ବନ୍ଧୁଗଣ ବର୍ତ୍ତମାନ ସମୟ ରେ ପୁଣି ବଢ଼ିଲାଣି ଅଣ ସବସିଟି ଗ୍ୟାସ୍ ଦର । ତେବେ ବର୍ତ୍ତମାନ 250 ଟଙ୍କା ମାହାଙ୍ଗା ହୋଇଛି ଅଣ ସବସିଟି ଗ୍ୟାସ ଦର । ତେବେ ବର୍ତ୍ତମାନ ନୂଆ ଦର ବଢିବା ପରେ ରାଜଧାନୀ ଦିଲ୍ଲୀ ରେ ଅଣ ସବସିଟି ଗ୍ୟାସ୍ ଦର 2253 ଟଙ୍କା ରେ ପହଞ୍ଚିଛି ,କୋଲକାତା ରେ 2351 ,ମୁମ୍ବାଇ ରେ 2205 ,ଚେନ୍ନାଇ ରେ 2406 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।ଅନ୍ୟ ପଟେ ଘରୋଇ ଗ୍ୟାସ ସିଲିଣ୍ଡର ର ଦାମ୍ ଅପରିବର୍ତ୍ତିତ ରହିଛି ।
ତେବେ ଘରୋଇ ଗ୍ୟାସ ସିଲିଣ୍ଡର 976 ଟଙ୍କା ରେ ସ୍ତିର ରହିଛି । ତେବେ ଗତ ମାର୍ଚ୍ଚ 22 ତାରିଖ ରେ ଘରୋଇ ଗ୍ୟାସ ସିଲିଣ୍ଡର ର ଦାମ୍ 50 ଟଙ୍କା ବୃଦ୍ଧି ପାଇଥିଲା । ତେବେ ନିର୍ବାଚନ ପରେ ପରେ ଲଗାତାର ବଢ଼ି ଚାଲିଛି ଦର ଦାମ୍ ।ତେବେ ସବୁ ଜିନିଷ ର ଦାମ୍ ବଢ଼ିଥିବା ବେଳେ ଏବେ ବୋଝ ଉପରେ ନଳିତା ବିଡା ଭଳି ଅଣ ସବସିଟି ଗ୍ୟାସ୍ ଦର ମଧ୍ୟ ବୃଦ୍ଧି ହୋଇଛି । ତେବେ ବର୍ତ୍ତମାନ ଅଣ ସବସିଟି ଗ୍ୟାସ୍ ଦର ବୃଦ୍ଧି ପରେ ଏବେ ହୋଟେଲ ରେ ଖାଇଲେ ଦେବାକୁ ପଡ଼ିବ ଅଧିକ ଟଙ୍କା ।
ଗୋଟେ କଥା ସ୍ପଷ୍ଟ ଭାବରେ ଜଣାଇ ରଖୁଛୁ ଯେ , ନିର୍ବାଚନ ପୂର୍ବରୁ ସିରିଜ୍ ଭାବରେ ପାଖାପାଖି ପନ୍ଦର ଦିନ ପେଟ୍ରୋଲ ଦର ବଢ଼ି ଚାଲିଲା । କିନ୍ତୁ ନିର୍ବାଚନ କୁ ଦେଖି କେନ୍ଦ୍ର ସରକାର ସମସ୍ତ ତୈଳ କମ୍ପାନୀ ର ଭ୍ୟାଟ ହ୍ରାସ କଲେ ଏବଂ ତେଲ ଦର ପାଖାପାଖି କମାଇ ଦେଲେ । କିନ୍ତୁ ବର୍ତ୍ତମାନ ଯେତେବେଳେ 5 ଟି ରାଜ୍ୟ ରେ ନିର୍ବାଚନ ସରି ଯାଇଛି କେନ୍ଦ୍ର ସରକାର ବର୍ତ୍ତମାନ ସମସ୍ତ ତୈଳ କମ୍ପାନୀରେ ଅଧିକ ଭ୍ୟାଟ ପକାଇଲେ।
ତେବେ ନିର୍ବାଚନ ସାରିବା ପରେ କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ଦର ବଢ଼ି ବଢ଼ି ଚାଲିଛି । ତେବେ ପ୍ରଥମେ ପେଟ୍ରୋଲ ଏବଂ ଡିଜେଲ ଦର ବଢିଲା ତାପରେ ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ର ଦାମ୍ ଆକାଶ ଛୁଆଁ ହେଲା ,ଆଉ ବର୍ତମାନ ପୁଣି ସେହିଭଳି ଅଣ ସବସିଟି ସିଲିଣ୍ଡର ର ଦର ବୃଦ୍ଧି ପାଇଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।