ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଜାଣିଛନ୍ତି ଅନେକ ଦିନ ରୁ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ତେବେ ୟୁକ୍ରେନ ଉପରେ ଋଷ ର ଆକ୍ରମଣ ଯୋଗୁଁ ଆମେରିକା ସମେତ ଅନ୍ୟ କିଛି ଦେଶ ମାନେ ଋଷ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ଏହାର ପ୍ରଭାବ ସିଧାସଳଖ ଋଷ ର ଅର୍ଥନୀତି ଉପରେ ପଡୁଛି । ଆଉ ଋଷ ର ଅର୍ଥନୀତି ଦୁର୍ବଳ ହେବା କାରଣ ରୁ ରୁଷ ଏବେ ଭାରତ ର ସହଯୋଗ ଲୋଡୁଛି ।
ତେବେ ଋଷ ଉପରେ କଟକଣା ଲଗାଇବା ପାଇଁ ଆମେରିକା ଅନ୍ୟାନ୍ୟ ଦେଶ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲା କିନ୍ତୁ ଆମେରିକା ର କଟକଣା ସତ୍ୱେ ଋଷ ଠାରୁ ତେଲ କିଣୁଛି ଭାରତ । ଋଷ ଏହା ଚାହୁଁଛି ଯେ ଭାରତ ତାଙ୍କ ଠାରୁ ଅଧିକ ପରିମାଣ ରେ ତେଲ କିଣୁ । ଆଉ ଏହି ପ୍ରତିଦ୍ବନ୍ଦ୍ବିତା ବଜାରରେ ଭାରତର ତୈଳ ଉପରେ ଅଧିକ ନଜର ରହିବ ।
ତେବେ ବର୍ତ୍ତମାନ ଭାରତ ସେଇୟା ହିଁ କରୁଛି ଯାହାକୁ ଆମେରିକା ମନା କରିଥିଲା। ତେବେ ଋଷ ଠାରୁ ତେଲ କିଣିବା ପାଇଁ ଭାରତ ପୂର୍ବରୁ ରାସ୍ତା ଖୋଲି ରଖିଛି ବୋଲି ଏହା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ନାନା ଆଲୋଚନା ମଧ୍ୟରେ ଭାରତ ପରୋକ୍ଷରେ ଜବାବ୍ ରଖିଛି ।ଆନ୍ତର୍ଜାତୀୟ ବଜାରରେ ଭାରତୀୟ ବ୍ୟବସାୟୀ ମାନେ ଇନ୍ଧନ କ୍ଷେତ୍ରରେ ସର୍ବୋତ୍ତମ ବିକଳ୍ପ ଖୋଜୁଛନ୍ତି।
ତେବେ ଆମେରିକା ଲଗାଇଥିବା ପ୍ରତିବନ୍ଧକ ତଥା କଟକଣା ସତ୍ୱେ ମଧ୍ୟ ଭାରତ ଏବେ ଋଷ ଠାରୁ ତେଲ କିଣୁଛି। ତେବେ ଏଥିପାଇଁ ଆମେରିକା ଭାରତ କୁ ସିଧାସଳଖ ନ କହି ଭାରତ କୁ ଦୁର୍ବଳ ବୋଲି କହିଛି । ଆମେରିକା ଏହା କହିଛି ଯେ ,ଭାରତ ଓ ଋଷ ମଧ୍ୟରେ ଥିବା ନିବିଡ ସଂପର୍କ ଯୋଗୁଁ ଭାରତ ଋଷ ର ଆକ୍ରମଣ ପ୍ରସଙ୍ଗ କୁ ନେଇ ସମସ୍ତ କଥା କୁ ଏଡେଇ ଆସିଛି ।
ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।