ ଏକ ହାତୀ ଫସି ରହିଥିବା ବେଳେ ଅରିନ୍ଦମ କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ସହିତ ସେଠାକୁ ରିପୋର୍ଟିଂ କରିବା ପାଇଁ ଯାଇଥିଲେ । ଓଡ୍ରାଫ୍ ଟିମ୍ ବୋଟ୍‌ରେ ହାତୀକୁ ଘଉଡ଼ାଇକୁ ନଦୀ ଭିତରକୁ ଯାଇଥିଲା । ଅରିନ୍ଦମ ଓ ପ୍ରଭାତ ବି ସେମାନଙ୍କ ସହିତ ଯାଇଥିଲେ । ଆଉ ସେହି ସମୟରେ ବୋଟ୍‌ଟି ଓଲଟି ପଡ଼ିଥିଲା । ଏଥିରେ ଅରିନ୍ଦମଙ୍କ ସହ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କର ମ-ର-ଣ ହୋଇଥିଲା । 

 

ସେହିଭଳି ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଓଟିଭିର କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ପରବର୍ତ୍ତୀ ସମୟରେ ସୁସ୍ଥ ହୋଇଥିଲେ । ଅରିନ୍ଦମ ପରି ନି-ର୍ଭୀ-କ ସାହସୀ ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତ-ବ୍ଧ ହୋଇପଡ଼ିଥିଲା । କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଲୋକ ମଧ୍ୟ ତାଙ୍କର ସରଳ ଅମାୟିକ ବ୍ୟବହାର, ହସମିଜାଜ ଚେହେରାକୁ ଏବେ ସମସ୍ତେ ଝୁରି ହେଉଛନ୍ତି । ଅରିନ୍ଦମଙ୍କ ଅକାଳ ମ-ର-ଣ କୁ କେହି ସହଜେ ଗ୍ରହଣ କରି ପାରୁ ନାହାନ୍ତି । ଏହାକୁ ନେଇ ବିଭିନ୍ନ ମହଲରେ ଗଭୀର ଶୋ-କ ପ୍ରକାଶ ପାଇଥିଲା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *