ଶ୍ରୀ ମନ୍ଦିର ରେ କାହିଁକି ବାଜେ ନାହିଁ ଶଙ୍ଖ , ୯୦ ପ୍ରତିଶତ ଲୋକ ମାନେ ଜାଣି ନାହାନ୍ତି ଏହାର କାରଣ – ଏବେ ହିଁ ଜାଣନ୍ତୁ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶ୍ରୀ ମନ୍ଦିର ରେ କାହିଁକି ବାଜେ ନାହିଁ ଶଙ୍ଖ । ଆପଣ ଜାଣିଛନ୍ତି କି ତାହାର କାରଣ । ତେବେ ଆସନ୍ତୁ ଜାଣିବା ଶଙ୍ଖ ବଜା ନହେବାର ମୁଖ୍ୟ କାରଣ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ରେ ଅନେକ ଗୁଡ଼ିଏ ନୀତି ନିୟମ ରହିଛି । ଆଉ ସେହି ସବୁ ନୀତି ନିୟମ ଅନୁସାରେ ମନ୍ଦିର ରେ ସବୁ କିଛି ପରିଚାଳିତ ହୋଇଥାଏ । ବନ୍ଧୁଗଣ ଆପଣ ମାନେ କଣ ଏ କଥା ଜାଣିଛନ୍ତି ,” ଶ୍ରୀ ଜଗନ୍ନାଥ ମନ୍ଦିର ରେ ଶଙ୍ଖ ବାଜେ ନାହିଁ । କିନ୍ତୁ କାହିଁକି ଏବଂ କଣ ରହିଛି ଏହାର କାରଣ ,ଆସନ୍ତୁ ଜାଣି ନେବା ।

 

ସାଧାରଣତଃ ଏହି କଥା କୁ ସମସ୍ତେ ଜାଣିଥିବେ ହିନ୍ଦୁ ଧର୍ମରେ ଶଙ୍ଖ ଧ୍ଵନୀ କୁ ପବିତ୍ର ଧ୍ଵନୀ ବୋଲି କୁହା ଯାଇଥାଏ ଏବଂ ଏଥିପାଇଁ ସମସ୍ତ ଧାର୍ମିକ କାର୍ଯ୍ୟ ତଥା ଧାର୍ମିକ ସ୍ଥାନ ମାନଙ୍କ ରେ ଶଙ୍ଖ ନାଦ କରାଯାଏ । କିନ୍ତୁ ଏହି ପବିତ୍ର ଶଙ୍ଖ କୁ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ରେ କେବେ ବି ବଜା ହୁଏ ନାହିଁ । ତେବେ ଏହା ପଛରେ ରହିଥିବା ପ୍ରକୃତ କାରଣ ଟି ବିଷୟରେ ଆସନ୍ତୁ ଜାଣି ନେବା ।

 

ଶଙ୍ଖ ଧ୍ଵନୀ ହେଉଛି ଏକ ପବିତ୍ର ଧ୍ଵନୀ । ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି ଯେ , ଶଙ୍ଖ ବଜାଇବା ବେଳେ ଶଙ୍ଖ ର ଧ୍ଵନୀ ରେ ଆଖପାଖ ରେ ଥିବା ଜୀବଣୁ ନଷ୍ଟ ହୋଇ ଯାଇଥାନ୍ତି ,ଫଳରେ ଜୀବାଣୁ ଜନିତ ରୋଗ ହୋଇ ନଥାଏ । ଏଥିପାଇଁ ଆଦିମ କାଳରୁ ସକାଳୁ ଏବଂ ସଂନ୍ଧ୍ୟା ହେଲେ ଘର ଠାରୁ ମନ୍ଦିର ପର୍ଯ୍ୟନ୍ତ ଶଙ୍ଖ ଧ୍ୱନି ରେ ପ୍ରକମ୍ପିତ ହୋଇ ଉଠେ ।

 

ଆଉ ଏମିତି ଅନେକ ମତ ରହିଛି ଯେ , ଶଙ୍ଖ ହେଉଛି ଏକ ମୃତ ଜୀବ ଏଥିପାଇଁ ଶ୍ରୀ ମନ୍ଦିର ରେ ଏହାକୁ ନିଷେଧ କରାଯାଇଛି । କିନ୍ତୁ ପୁରାଣ ରେ ଏହା ବର୍ଣ୍ଣିତ ରହିଛି ଯେ ,ଶଙ୍ଖ ନାମକ ଅସୁର ବ୍ରହ୍ମାଙ୍କ ଠାରୁ ବେଦ ପୋଥି ଚୋରାଇ ନେଇ ସମୁଦ୍ର ଗର୍ଭରେ ଲୁଚି ରହିଥିଲା । ଏହାପରେ ଭଗବାନ୍ ବିଷ୍ଣୁ ମତ୍ସ୍ୟ ରୂପ ଧାରଣ କରି ସେହି ଅସୁର ର ବିନାଶ କରିଥିଲେ ଏବଂ ସେହି ଅସୁର ଠାରୁ ବେଦ କୁ ଉଦ୍ଧାର କରିଥିଲେ । ତେବେ ଏହି ଶଙ୍ଖାସୁର ର ଶରୀର ଶ୍ରୀ ମନ୍ଦିର ବା ବଡ ଦେଉଳ ତଳେ ଥିବାରୁ ଶ୍ରୀ ମନ୍ଦିର ରେ ଶଙ୍ଖ ବାଜେ ନାହିଁ ।

 

ଆଉ ମଧ୍ୟ ଏକ କଥା ଅଛି ଯେ , ଭଗବାନ୍ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ । ଶ୍ରୀ ଜଗନ୍ନାଥ ଧାମ ହେଉଛି ଏକ ପବିତ୍ର ଧାମ ତଥା ପୁଣ୍ୟ କ୍ଷେତ୍ର । ତେବେ ଏଭଳି ପୁଣ୍ୟ ତଥା ପବିତ୍ର ଧାମ ଆଉ ଶଙ୍ଖ ଧ୍ଵନୀ ରେ କଣ ବା ପବିତ୍ର ହେବ । ଯେମିତି ପବିତ୍ର ଗଙ୍ଗା କୁ ଆଉ ପବିତ୍ର କରିବା ପାଇଁ କିଛି ବି ବିକଳ୍ପ ନାହିଁ ସେହିପରି ପ୍ରଭୁ ଜଗନ୍ନାଥଙ୍କ ଧାମ ସବୁବେଳ ପାଇଁ ହିଁ ପବିତ୍ର ଆଉ ସେଥିପାଇଁ ପ୍ରଭୁ ଙ୍କ ମନ୍ଦିର ରେ ଶଙ୍ଖ ବାଜେ ନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *