ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଋଷ କରୁଛି ୟୁକ୍ରେନ ଉପରେ ଭୟଙ୍କର ମସାଇଲ ମାଡ଼ । ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡ଼ିଓ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜିକୁ ଅନେକ ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚଳାଇଛି ରୁଷିଆ । ମଧ୍ୟବର୍ତ୍ତୀ କିଛି ଦିନ ଯୁଦ୍ଧ ବନ୍ଦ ଥିବା ବେଳେ ପୁଣି ଆରମ୍ଭ ହୋଇଛି ଏହି ଯୁଦ୍ଧ । ଏମିତିକି ସାଧାରଣ ଲୋକଙ୍କୁ ମାରିବାକୁ ବି ପଛାଉ ନାହିଁ । ତେବେ ଅନ୍ୟ ସମସ୍ତ ଦେଶ ତଥା ଜାତିସଂଘ ମଧ୍ୟ କୌଣସି ମତେ ଏହି ଯୁଦ୍ଧ ରୋକି ପାରୁନାହାନ୍ତି । ଦିନ କୁ ଦିନ ଜଟିଳ ହେଉଛି ଯୁଦ୍ଧ ପରିସ୍ଥିତି । ମିଶାଇଲ , ବିସ୍ଫୋରକ ହମଲା ରେ ଛାରଖାର ୟୁକ୍ରେନ । ସହର ଉପରେ ଋଷ ର ଘନ ଘନ ରକେଟ୍ ମାଡ଼ ହେଉଛି ।
ଗୁଳିଗୋଳା, ମିସାଇଲ ଓ ବୋମା ବର୍ଷଣ କରି ୟୁକ୍ରେନ୍ରେ ନରସଂହାର ଜାରି ରଖିଛି ରୁଷ । ସବୁଠି ବିଚଳିତ ଓ ବିବ୍ରତ କଲା ଭଳି ଦୃଶ୍ୟ ଆସୁଛି। ଆଜି ମାନବିକତାକୁ ଖିନିଭିନ ହେଲା ଭଳି ବର୍ବୋଚରିତ ଆକ୍ରମଣ କରିଛି ରୁଷ ସେନା।ଶରଣାର୍ଥୀ ଭାବେ ଆଶ୍ରୟ ନେଇଥିବା ଏକ ସ୍କୁଲ ଉପରେ ଏକ ସ୍କୁଲରେ ଭୟଙ୍କର ମିସାଇଲ ଆଟାକ୍ କରିଛି ରୁଷ। ୟୁକ୍ରେନ୍ର ବନ୍ଦର ସହର ମାରିୟୁପୁଲରେ ଏକ କଳା ସ୍କୁଲରେ ନିର୍ଦ୍ଦୟ ଭାବେ ଆକ୍ରମଣ କରିଛି ମସ୍କୋ ସେନା। ଏହି ସ୍କୁଲରେ ୪୦୦ ଲୋକ ଆଶ୍ରୟ ନେଇଥିଲେ।
ମାରିୟୁପୁଲରେ ସହରଳର କାଉନସିଲ ପକ୍ଷରୁ ଏହି ସୂଚନା ଦିଆଯାଛି। ତେବେ ହଠାତ୍ ମୃତାହତଙ୍କ ସୂଚନା ମିଳି ନାହିଁ । କିନ୍ତୁ ବିଲଡିଂଟି ଧୂଳିସାତ ହୋଇଯାଇଛି। ଲୋକେମାନେ ଏହି ବିଲଡିଂ ତଳେ ଫସିଯାଇଥିବା କୁହାଯାଇଛି। ଏଥିରେ ଶତାଧିକ ଲୋକଙ୍କ ମ-ର-ଣ ଘଟିଥିବା ଅନୁମାନ କରାଯାଉଛି। ଅନ୍ୟପଟେୟୁକ୍ରେନର ବନ୍ଦର ନଗରୀ ମାରିଉପୋଲ୍ ଦଖଲ କରିବାକୁ ଯାଇ ରୁଷ ସୈନିକମାନେ ସେଠାରେ ଥିବା ୟୁରୋପ୍ର ବୃହତ୍ତମ ଲୁହା ଏବଂ ଇସ୍ପାତ୍ କାରଖାନା ‘ଅଜୋଭସ୍ତାଲ୍’କୁ ବିଧ୍ୱସ୍ତ କରି ପକାଇଛନ୍ତି ।
ୟୁକ୍ରେନୀୟ ସାଂସଦ ଲେସିଆ ଭାସିଲେଙ୍କୋ ଟ୍ୱଇଟ୍ କରିଛନ୍ତି, ୟୁରୋପ୍ର ଅନ୍ୟତମ ବୃହତ୍ତମ ଇସ୍ପାତ କାରଖାନା ଧ୍ୱଂସ ହୋଇଯାଇଛି।ଏଥିସହ ଶିଳ୍ପାଞ୍ଚଳ ଉପରେ ଓ ପରିସରରେ ବିସ୍ଫୋରଣ ଘଟି ଅଟ୍ଟାଳିକା ମାନଙ୍କରୁ ଧୂସର ଓ କଳା ଧୂଆଁର ବଳୟ ଉଠୁଥିବା ଭିଡିଓ ଆସିଛି । ଯୁଦ୍ଧ ଆଜିକୁ ୨୫ ଦିନରେ ପ୍ରବେଶ କରିଥିବା ବେଳେ ବିଜୁଳି, ଜଳ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ନ ଥିବା ମାରିୟୁପୋଲ୍ର ରାସ୍ତାଘାଟରେ ଏବେ ଭୀଷଣ ଲଢ଼େଇ ଚାଲିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।