ମହିଳା ମାନଙ୍କ ପାଇଁ ଆସିଲା ଖୁସି ଖବର ଏବେ ମହିଳା ମାନେ ପାଇବେ ୨୦୦୦ ଟଙ୍କା ସହ ୮ ଟି ଗ୍ୟାସ ସିଲିଣ୍ଡର । ବନ୍ଧୁଗଣ ସମସ୍ତ ପ୍ରକାର ସୁବିଧା ଲୋକ ମାନଙ୍କ ପାଖକୁ ରାଜନୀତି ଦ୍ଵାରା ଆସିଥାଏ । ରାଜନୀତି ରେ ଲୋକମାନେ ତାଙ୍କ ପ୍ରିୟ ଲୋକଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବାରେ ସକ୍ଷମ ହୁଅନ୍ତି । ରାଜନୀତି ରେ ଭଲ ଥାଏ ଏବଂ ଖରାପ କେତେଜଣ ନେତା ଥାଆନ୍ତି ତାଙ୍କ କଥା ଦେଇଥିବା କଥା ଭୁଲି ଯାଆନ୍ତି ଏବଂ ଅନ୍ୟ କେତେଜଣ ନେତା ଥାଆନ୍ତି ଯାହା କହିଥାନ୍ତି ତାହା ଉପରେ ପ୍ରତିଶ୍ରୁତି ବଧ ହୋଇ ରୁହନ୍ତି ।
ଲୋକ ମାନଙ୍କର ଭଲ କରିବା ପାଇଁ ସମସ୍ତଙ୍କ ସାମ୍ନାକୁ ଆସିଥିବା ନେତା ମାନେ ବେଳେବେଳେ ଭ୍ରଷ୍ଟାଚାରି ପରି ଥାନ୍ତି । ଲୋକ ମାନଙ୍କ ସୁବିଧା ପରେ ଦେଖନ୍ତି ଏବଂ ନିଜ ସୁବିଧା ପ୍ରଥମେ ଦେଖନ୍ତି । ସେତେବେଳେ ପ୍ରଥମରୁ ଦେଇଥିବା ପ୍ରତିଶ୍ରୁତି ସେତେବେଳେ ଆଉ ତାଙ୍କର ମନେ ପଡେନାହିଁ । ରାଜନୀତି ଏବଂ ନେତା ଙ୍କ ମଧ୍ୟରେ ବର୍ତ୍ତମାନ ବଳି ପଡ଼ୁଛନ୍ତି ସାଧାରଣ ଜନତା । ବର୍ତ୍ତମାନ ଚାଲିଛି ନିର୍ବାଚନ ସମୟ ସଭିଏଁ ନିଜ ମନ ମୁତାବକ ପାର୍ଥି ପାଇବା ପାଇଁ ସମ୍ପୂର୍ଣ ରୂପେ ଯୋଗ୍ୟ ।
ତେବେ ବର୍ତ୍ତମାନ ଠିକ୍ ସେହିପରି ପଞ୍ଜାବ ରେ ମଧ୍ୟ ରାଜନୀତି ପାଇଁ ଚାଲି ମୁଣ୍ଡ ଗରମ ପରିସ୍ଥିତି । ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ଦଳ ସମସ୍ତଙ୍କ ମନ ମୁତାବକ ଚେଷ୍ଟା ଜାରି କରୁଛନ୍ତି । କିଏ କହୁଚି ଜିତିଲେ ଏହି ସୁବିଧା ଦିଆଯିବ ତ ଅନ୍ୟ କେହି ତାଙ୍କୁ କାଟିବା ପାଇଁ ଆହୁରି ଲୋଭ ଦେଖାଇଲା ଭଳି ପ୍ରଲୋଭନ ଦେଖାଇଛନ୍ତି । ତେବେ ପଞ୍ଜାବ ରେ ମୁଖ୍ୟମନ୍ତ୍ରୀ ସିଦ୍ଧୁ ବଡ ଘୋଷଣା କରିଛନ୍ତି । ଘୋଷଣା ଟି ହେଉଛି ଯଦି ପଞ୍ଜାବ ରେ ପୁଣି ଥରେ କଂଗ୍ରେସ ଆସେ ତେବେ ସମସ୍ତ ମହିଳା ମାନଙ୍କୁ ମାଗଣା ୮ ଟି ଗ୍ୟାସ ଏବଂ ୨୦୦୦ ଟଙ୍କା ମିଳିବ ।
ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଜଦି କଂଗ୍ରେସ ସରକାର ଆସେ ସବୁ ପ୍ରକାର ସୁବିଧା ଲୋକମାନେ ପାଇବେ । ଶିକ୍ଷା,ନିଯୁକ୍ତି ଏବଂ ସବୁ କ୍ଷେତ୍ରରେ ଲୋକମାନଙ୍କୁ ସୁବିଧା ଯୋଗାଇ ଦିଆଯିବ । ସିଦ୍ଧୁ କହିଛନ୍ତି କଂଗ୍ରେସ ଆସିଲେ ପ୍ରତି ଗାଁ ରୁ ୨ ଜଣ ମହିଳା ଙ୍କୁ ନେଇ କମାଣ୍ଡୋ ପ୍ରସ୍ତୁତ କରିବେ । ଏହା ବ୍ୟତୀତ ପଞ୍ଚମ ପାସ ଛାତ୍ର ଛାତ୍ରୀ ଙ୍କୁ ୫୦୦୦ ଟଙ୍କା ପ୍ରଦାନ କରିବେ । ଏବଂ ଦଶମ ଏବଂ ଦ୍ଵାଦଶ ଛାତ୍ର ଛାତ୍ରୀ ଙ୍କୁ ୧୦୦୦୦-୧୫୦୦୦ ଟଙ୍କା ପ୍ରଦାନ କରିବେ ।
ଉଚ୍ଚ ଶିକ୍ଷା ପାଇଁ ବିଦେଶ କୁ ଯାଉଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ଟାବଲେଟ ବା ବଡ ମୋବାଇଲ ଯୋଗାଇ ଦିଆଯିବ । ଘରୋଇ କାମ ପାଇଁ ସମସ୍ତ ମହିଳା ମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ଏବଂ ତାଙ୍କ ଠାରୁ କୌଣସି ସୁଧ ନିଆଯିବ ନାହିଁ । ଏବଂ ଯେଉଁ ଚାଷୀ ମାନଙ୍କର ୫ ଏକର ରୁ କମ ଜମି ଅଛି ସେମାନଙ୍କୁ ଦିନକୁ ୪୦୦ ଟଙ୍କା ଦିଆଯିବ । ତେବେ ଏହିସବୁ କଥା କେତେଦୂର ସତ ଏବଂ କେତେଦୂର ମିଛ ତାହା ଆଉ ଅଳ୍ପ ଦିନ ପରେ ନିର୍ବାଚନ ସରିଲେ ଜଣା ପଡ଼ିବ ।