କେବେ ବି ଘରେ ଲୁଣ (Salt) ଏହି ଜାଗାରେ ରଖନ୍ତୁ ନାହିଁ | ନହେଲେ ଘୋର ଅନର୍ଥ ମାଡି ଆସିବ ଘର ଉପରକୁ…

ଲୁଣ ଯାହାକି ଖାଦ୍ୟର ସମସ୍ତ ପ୍ରକାର ପଦାର୍ଥ ରେ ସ୍ଵାଦ ବଢ଼ାଇଥାଏ । ଏମିତି କୌଣସି ଖାଦ୍ୟ ନାହିଁ ଯାହା ଲୁଣ ବିନା ସୁସ୍ୱାଦୁ ଲାଗିବ । ନୀତି ଦିନିଆ ଖାଦ୍ୟରେ ସବୁଦିନ ଲୁଣ ବ୍ୟବହାର ହୁଏ । କିନ୍ତୁ ଆପଣ ଜାଣିଛନ୍ତି କି ଲୁଣର ଏହିପରି ଭୁଲ ବ୍ୟବହାର ଆପଣଙ୍କୁ ଦାରିଦ୍ର୍ୟ ଆଡ଼କୁ ଠେଲି ଦେଇପାରେ । କଥାରେ ଅଛି ଦୁନିଆରେ ୩୩ କୋଟି ଦେବୀ ଦେବତା ଅଛନ୍ତି ଏବଂ ଏହା ସମସ୍ତ ଛୋଟ ଛୋଟ ଜିନିଷରେ ମଧ୍ୟ ଦେଖାଯାଏ ଯେମିତି କି ଘରେ ଥିବା ବାସନ କୁସନ ଏବଂ ଝାଡୁରେ ମଧ୍ୟ ଦେବତା ବାସ କରନ୍ତି । ଏବଂ ଦେବତାମାନେ ଅମର ପ୍ରତ୍ୟେକ କାର୍ଯ୍ୟକୁ ଲକ୍ଷ କରିଥାନ୍ତି । 

 

ଆମେ ଦୈନଦିନ ଜୀବନରେ ବ୍ୟବହାର କରୁଥିବା କେତେକ ଜିନିଷ ବାସ୍ତୁ ଶାସ୍ତ୍ର ଅନୁଯାୟୀ ବର୍ଜନ ହୋଇଥାଏ । କିନ୍ତୁ ଏହା ଆମ ଅଜାଣତରେ ବାରମ୍ବାର ବ୍ୟବହାର ଯୋଗ୍ୟ ହୋଇଥାଏ । ଯାହା କି ଆମ ନୀତି ଦିନିଆ ଜୀବନରେ ଖୁବ୍ ଗଭୀର ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ର ବାହାରକୁ ଯାଇ ଏମିତି କାର୍ଯ୍ୟ କରିବା ଦ୍ୱାରା ଆମ ଜୀବନରେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାଏ । କିନ୍ତୁ ଏହି ଅସୁବିଧା କୁ ଆମେ ସହଜରେ ବୁଝି ପାରିନଥାଉ । ଆମେ ଅଯାଣତ ହୋଇ ବାରମ୍ୱାର ସେହି ଭୁଲ କରିଥାଉ । 

 

କଥାରେ କୁହାଯାଏ ଆଜିର ରାଜା କାଲିର ଭିକାରୀ । ଏ କଥା ପୁରାଣ ଯୁଗରୁ ଆମେ ଶୁଣି ଆସୁଛେ । କେଉଁଠି ଛୋଟ ଛୋଟ ଭୁଲ ପାଇଁ ରାଜା ମହାରାଜା ମାନେ ତାଙ୍କର ସବୁକିଛି ହରାଇ ଦେଇଛନ୍ତି । ତ ପୁଣି କେତେକ ଜାଗାରେ ଦେଖିବାକୁ ମିଳେ   କେତେକ ଦୁଃଖୀ ଦାରିଦ୍ର୍ୟ ତାଙ୍କ କର୍ମ ଅନୁସାରେ ରାଜା ହୋଇଯାଉଛନ୍ତି । ତ ମୋଟାମୋଟି ଭାବରେ କହିବାକୁ ଗଲେ ଏହିସବୁ ଭାଗ୍ୟର ଖେଳ ଯାହାକି ସମସ୍ତଙ୍କ ସହ କିଛି ନା କିଛି ନିତିଦିନ ଘଟିଥାଏ । ତେବେ ଲୁଣ ସହ ଦାରିଦ୍ର୍ୟ ହେବାର ସମ୍ପର୍କ କଣ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ । 

 

ତେବେ ଆପଣ ମାନେ ଜାଣିଛନ୍ତି କି ଆମ ପୂର୍ବ ପୁରୁଷ ମାନେ କୁହନ୍ତି ଲୁଣ ଅଯଥାରେ ନଷ୍ଟ କରିବା ଉଚିତ୍ ନୁହେଁ କିମ୍ବା ତଳେ ଢାଳିବା ଭଲ ନୁହେଁ । ଏହା ଦ୍ବାରା ଧାର କରଜ ଦୃତ୍ ଗତିରେ ବଢ଼ିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହାତ ଆପଣ ଶୁଣିଥିବେ କିନ୍ତୁ ଲୁଣ କେଉଁ ଜାଗାରେ ରଖିଲେ ଭଲ ଏବଂ କେଉଁ ଜାଗାରେ ରଖିଲେ ଖରାପ ପ୍ରଭାବ ମଧ୍ୟ ପକାଇଥାଇ ଆମ ଜୀବନ ମଧ୍ୟରେ । ଘରେ ଲୁଣ କେଉଁ ଜାଗାରେ ରଖିବା ଉଚିତ୍ ତାହାର ମଧ୍ୟ ନୀତି ନିୟମ ଅଛି । ଆପଣ ଯାହା ଘରକୁ ଯାଇଥିବେ ଦେଖିଥିବେ ସମସ୍ତେ ଲୁଣ ଡବା ପ୍ଲାଷ୍ଟିକ କିମ୍ବା ଲୁହାର ହୋଇଥାଏ ।   

 

କିନ୍ତୁ ଆପଣ ଜାଣିଛନ୍ତି କି ଲୁଣ କଦାପି ଲୁହା କିମ୍ବା ପ୍ଲାଷ୍ଟିକ ଜାଗାରେ ରଖିବା ଉଚିତ୍ ନୁହେଁ। ଲୁଣ ପ୍ଲାଷ୍ଟିକ ଏବଂ ଲୁହା ଜାଗାରେ ରହିଲେ ଏହା ନରମ ହୋଇ ପାଣି ହେବାକୁ ଲାଗେ । ଯାହାକି ବାସ୍ତୁଶାସ୍ତ୍ର ଅନୁଯାୟୀ ଖୁବ୍ ଅଶୁଭ ବୋଲି ଧରାଯାଏ ଏବଂ ଏହା ଦାରିଦ୍ର୍ୟ ଆଡ଼କୁ ଟାଣିନିଏ । ଲୁଣ କେବଳ କାଚ ପାତ୍ର ରେ ରଖିବା ଉଚିତ୍ ଯାହା ଦ୍ଵାରା ଘରେ ଅଭାବ ଅନଟନ ଦେଖାଯାଏ ନାହିଁ । ଯଦି ଆପଣ ମଧ୍ୟ ପ୍ଲାଷ୍ଟିକ କିମ୍ବା ଲୁହା ଜାଗାରେ ଲୁଣ ରଖୁଛନ୍ତି ଆଜି ହିଁ ବଦଳାଇ କାଚ ଜାଗାରେ ରଖନ୍ତୁ ।

Leave a Reply

Your email address will not be published.