ଫୁଣି ମୁଖ୍ୟମନ୍ତ୍ରୀ ନବୀନ ଙ୍କ ବଡ଼ ଘୋଷଣା । ଫୁଣି ଏହି ମାନଙ୍କ ପାଇଁ ଘୋଷଣା କଲେ 5000 ଟଙ୍କା ଲେଖା

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଫୁଣି ମୁଖ୍ୟମନ୍ତ୍ରୀ ନବୀନ ଙ୍କ ବଡ଼ ଘୋଷଣା । ଫୁଣି ଏହି ମାନଙ୍କ ପାଇଁ ଘୋଷଣା କଲେ 5000 ଟଙ୍କା ଲେଖା। ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର। 

 

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ , ଲୋକ ମାନଙ୍କ ଅଭାବ କୁ ଆଖିରେ ରଖି ରାଜ୍ୟ ସରକାର ଅନେକ ସମୟ ରେ ଅନେକ ଯୋଜନା ଆଣିଛନ୍ତି। ତେବେ ବର୍ତ୍ତମାନ ସମୟ ରେ ସେହିପରି ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ,ଯାହା ଦ୍ଵାରା କି ପଞ୍ଚାୟତରେ ସେବା ଯୋଗାଉଥିବା ୫୦ହଜାର ଗୋଷ୍ଠୀ ସହାୟକ କର୍ମଚାରୀ ମାନେ ଲାଭବାନ ହେବେ ।

 

ତେବେ ମିଶନ ଶକ୍ତି ଆନ୍ଦୋଳନ ର ଗୁରୁତ୍ବ ତଥା ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ତେବେ ମିଶନ ଶକ୍ତିକୁ ଅଧିକ ପରିଚାଳିତ ଏବଂ ସୁସମନ୍ବୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ନାମରେ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟ କରିଛନ୍ତି । ତେବେ ଚଳିତ ରେକର୍ଡ ଅନୁସାରେ ଗତ ବର୍ଷ ମିଶନ ଶକ୍ତି ମା ମାନଙ୍କୁ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିଥିଲା । 

 

ତେବେ ବର୍ତ୍ତମାନ ସମୟ ରେ ସ୍ମାର୍ଟ ଫୋନ କିଣିବା ପାଇଁ ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ତେବେ CRP- CM ମାନଙ୍କୁ ପାରିଶ୍ରମିକ ହିସାବରେ ମାସିକ ୩୦୦୦ ଟଙ୍କା ଏବଂ ଟେଲିଫୋନ ଭତ୍ତା ବାବଦରେ CRP- CM ମାନଙ୍କୁ ମାସିକ ୧୫୦ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ତେବେ ଏହି  ପ୍ୟାକେଜ କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *