ମୁଖ୍ୟମନ୍ତ୍ରୀ ନବୀନ ଏବେ କଲେ ବଡ଼ ଘୋଷଣା | ଏବେ ରାଜ୍ୟ ବାସୀଙ୍କୁ ମିଳିବ ଏହି ସୁବିଧା | ସବୁ ଓଡିଶା ବାସୀ ଖୁସିରେ ମସଗୁଲ…

 

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ଵ କ୍ରମେ ଏକ ଟଙ୍କାରେ ଚାଉଳ ମିଳୁଥିଲା । ଏହା ଦ୍ବାରା ଅନେକ ହିତାଧିାରୀମାନେ ଉପକୃତ ହେଉଥିଲେ । ନିମ୍ବ ବର୍ଗର ଲୋକମାନଙ୍କ ସମସ୍ତ ସୁବିଧା କୁ ଆଖି ଆଗରେ ରଖି ଅନେକ ବ୍ୟବସ୍ଥା ମାନ କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ଏହିପରି କାମ ପାଇଁ ସେ ସାରା ରାଜ୍ୟରେ ପ୍ରଶଂସା ପାଇଥିଲେ । ମାନ୍ୟବର ମୁଖୟମନ୍ତ୍ରୀ କେବଳ ଚାଉଳ ଯୋଗାଇ ଦେବାରେ ନୁହେଁ ବରଂ ଅନେକ କ୍ଷେତ୍ରରେ ଗରିବ ପରିବାରରେ ଲୋକଙ୍କ ସାହାର୍ଯ୍ୟ ପାଇଁ ଚେଷ୍ଟା ଜାରି ରଖିଥିଲେ ।

ସ୍କୁଲ ସମସ୍ତଙ୍କର କିଛି ଦୂର ହୋଇଯାଇଥିବା ହେତୁ ଅନେକ ବହୁତ୍ କଷ୍ଟରେ ସ୍କୁଲ ଆସନ୍ତି । ତେଣୁକରି ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ସାଇକେଲ ଦେବାର ବ୍ୟବସ୍ଥା କଲେ । ଠିକ୍ ସେହିପରି ଦ୍ଵାଦଶ ରେ ପଢୁଥିଲେ ଭଲ ପାଠ ପଢି କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ଲାପଟପ୍ ଯୋଗାଇ ଦେଇଥିଲେ । ନିମ୍ବ ବର୍ଗର ଛାତ୍ର ଛାତ୍ରୀ ଙ୍କୁ ଷ୍ଟାଇପେନ ମାଧ୍ୟମରେ ପାଠ ପଢ଼ିବା ପାଇଁ ସହାୟତା ମଧ୍ୟ କରିଥିଲେ ।

ତେବେ ଏହିପରି ନୂଆ ନୂଆ ଯୋଜନା ନେଇ ଆସୁଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ଵ ରେ ଆରମ୍ଭ ହୋଇଥିବା ଗରିବ କଲ୍ୟାଣ ଖାଉଟି ଯୋଜୋନର ଅବଧି ବର୍ତ୍ତମାନ ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ଆଗକୁ ଆହୁରି ନେବାପାଇଁ ଚେଷ୍ଟା କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଆଉ ୬ ମାସ ପର୍ଯ୍ୟନ୍ତ ଏହାକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ମାସ ଏହାର ଅବଧି ଶେଷ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଏହାକୁ ଅପ୍ରେଲ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଯୋଜନାରେ ମାଗଣାରେ ଅତିରିକ୍ତ ୫ କେଜି ଚାଉଳ ମିଳିବ । ଏବଂ ଏହା ପ୍ରତି ମାସରେ ମିଳିବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଙ୍କ ଏହି ନିର୍ଦ୍ଦେଶ କ୍ରମେ ରାଜ୍ୟରେ ୮ ଲକ୍ଷ ୯ ହଜାର ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି । ଏହି ଚାଉଳ ପିଛା ପ୍ରାୟ ୯୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ଏହି ଯୋଜନା ବନ୍ଦ ହୋଇଯାଇ ଥିଲେ ଓଡ଼ିଶାରେ ଅନେକ ଲୋକ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତେ । ଏହି ଯୋଜନାରେ ୮ ଲକ୍ଷ ରୁ ଅଧିକ ଲୋକ ଯୋଡ଼ି ହୋଇ ଥିବାବେଳେ ତାଙ୍କର ହିତ ଚିନ୍ତା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ପୁନଃ ଆରମ୍ଭ କରିଛନ୍ତି । ଏହା ଏପ୍ରିଲ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ରେ ସେସ ହେବ । ଏହି ଯୋଜନାର ଅବଧି ପରବର୍ତ୍ତୀ ମୁହୁର୍ତ୍ତରେ ବଢିପାରେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *