କଥାରେ ଅଛି ରାଗ ମଣିଷ ର ବଡ ଶତ୍ରୁ । ମଣିଷ ସହ ଛୋଟ ଛୋଟ ଘଟଣା ରୁ କିମ୍ବା ବିରାଟ ଅଘଟଣ କିମ୍ବା ଅନ୍ୟାନ୍ୟ କାର୍ଯ୍ୟରୁ ମଣିଷ ରାଗ କରିଥାଏ । ଏବଂ ରାଗ କରିବା ମଣିଷର ଏକ ସ୍ଵାଭାବିକ ପ୍ରକ୍ରିୟା ଅଟେ । କିନ୍ତୁ ରାଗରେ ରାଗରେ ମଣିଷ ଅଜାଣତ ଭାବେ ନିଜର ମଧ୍ୟ କ୍ଷତି କରିଥାଏ । ସେଥିପାଇଁ ସବୁବେଳେ ନିଜ ମତିଷ୍ଟକୁ ସ୍ତିର୍ ରଖିବା ଆବଶ୍ୟକ ଏବଂ ଅଯଥା କ୍ରୋଧ କରିବା ଆଗରୁ କ୍ରୋଧ କଲେ ମଣିଷ ର କଣ କଣ କ୍ଷତି ହୁଏ ଭଲ ଭାବେ ଜାଣିବା ଆବଶ୍ୟକ ।
ଥରେ ଜାପାନ ରେ ଜଣେ ସାଧୁ ପ୍ରବଚନ ଦେବାପାଇଁ ଅନେକ ଲୋକଙ୍କୁ ଡାକିଥିଲେ । ସେ ଯେଉଁ ଘରେ ପ୍ରବଚନ ଦେଉଥିଲେ ସେହି ଘର ୭ ମହଲା ବିଶିଷ୍ଟ ଘର ଥିଲା । ସେଠାରେ ବସି ସାଧୁ ତାଙ୍କ ଅମୂଲ୍ୟ ବାଣୀ ସମସ୍ତଙ୍କୁ ଶୁଣାଉ ଥିଲେ । ହଠାତ ସେହି ସମୟରେ ଭୂମିକମ୍ପ ହେବା ଦ୍ଵାରା ସମସ୍ତେ ଏଣେ ତେଣେ ପଳାଇଲେ । ଜାପାନ ରେ ଭୂମିକମ୍ପ ହେବା ଏକ ସାଧାରଣ କଥା ଏବଂ ସେହି ସମୟରେ ସମସ୍ତେ ନିଜ ଜୀବନ ବଞ୍ଚାଇବା ପାଇଁ ପାରୁ ପର୍ଯୁନ୍ତ ଚେଷ୍ଟା କରୁଥିଲେ ।
କିନ୍ତୁ ସାଧୁ ଜଣଙ୍କ ସେହିଠାରେ ବସି ରହିଥିଲେ ଏବଂ ଅନ୍ୟ ଲୋକେ ସମସ୍ତେ ଏଣେ ତେଣେ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ । ଏହି ପରିସ୍ଥିତିରେ ସମସ୍ତେ ନିଜ ଜୀବନ ବଞ୍ଜାଇବା ପାଇଁ ଯାଇ ଅନ୍ୟଲୋକଙ୍କ ଜୀବନ ବିପଦ ରେ ପକାଇବାକୁ ମଧ୍ୟ ପଛାଉ ନଥିଲେ । ସମସ୍ତେ କେବଳ ନିଜ ସ୍ବାର୍ଥ ଦେଖୁଥିଲେ । ଅଳ୍ପ କିଛି ସମୟ ପରେ ଭୂମିକମ୍ପ ହେବା ବନ୍ଦ ହୋଇଗଲା ଏବଂ ସମସ୍ତେ ସାଧୁ ଙ୍କ ପାଖକୁ ଆସି ପଚାରିଲେ ଆପଣ କାହିଁକି ନିଜ ଜୀବନ ରକ୍ଷା କରିବାପାଇଁ ଚାହିଁଲେନାହିଁ ।
ତେବେ ସାଧୁ ଜଣଙ୍କ ହସି ଉତ୍ତର ଦେଇଥିଲେ ଜୀବନରେ ସବୁବେଳେ ନିଜକୁ ଶାନ୍ତ ରଖିବା ଉଚିତ୍ । ଆଜି ଯାହା ହେଲା ତାହା ପ୍ରାକୃତିକ ବିପର୍ଯ୍ୟୟ । ସମସ୍ତ ପରିସ୍ଥିତି କୁ ସାମ୍ନା କରିବାକୁ ହେଲେ ସ୍ଵଭାବ ରେ ଶାନ୍ତ ହେବା ଆବଶ୍ୟକ ଅଟେ । ଆମେ ଶାନ୍ତ ହୋଇରହିଲେ ସବୁବେଳେ ମନରେ ସକାରାତ୍ମକ ଚିନ୍ତା ଆସିଥାଏ ଏବଂ ଅନ୍ୟକୁ କ୍ଷତି କରିବାପାଇଁ ଚିନ୍ତା କେବେ ଆସିନଥାଏ । ଆଜି ଯେପରି ଭୂମିକମ୍ପ ହେବାରୁ ଅନ୍ୟକୁ ଆପଣ ମାନେ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ ତାହା ସମ୍ପୂର୍ଣ ରୂପରେ ଭୁଲ ।