ଫୁଣି ମିଳିବ କାଳିଆ ଯୋଜନାରେ ଟଙ୍କା | ଜାଣନ୍ତୁ ଏଥର କେଉଁମାନେ ପାଇବେ କାଳିଆ ଟଙ୍କା…

 

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ଵ କ୍ରମେ କାଳିଆ ଯୋଜନା ଆରମ୍ଭ ହୋଇଥିଲା । ଏବଂ ଏହି ଯୋଜନାରେ ଅନେକ ଲୋକେ ଉପକୃତ ହୋଇଥିଲେ । ତେବେ ଏବେ ଏବେ କାଳିଆ ଯୋଜନା କୁ ନେଇ ଆସିଚି ବଡ ଖବର । ତେବେ ଏହି ନୂଆ ଜରୁରୀ ସୂଚନା ଟି ସମସ୍ତେ ଜାଣି ରଖିବା ନିହାତି ଜରୁରୀ ଅଟେ । ରାଜ୍ୟ ସରକାର ଙ୍କ ଦ୍ଵାରା ପୁଣି କାଳିଆ ଯୋଜନା ର ଅବଧି କୁ ବୃଦ୍ଧି କରା ଯାଉଚି ।

ଏହି ୩୧ ତାରିଖ ଦିନ ଏହି ଯୋଜନା ସମାପ୍ତ ହେଉଥିବା ବେଳେ ରାଜ୍ୟ ସରକାର ଏହାକୁ ପୁଣି ଥରେ ଆରମ୍ଭ କରିଛନ୍ତି । କାଳିଆ ଯୋଜନା ମାଧ୍ୟମରେ ଅନେକ ଚାଷୀ ଉପକୃତ ହେଉଥିବା ବେଳେ ଏହାକୁ ଆଉ ୩ ବର୍ଷ ବଢ଼ାଇବା ପାଇଁ ଚିନ୍ତା କରାଯାଇଛି । ରାଜ୍ୟ କ୍ୟାବିନେଟ ରେ ଏହା ପ୍ରସ୍ତାବ ରଖା ଯାଇଥିବା ବେଳେ ସେଥିରେ ମୋଟ ୨୭ ଟି ପ୍ରସ୍ତାବ କୁ ମୋହେର ମରା ଯାଇଥିଲା । ତେବେ ଆସନ୍ତା ୩ ବର୍ଷ ମଧ୍ୟରେ ଗୋଟିଏ ବର୍ଷ ରେ ଦୁଇଟି କିସ୍ତି ହିସାବରେ ଏହି ଟଙ୍କା କାର୍ଯ୍ୟକାରୀ ହେବ ।

ଅକ୍ଷୟ ତୃତୀୟା ଏବଂ ନୂଆ ଖାଇ ର ପର୍ବ ରେ ଚାଷୀଙ୍କ ଆକାଉଣ୍ଟ କୁ ୨୦୦୦ ଟଙ୍କା ପଠାଯିବ । ଏହା ବ୍ୟତୀତ ଯେଉଁମାନେ ପୂର୍ବ ଥର କାଳିଆ ଯୋଜନାରେ ଆବେଦନ କରିପାରିନଥିଲେ ସେମାନେ ଏଥର ଚାହିଁଲେ ସମ୍ପୂର୍ଣ ରୂପେ ଆବେଦନ କରିପାରିବେ ।କାଳିଆ ଯୋଜନା ବ୍ୟତୀତ ବୈଠକ ରେ ଓଡ଼ିଶାର ଅନ୍ୟାୟ ଉନ୍ନତି ପାଇଁ ଚିନ୍ତା କରା ଯାଇଥିଲା । ଏବଂ ସବୁ କିଛି ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଇଥିଲା ।

ଏହି ବୈଠକ ରେ ଅନାଥ ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ଚେଷ୍ଟା କରାଯାଇଥିଲା । ଏବଂ କୋଭିଡ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଥିଲା । ସମ୍ବପୁରର ପ୍ରସିଧ ମା ସମଲେଶ୍ଵରୀ ଙ୍କ ମନ୍ଦିର ଉନ୍ନତି ଉପରେ କିପରି କାର୍ଯ୍ୟ କରି ହେବ ସେ ବିଷୟରେ ଚିନ୍ତା ହୋଇଥିଲା । କାଳିଆ ଯୋଜନା ଅବଧି ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ପୁନଃ ବାର ଆରମ୍ଭ କରିବାକୁ ଚାହିଥିଲେ ରାଜ୍ୟ ସରକାର ।

କାହିଁକି ନା ଅନେକ ଚାଷୀ ଏହି ଯୋଜନାରେ ଉପକୃତ ହୋଇଥିବା ବେଳେ ଅନେକ ପରିମାଣ ରେ ସୁବିଧା ପାଇ ପାରିଛନ୍ତି । ଏବଂ ଏହା ଚାଷୀ ମାନଙ୍କ ପାଇଁ ଏକ ଉତ୍ତମ କାର୍ଯ୍ୟ ମନେ କରି ଏହି ଯୋଜନା ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *