ସ୍ୱାମୀ ଏହି ଦୁଇଟି କଥା କେବେ ସ୍ତ୍ରୀକୁ କୁହନ୍ତୁ ନାହିଁ | ତାପରେ ସୁଖଓ ଶାନ୍ତି ରେ ରହିବ ଘର…

 

ଥରେ ମା ପାର୍ବତୀ ଭଗବାନ ଶଙ୍କର ଙ୍କ ଉପରେ ଅଭିମାନ କରିଥିଲେ ଯାହା ଫଳରେ ତାଙ୍କ ସହ କଥା ହେଉନଥିଲେ । ଭଗବାନ ଶଙ୍କର ଏହ ଜାଣି ପାରି ପଚାରିଲେ ଦେବୀ କେଉଁ କାରଣରୁ ଆପଣ ମୋ ଉପରେ ଅଭିମାନ କରିଛନ୍ତି । ଏହା ଶୁଣି ପାର୍ବତୀ ଉତ୍ତର ଦେଲେ ଆଗ ମତେ କୁହନ୍ତୁ ଆପଣ ମତେ ପ୍ରେମ କରନ୍ତି କି ନାହିଁ । ଭଗବାନ ଉତ୍ତର ସ୍ୱରୁପରେ ଦେଲେ ଦେବୀ ଏମିତି କଣ ପଚାରୁଛ ମୁଁ ତୁମକୁ ବହୁତ୍ ପ୍ରେମ କରେ । ଶଙ୍କର ଙ୍କ ପାଟିରୁ କଥା ସରୁ ସରୁ ମା ପାର୍ବତୀ କହିଲେ ପ୍ରଭୁ ଏ ଅମର କଣ ଅଟେ ।

ଏହାପରେ ଶଙ୍କର ଚିନ୍ତା କଲେ ଏ କଥା ଦେବୀ ଙ୍କୁ କିଏ କହିଦେଲେ । ଏହା ପରେ ତାଙ୍କ ଦିବ୍ୟ ଚକ୍ଷୁ ବନ୍ଦ କରି ଦେଖିବାକୁ ଲାଗିଲେ କେତେବେଳେ କଣ ଘଟିଛି ଏବଂ କଣ ନାହିଁ । ଏହା ପରେ ମା ପାର୍ବତୀ ଙ୍କୁ ଉତ୍ତର ଦିଅନ୍ତି ଯଦି ମୁଁ ତୁମକୁ ଜଣେଇ ନାହିଁ ତେବେ ଏବେ ଜଣାଇ ଦେଉଛି । ଏହା ପରେ ପାର୍ବତୀ ମା ଶୁଣିବା ପାଇଁ ଆଗ୍ରହ ର ସହ ବସନ୍ତୀ । କିନ୍ତୁ ଭଗବାନ ଶଙ୍କର ବିଳମ୍ବ କରିବା ହେତୁ ମା ପାର୍ବତୀ ତାଙ୍କୁ ପୁନଃ ପଚାରନ୍ତି ଆପଣ ମତେ ଜଣାଉ ନାହାନ୍ତି କାହିଁକି ।

ମା ପାର୍ବତୀଙ୍କ ଏହି କଥା ଶୁଣି ଭୋଳା ବାବା କହିଲେ ଦେଖ ଦେବୀ ଏ କଥା ମୁଁ ତୁମକୁ ସୁଣେଇ ପାରିଥାନ୍ତି କେତେ ଆଗରୁ କିନ୍ତୁ ଗୋଟିଏ କାରଣ ପାଇଁ ଶୁଣେଇ ପାରୁନାହିଁ । ସେହି କାରଣ ଟି ହେଉଛି ମହିଳାଙ୍କ ଠାରେ ଗୋଟିଏ ଖରାପ ଗୁଣ ଅଛି । ମା ପାର୍ବତୀ ଭଗବାନ ଶଙ୍କର ଙ୍କୁ ପଚାରନ୍ତି କି ଖରାପ ଗୁଣ । ଭଗବାନ ଶଙ୍କର ଉତ୍ତର ଦିଅନ୍ତି ଆପଣ କୌଣସି କଥା ଲୁଚେଇ ରଖି ପାରନ୍ତି ନାହିଁ । ଯେଉଁଠି ୪-୫ ମହିଳା ଏକାଠି ରୁହନ୍ତି ସେଠାରେ ଆପଣ ସବୁ କଥା ପରସ୍ପର ଙ୍କୁ କହିଦେଇ ଥାଆନ୍ତି । ମାତ୍ର ଅମର କଥା କାହାକୁ କୁହା ଯାଇ ନଥାଏ ଏହା ସମ୍ପୂର୍ଣ ଗୋପନୀୟ ହୋଇଥାଏ ।

ଏହି କଥା ଯିଏ ଶୁଣେ ସେ ଅମର ହୋଇଯାଏ । ଏହା ପରେ ପାର୍ବତୀ ଙ୍କ ସହ ଶଙ୍କର ଯାଇ କୈଳାସ ପର୍ବତ ରେ ଥିବା ଏକ ବଟ ବୃକ୍ଷ ତଳେ ବସନ୍ତୀ ଏବଂ କୌଣସି କଥା ଆରମ୍ଭ କରିବା ଆଗରୁ ଶଙ୍କର ତାଳି ମାରିଲେ ଯାହା ଦ୍ଵାରା ସମସ୍ତ ଜୀବ ଜନ୍ତୁ ସେହି ଜାଗା ଛାଡି ପଳାଇଲେ । ଯାହା ଦ୍ଵାରା ତାଳି ର ମହତ୍ତ୍ଵ ବେଶୀ ଜଣାଯାଏ ଏବଂ ସବୁବେଳେ ପୂଜା କ୍ଷେତ୍ରେ ତାଳି ର ବ୍ୟବହାର ହୁଏ । ଯାହା ଦ୍ଵାରା ଭଗବାନ ଙ୍କ ସହ ନିକଟତର ହେବାପାଇଁ ମାର୍ଗ ଖୋଲିଯାଏ ।

Leave a Reply

Your email address will not be published. Required fields are marked *