ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଭାରତ କୁ କଡା ଧମକ ଦେଇଛି ଆମେରିକା। ତେବେ ଆମେରିକା ଏହା କହିଛି ଯେ , ଋଷ ଠାରୁ ତୈଳ କ୍ରୟ କଲେ ପରିଣାମ ଭଲ ହେବ ନାହିଁ । ଭାରତ ମଧ୍ୟ ଏହାର ଉତ୍ତର ରେ କଡା ଜବାବ ଦେଇଛି ।ୟୁକ୍ରେନ ଓ ଋଷ ଯୁଦ୍ଧ ରେ ଭାରତ ର ନିରବତା ଏବଂ ଋଷ ଠାରୁ ତୈଳ କିଣିବାକୁ ନେଇ ଭାରତକୁ ପରୋକ୍ଷ ଧମକ ଦେଇଛି ଆମେରିକା ।
ଆମେରିକା ର ଡେପୁଟି ଏନ୍ ଏସ୍ ଏ ତଥା ଜାତୀୟ ସୁରକ୍ଷା ଉପପରାମର୍ସ ଦାତା ଦଲିପ୍ ସିଂହ ସମ୍ପ୍ରତି ଭାରତ ଗ୍ରସ୍ଥ ରେ ଆସିଥିବା ବେଳେ ଋଷ ସହ ଭାରତ ର ବାଣିଜ୍ୟିକ ସମ୍ପର୍କ କୁ ନେଇ ଚେତାବନୀ ଦେଇଥିବା ଜଣା ପଡ଼ିଛି ।ମାସାଧିକ ଧରି ୟୁକ୍ରେନ ଉପରେ ଋଷ ଯୁଦ୍ଧ କୁ ଅବ୍ୟାହତ ରଖି ଥିବାରୁ ଆମେରିକା ନେତୃତ୍ଵାଧୀନ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଋଷ ବିରୋଧ ରେ ଏକାଧିକ କଟକଣା ଲାଗୁ କରି ସାରିଛନ୍ତି ।
ତେବେ ଏହି ପରିପ୍ରେକ୍ଷୀରେ ଯଦି କୌଣସି ରାଷ୍ଟ୍ର ଯଦି କୌଣସି ରାଷ୍ଟ୍ର ଏଭଳି କଟକଣା କୁ ଖାତିର୍ ନ କରି ଋଷ ଠାରୁ ତୈଳ କିଣନ୍ତି ତେବେ ପରିଣାମ ଭୟାବହ ହୋଇପାରେ ବୋଲି ଦଲିପ୍ କହିଛନ୍ତି ।ଏପରିକି ଭାରତ ମଧ୍ୟ ଆମେରିକା ର ଆକ୍ରୋଶ ରୁ ବର୍ତିବ ନାହିଁ ବୋଲି ସେ ରୋକଠୋକ୍ ଶୁଣାଇଛନ୍ତି । ତେଲ କିଣା ପ୍ରସଙ୍ଗ ରେ ଋଷ ସହ ଟଙ୍କା ରୁବେଲ୍ ମେକାନିଯିମ୍ କୁ କାର୍ଯ୍ୟକାରୀ କରାଗଲେ ଏହା ଆମେରିକା ପ୍ରତି ଶତ୍ରୁତା ଭାବେ ପରିଗଣିତ ହେବ ବୋଲି ମଧ୍ୟ ସେ କହିଛନ୍ତି ।
ଆମେରିକା ଲାଗୁ କରିଥିବା କଟକଣା କେତେ ଦୂର୍ ଯଥାର୍ଥ ତାହା ପ୍ରତିପାଦନ କରିବାକୁ ସେ ଭାରତ ଗ୍ରସ୍ଥ ରେ ଆସିଥିବା କହିଛନ୍ତି ।ଭାରତ ପରି ଏକ ବିକାଶଶିଳ ରାଷ୍ଟ୍ର ସହ ସୁସମ୍ପର୍କ ରଖିବାକୁ ଆମେରିକା ସର୍ବଦା ଆଗ୍ରହୀ ,ହେଲେ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତ ରେ ଭାରତ ସମେତ ଯଦି ଅନ୍ୟ କୌଣସି ରାଷ୍ଟ୍ର ଋଷ ଠାରୁ ତୈଳ କିଣନ୍ତି ,ତେବେ ସେମାନେ ଏହି କଟକଣା ର ଗୁରୁତ୍ବ କୁ ଅପମାନିତ କରୁଛନ୍ତି ବୋଲି ଏହା ବୁଝିବାକୁ ପଡ଼ିବ ।
ଖାଲି ଏତିକି ନୁହେଁ ଚିନ୍ ର ନାମ ନେଇ ଭାରତ କୁ ଧମକାଇଛନ୍ତି ଦଲିପ୍ ସିଂ। ୟୁକ୍ରେନ ଓ ଋଷ ଯୁଦ୍ଧ ସମୟ ରେ ଭାରତ ର ନିରବତା ଏବଂ ୟୁକ୍ରେନ ର ସହଯୋଗ ପାଇଁ ଆମେରିକା କୁ ସମର୍ଥନ କରୁ ନଥିବାରୁ ଭାରତ ଉପରେ ବର୍ଷିଛନ୍ତି ଦଲିପ୍ ଏବଂ କହିଛନ୍ତି ଏବେ ୟୁକ୍ରେନ ଓ ଆମେରିକା କୁ ଭାରତ ସମର୍ଥନ କରୁ ନାହିଁ କିନ୍ତୁ ଯଦି ଭବିଷ୍ୟତ ରେ ଭାରତ ଉପରେ ଚୀନ୍ ଆକ୍ରମଣ କରେ ସେତେବେଳେ ଋଷ ସାହାଯ୍ୟ କରିବ ତ ? ଆଉ ସେତେବେଳେ ଭାରତ ର ରକ୍ଷା କିଏ କରିବ ବୋଲି ପ୍ରଶ୍ନ କରିଛନ୍ତି ଦଲିପ୍ ।
ହେଲେ ଭାରତ ବି ଚୁପ୍ ରହି ନାହିଁ । ଦଲିପ୍ ଙ୍କ ସବୁ ଚେତାବନୀ ର କଡା ଜବାବ ଦେଇଛନ୍ତି ଭାରତର ଜାତିସଂଘ ସ୍ଥାୟୀ ଅଧିକାରୀ। ଦଲିପ୍ ଯେପରି ଭାରତ ପ୍ରତି ଭାଷା ବ୍ୟବହାର କରିଛନ୍ତି ତାହା କେତେ ଦୂର୍ ଗ୍ରହଣୀୟ ,ଆଉ ଏହା କଣ ଭାରତ ପ୍ରତି ଆମେରିକା ର ବନ୍ଧୁତ୍ୱ । ଏହା କୂଟନୀତି ର ଭାଷା ର ନୁହେଁ ,ଏହା ଜବରଦସ୍ତି ଚାପ ପ୍ରୟୋଗ ର ଭାଷା । ଦଲିପ ଙ୍କ ର ବୋଧ ହୁଏ ଏହା ଜ୍ଞାନ ରେ ନାହିଁ ଯେ ଏକ ତରଫା ଦ-ଣ୍ଡା-ତ୍ମ-କ ପ୍ରତିବନ୍ଧକ ଅନ୍ତଃ ରାଷ୍ଟ୍ରୀୟ ଆଇନ୍ ର ଉ-ଲଂ-ଘ-ନ ବୋଲି । ତେବେ ଏପରି କହିଛନ୍ତି ଭାରତର ଜାତିସଂଘ ସ୍ଥାୟୀ ଅଧିକାରୀ ।