ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୁଖ୍ୟମନ୍ତ୍ରୀଙ୍କ ନୂଆ ରକ୍ଷକ ଯୋଜନା । ମିଳିବ ୨୦୦୦ ଟଙ୍କା ସହାୟତା ରାଶି । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ବିବରଣୀ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସଡକ ସୁରକ୍ଷା ଜୀବନ ରକ୍ଷା ଏହି ଭଳି ସ୍ଲୋଗାନ ଅନେକ ସମୟରେ ଦିଆ ଯାଉଥିଲେ ମଧ୍ୟ ରାସ୍ତାରେ ଦୁର୍ଘଟଣା କମି ପାରିନାହିଁ । ଏଥିରେ ରୋକ ଲଗାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ରକ୍ଷକ ଯୋଜନା । ଏଥିପାଇଁ ଏକ ତାଲିମ ଶିବିର ସବୁ ସ୍ଥାନରେ ଅନୁଷ୍ଠିତ ମଧ୍ୟ ହେଉଅଛି । ତେବେ ବନ୍ଧୁଗଣ ସରକାରଙ୍କ ଚିନ୍ତା ବଢ଼ାଇଛି ବର୍ଦ୍ଧିତ ସଡ଼କ ଦୁର୍ଘଟଣା । ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଜାତୀୟ ହାରଠୁ ୧୦ ପ୍ରତିଶତ ଆଗରେ ରହିଛି ଓଡ଼ିଶା ।
ବେପରୁଆ ଗାଡ଼ି ଚାଳନା, ହେଲମେଟ୍ ନ ପିନ୍ଧିବା, ମଦ୍ୟ ପାନ କରି ଗାଡ଼ି ଚଳାଇବା ଏବଂ ଓଭର୍ ସ୍ପିଡ ଆଦି ସାଜିଛି ଦୁର୍ଘଟଣାର ପ୍ରମୁଖ କାରଣ । ସଚ୍ଚିବାଳୟରେ ବସିଥିବା ସଡ଼କ ସୁରକ୍ଷା ପରିଷଦ ବୈଠକରେ ରାଜ୍ୟରେ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା । ଯାହାର ବିକଳ୍ପରେ ରାଜ୍ୟ ସରକାର ରକ୍ଷକ ଯୋଜନାର ଶୁଭାରମ୍ଭ କରିଥିଲେ । ତେବେ ରାଜ୍ୟ ସରକାରଙ୍କର ତୋ ଅନେକ ଯୋଜନା ଅଛି । କୃଷକ, ମଜୁରିଆ, ବୃଦ୍ଧ ଭତ୍ତା, ପଙ୍ଗୁ ମାନଙ୍କ ପାଇଁ, ମହିଳା ଏବଂ ପିଲାଙ୍କ ପାଠ ପଢାକୁ ନେଇ ଅନେକ ଯୋଜନା ଅଛି ଆଉ ତାହା ମଧ୍ୟରୁ “ରକ୍ଷକ ଯୋଜନା” ଅନ୍ୟତମ ।
ତେବେ ସାଧାରଣତଃ ରାସ୍ତାରେ କୌଣସି ଦୁର୍ଘଟଣା ରେ ଆହତ ହୋଇଥିବା ବ୍ୟକ୍ତିକୁ ଦେଖିଲେ ଆରକ୍ଷୀ ଅଧିକାରୀ ର ପଚରା ଉଚୁରା ଡରରେ ଆମେ ସେ ସ୍ଥାନ ଛାଡି ପଳାଇ ଯାଇଥାଉ । ଅଯଥାରେ ପଙ୍କ ଭିତରେ ଗୋଡ଼ ନ ପୁରେଇବା ପାଇଁ ଇଚ୍ଛା କରି ମଧ୍ୟ ସେ ଲୋକର ସାହାଯ୍ୟ ଆମେ କରି ନଥାଉ । ଫଳରେ ଉକ୍ତ ବ୍ୟକ୍ତିର ମୃତ୍ୟୁ ହୋଇ ଯାଇଥାଏ । ସେ ପାଇଁ ସରକାର ଏହି ରକ୍ଷକ ଯୋଜନା ବନାଇଛନ୍ତି ।
ଯାହାଦ୍ବାରା ଯଦି କେହି ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ ହସ୍ପିଟାଲ୍ ପହଞ୍ଚାଇ ଦେବ କିମ୍ବା ଆମ୍ବୁଲାନ୍ସ ଡକାଇ ସାହାଯ୍ୟ କରିବ ସେହି ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଦୁଇ ହଜାର ଟଙ୍କା ରାଶି ଦେଇ ପୁରସ୍କୃତ କରିବେ । ଏହା କରିବା ଦ୍ଵାରା ଅକାଳରେ ଚାଲି ଯାଉଥିବା କିଛି ଜୀବନ ଉପଯୁକ୍ତ ଚିକିତ୍ସା ପାଇ ବଞ୍ଚିଯାଇ ପାରିବ । ଏବଂ ଲୋକେ ସାହାଯ୍ୟ କରିବାକୁ ଉତ୍ସାହିତ ହେବେ । ସେଥିପାଇଁ ଆମ୍ବୁଲାନ୍ସ ଗୁଡ଼ିକୁ ଉପଯୁକ୍ତ ତାଲିମ୍ ମଧ୍ୟ ଦିଆଯାଉଛି । ଏହି ଯୋଜନା ସଫଳ ହେଲେ ମ-ର-ଣ ହାର କମିଯିବା ନେଇ ଆଶା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।