ଆଜିଠୁ ନୂଆ ବଜେଟ | ଦେଶରେ ଅନେକ ବଡ ବଡ଼ ପରିବର୍ତନ | ସାଧାରଣ ଲୋକଙ୍କ ମୁଣ୍ଡରେ ପଡିଲା ଚଡକ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଜିଠୁ ନୂଆ ବଜେଟ୍ ରେ ବଡ଼ ପରିବର୍ତ୍ତନ,ବଦଳିବ ଅନେକ ବଡ଼ ନିୟମ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରତ୍ୟେକ ମାସର ପ୍ରଥମ ଦିନରେ କିଛି ନା କିଛି ଛୋଟମୋଟ ପରିବର୍ତ୍ତନ ଦେଖାଯାଉଛି।ତେବେ ଆଜିଠୁ ବଡ଼ ପରିବର୍ତ୍ତନ,ବଦଳିବ ଅନେକ ବଡ଼ ନିୟମ । ଆପଣଙ୍କ ପକେଟ ଉପରେ ପଡିବ ସିଧା ପ୍ରଭାବ ।ମାସ ଆରମ୍ଭରୁ ପିଏଫ୍ ଆକାଉଣ୍ଟଠାରୁ ନେଇ ଜିଏସଟି ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଆସନ୍ତୁ ଜାଣିବା କେଉଁ କେଉଁ ନିୟମ ବଦଳିବ, ଏବଂ ଆପଣଙ୍କ ଉପରେ କଣ ପଡିବ ପ୍ରଭାବ ।

 

ପିଏଫକୁ ୨.୫ ଲକ୍ଷକୁ ଅଧିକ ଟିକସ:- ନୂଆ ମାସରୁ ସବୁଠୁ ବଡ ପରିବର୍ତ୍ତନ ହେଉଛି, ପିଏଫ୍ ଆକାଉଣ୍ଟରେ ଅଧିକ ଯୋଗଦାନ କ୍ଷେତ୍ରରେ ସରକାର ସୀମା ଧାର୍ଯ୍ୟ କରିଛନ୍ତି ।ଆୟକର ନିୟମ ୨୦୨୧ ଅନୁଯାୟୀ, ଇପିଏଫ୍ ଖାତାରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସମୁକ୍ତ ଅର୍ଥ ଯୋଗଦାନ କ୍ଷେତ୍ରରେ ସୀମା ଲାଗୁ କରାଯାଇଛି ।ସରକାରୀ କର୍ମଚାରୀଙ୍କ ଜିପିଏଫକୁ ଟିକସମୁକ୍ତ ଅର୍ଥ ସୀମା ବର୍ଷକୁ ୫ଲକ୍ଷ ଟଙ୍କା ରଖାଯାଇଛି ।

 

କ୍ରିପ୍ଟୋ ଉପରେ ଲାଗଲା ଟିକସ:-କ୍ରିପ୍ଟୋକରେନ୍ସି ଉପରେ ଟିକସ ଲାଗୁ ବ୍ୟବସ୍ଥା ହୋଇଛି । ୨୦୨୨-୨୩ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ଭର୍ଚୁଆଲ ଡିଜିଟାଲ ସମ୍ପତ୍ତି କିମ୍ବା କ୍ରିପ୍ଟୋ କରେନ୍ସି ଉପରେ ୩୦ ପ୍ରତିଶତ ଟିକସ ଘୋଷଣା କରିଛନ୍ତି ।ତେବେ ଯଦି ନିବେଶକ କ୍ରିପ୍ଟୋ ସମ୍ପତ୍ତି ବିକ୍ରି କରିବାରେ କିଛି ଲାଭ କରନ୍ତି ତେବେ ତାଙ୍କୁ ସରକାରଙ୍କୁ ଟିକସ ଦେବାକୁ ପଡିବ।

 

ଔଷଧର ଦାମ୍ ବୃଦ୍ଧି:-ସାଧାରଣ ଲୋକଙ୍କ ପାଇଁ ଔଷଧର ମୂଲ୍ୟ ବୃଦ୍ଧି ହେବା ଭଲ ନୁହେଁ । ତେବେ ୮ଶହ ଔଷଧର ମୂଲ୍ୟ ୧୦.୭ ପ୍ରତିଶତ ବୃଦ୍ଧି ହୋଇଛି । ଏଥିରେ ଜର, ସଂକ୍ରମଣ, ଚକ୍ତଚାପ, ହୃଦରୋଗ ଭଳି ରୋଗରେ ଉପଯୋଗ ହେଉଥିବା ଔଷଧର ମୂଲ୍ୟ ବଢିଛି ।

 

ଡାକଘର ଆୟ:-ଡାକ ଘର ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଜମା ଆଦିରେ ପରିବର୍ତନ ହେବାକୁ ଯାଉଛି, ଏହି ଯୋଜନାଗୁଡିକରେ ସୁଧ ପରିମାଣ ଏପ୍ରିଲ ପହିଲାରୁ ନଗଦ ଆକାରରେ ଉପଲବ୍ଧ ହେବ ନାହିଁ । ଏଥିପାଇଁ ଆପଣଙ୍କୁ ସଞ୍ଚୟ ଖାତା ଖୋଲିବାକୁ ପଡିବ ।

 

ଆକ୍ସିସ୍ ବ୍ୟାଙ୍କ ନିୟମରେ ବଡ ପରିବର୍ତ୍ତନ;- ଯେଉଁ ଗ୍ରାହକଙ୍କ ପାଇଁ ଆକ୍ସିସ୍ ବ୍ୟାଙ୍କରେ ଦରମା କିମ୍ବା ସଞ୍ଚୟ ଖାତା ଅଛି ସେମାନେ ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ସୀମାକୁ ୧୦ହଜାରରୁ ୧୨ହଜାର ଟଙ୍କାକୁ ବୃଦ୍ଧି କରିଛି ।

 

ଗ୍ୟାସ ସିଲିଣ୍ଡର ଦାମ୍ ବୃଦ୍ଧି:-

 

ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢିଚାଲିଛି । ସେହିଭଳି ଭାବରେ ଗ୍ୟାସ୍ ଦର ପୁଣି ବଢିପାରେ ବୋଲି ସୂଚନାରୁ ଜଣାପଡିଛି । ତେବେ ଏଲପିଜି ସିଲିଣ୍ଡର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି ହୋଇଥିଲା, ଯାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *