ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜୀବନ ନେଇଯାଇ ପାରେ ଆଳୁ । ତେବେ ଏହି ଲୋକମାନେ ଭୁଲ୍ରେ ବି ଖାଆନ୍ତୁ ନାହିଁ ଆଳୁ । ନଚେତ୍ ହୋଇପାରେ ଅନେକ ସମସ୍ୟା । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ବିଷୟ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଳୁ ଏପରି ଏକ ପରିବା ଯାହା ଛୋଟରୁ ବଡ ଯାଏଁ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ସମସ୍ତେ ଏହାକୁ ଯେକୌଣସି ଖାଦ୍ୟରେ ବ୍ୟବହାର କରନ୍ତି । ଆଳୁ ଅଧିକାଂଶ ପନିପରିବା ସହିତ ରୋଷେଇ କରାଯାଏ । କାହିଁକି ନା ଆଳୁ ଖାଇବାରେ ସ୍ୱାଦିଷ୍ଟ ହେବା ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଆଳୁରେ ଭିଟାମିନ୍ ଏ, ପୋଟାସିୟମ୍, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ ଏବଂ ଆଇରନ୍ ଭଳି ଅନେକ ଉପକାରୀ ପୋଷକ ତତ୍ତ୍ୱ ଭରପୂର ରହିଛି । ଏହା ସହିତ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଗ୍ଲୁକୋଜ୍ ଏବଂ ଆମିନୋ ଏସିଡର ପରିମାଣ ମଧ୍ୟ ମିଳିଥାଏ । ଆୟୁର୍ବେଦରେ କୁହାଯାଇଛି ଯେ, ଆଳୁରେ ଅନେକ ଔଷଧୀୟ ଗୁଣ ଥାଏ, ଯାହା ଅନେକ ସମସ୍ୟା ଦୂର କରିଥାଏ । କିନ୍ତୁ କିଛି ସମସ୍ୟାରେ ଆଳୁ ଖାଇବା ଅତ୍ୟନ୍ତ କ୍ଷତିକାରକ ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସମସ୍ୟା ଥିଲେ ଆଳୁ ଖାଇବା ଉଚିତ୍ ନୁହେଁ।
୧. ଏସିଡିଟି:- ଏସିଡିଟିରେ ଆଳୁ ଖାଇବା କ୍ଷତିକାରକ ବୋଲି ଧରାଯାଏ । ଯଦି ଆପଣ ନିୟମିତ ଭାବରେ ଆଳୁ ଖାଆନ୍ତି, ତେବେ ଏହି କାରଣରୁ ଏସିଡିଟି ସମସ୍ୟା ଆହୁରି ବଢ଼ିପାରେ । ଏହା ବ୍ୟତୀତ ଆଳୁ ଖାଇବା ଦ୍ୱାରା ଗ୍ୟାସ ହେବାର ସମସ୍ୟା ମଧ୍ୟ ହୋଇପାରେ । ଆଳୁକୁ ଅଧିକ ମାତ୍ରାରେ ଖାଇବା କାରଣରୁ କିଛି ଲୋକଙ୍କୁ ମୋଟା ହେବା ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ଯେଉଁଥିପାଇଁ ଡାକ୍ତରମାନେ ଏସିଡିଟିରେ ଆଳୁ ଖାଇବାକୁ ମନା କରନ୍ତି ।
୨. ଡାଇବେଟିସ୍:- ଡାଇବେଟିସ୍ ରୋଗୀମାନେ ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଯେଉଁମାନେ ଟାଇପ୍-୨ ଡାଇବେଟିସ୍ କିମ୍ବା ହାଇ-ବ୍ଲଡ ସୁଗାରରେ ପୀଡିତ ଅଛନ୍ତି ସେମାନେ ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।
୩. ବ୍ଲଡ ପ୍ରେସର:- ବ୍ଲଡ ପ୍ରେସର ରୋଗୀମାନେ ମଧ୍ୟ ସନ୍ତୁଳିତ ପରିମାଣରେ ଆଳୁ ଖାଇବା ଉଚିତ୍ । ଅଧିକ ଆଳୁ ଖାଇବା ଦ୍ୱାରା ହାଇ ବ୍ଲଡପ୍ରେସର ହୋଇପାରେ । ତେଣୁ ସେମାନେ ଅଳ୍ପ ପରିମାଣରେ ଆଳୁ ଖାଇବା ଉଚିତ୍।
୪. ମୋଟାପଣ:- ଯେଉଁମାନଙ୍କର ଓଜନ ଶୀଘ୍ର ବଢ଼ିଯାଉଛି, ସେମାନେ ଆଳୁ ଖାଇବା ଉଚିତ୍ ନୁହେଁ । ମୋଟାପଣ ସମସ୍ୟାରେ ଆଳୁ ବହୁତ କ୍ଷତିକାରକ ହୋଇଥାଏ । ଆଳୁରେ ବହୁତ ପରିମାଣରେ କାର୍ବସ୍ ଥାଏ ଯେଉଁଥି ପାଇଁ ଓଜନ ଦ୍ରୁତ ଗତିରେ ବଢ଼ାଇଥାଏ । ଯଦି ଆପଣ ମୋଟାପଣ ହ୍ରାସ କରିବାକୁ ଚାହାଁନ୍ତି ତାହେଲେ ଆଳୁ ବହୁତ କମ୍ ପରିମାଣରେ ଖାଆନ୍ତୁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।