ନଜର ଏମିତି ଏକ ଜିନିଷ ଯାହା ଭଲ ଜିନିଷକୁ ମଧ୍ୟ ବିଷାକ୍ତ କରିଦିଏ । କୌଣସି ବ୍ୟକ୍ତି ଯଦି ଜୀବନରେ ଉପରକୁ ଉଠିବାକୁ ଛୋଟିଆ ପ୍ରୟାସ କରେ ଏବଂ ସଫଳ ମଧ୍ୟ ହୁଏ ତେବେ ତାଙ୍କର କ୍ଷତି କରିବାପାଇଁ ଅନେକ ଲୋକ ବାହାରି ଆସନ୍ତି । କିପରି ଭାବେ ତାଙ୍କର କ୍ଷତି ଓ ଅସୁବିଧା ହେବ ତାହା ଭିତରେ ଭିତରେ ସମସ୍ତେ ଚେଷ୍ଟା କରିଥାନ୍ତି । କେହି ଉପରେ କୁହନ୍ତି ନାହିଁ କିନ୍ତୁ ଭିତରେ ଭିତରେ ଏହା ହିଁ ଇଛା ରଖିଥାନ୍ତି ।
ବାସ୍ତବରେ କେହି ଅମର ଖରାପ ଚିନ୍ତା କଲେ ଅମର ଖରାପ ହୁଏନାହିଁ । କାହିଁକି ନା ଯଦି କେହି ଖରାପ ଚିନ୍ତା କରନ୍ତି ଓଲଟି ତାଙ୍କର ହିଁ ଖରାପ ହୁଏ । କିନ୍ତୁ ଏହାର କେହି ଖରାପ ଚିନ୍ତା କରିବା ଏବଂ ନଜର ଲଗାଇବା ମଧ୍ୟରେ ଫରକ୍ ହୋଇଥାଏ । ନଜର ଲାଗିବା ନ ଲାଗିବ ଲୋକଙ୍କ ମାନସିକ ଚିନ୍ତାଧାରା ଉପରେ ମଧ୍ୟ ନିର୍ଭର କରେ । ଯଦି କେହି ବାରମ୍ବାର ଏହା ଚିନ୍ତା କରି ଆପଣ ଏହି କାର୍ଯ୍ୟରେ ସଫଳ ହେଉଛନ୍ତି କିନ୍ତୁ ସେ ହେଇପାରୁ ନାହାନ୍ତି । କିମ୍ବା ଆପଣଙ୍କ ପାଖରେ ଏହା ଅଛି ତାଙ୍କ ପାଖରେ ଏହା ନାହିଁ ତେବେ ଏ କ୍ଷେତ୍ରରେ ବେଶୀ ସମୟ ଲାଗେନାହିଁ ନଜର ଲାଗିବାପାଇଁ ।
ଏହି ନଜର ରୁ ମୁକୁଳିବା ପାଇଁ ଅନେକ ଲୋକ ଅନେକ ପ୍ରକାର ଚେଷ୍ଟା କରିଥାନ୍ତି କିନ୍ତୁ ସବୁକିଛି ସଫଳ ହୁଏନାହିଁ । ଅନେକ ଲୋକ ଅନେକ ମତ ଦେଉଥିବା ବେଳେ କେବଳ ଏକ ପ୍ରତିଶତ ଏହା କାମରେ ଲାଗିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେମିତି ଉପାୟ କହିବାକୁ ଯାଉଛୁ ଆପଣ ଠିକ୍ ସେହିପରି କାର୍ଯ କଲେ ଏବଂ ନିୟମ ଅନୁସାରେ କଲେ ଆପଣ ଶତ ପ୍ରତିଶତ ସଫଳତା ପାଇବେ । ଏଥିରେ ସନ୍ଦେହ ନାହିଁ ଯେ ଆପଣ ସମ୍ପୂର୍ଣ ଉପାୟରେ କାର୍ଯ୍ୟ କରିବେ ଏବଂ ଅସଫଳ ହେବେ । ଆପଣ ଏହି ଉପାୟରେ ନିଶ୍ଚିନ୍ତ ସଫଳ ହେବେ ।
ତେବେ ଘରୁ ନଜର ଦୋଷ ହଟେଇବା ପାଇଁ କିଛି ହଳଦିଆ ସୋରିଷ ନିଅନ୍ତୁ ଏବଂ ଏହା ସହ ଅଳ୍ପ କିଛି କର୍ପୁର ମଧ୍ୟ ନିଅନ୍ତୁ । ଏହା ସହ ୩ ଟି ଶୁଖିଲା ଲଙ୍କା ମଧ୍ୟ ନେବେ ଏବଂ ଏହା ମଧ୍ୟରେ କିଛି ସୁଖିଲା ଲୁଣ ମିଶାଇ ଦେବେ । ଏବେ ଗୋଟିଏ କାଗଜରେ ଏହି ସବୁ କୁ ପୁଟୁଳି କରିବେ ଏବଂ ଏହି ପୁଟୁଳି କୁ ନେଇ ଘରର ସମସ୍ତ ଦ୍ଵାରରେ ଟିକିଏ ଟିକିଏ ଲଗେଇ ଦିଅନ୍ତୁ । ଶେଷରେ ଘରେର ଛାତ ଉପରେ ଦୁଆର ବନ୍ଧରେ ଏହାକୁ ନେଇ ଜଳାଇ ଦିଅନ୍ତୁ ।
ଏପରି କରିବା ଦ୍ବାରା ଆପଣଙ୍କ ଘରର ସମସ୍ତ ନକରାତ୍ମକ ଊର୍ଜା ଘର ଛାଡ଼ି ଚାଲିଯିବେ । ସମସ୍ତ ପ୍ରକାର ଖରାପ ନଜର ସେହି ନିଆଁ ପରୀ ଜଳି ଭସ୍ମ ହୋଇଯିବ । ଯଦି ଆପଣଙ୍କୁ କେବେ ବି ଲାଗେ ଘରେ ଅଶାନ୍ତି ହେଉଛି କିମ୍ବା କାହାର ନଜର ଲାଗିବାର ମନେ ହୁଏ ତେବେ ଏହିପରି ନିଶ୍ଚିନ୍ତ କରନ୍ତୁ ଶତ ପ୍ରତିଶତ ଲାଭ ପାଇବେ ।