ଆହୁରି ପେଟ୍ରୋଲ ରେଟ ଏତେ ଟଙ୍କା ବଢିବ | ଆସନ୍ତୁ ଜାଣିବା ବଢ଼ିସାରିବା ପରେ ଓଡ଼ିଶାରେ କେତେ ଟଙ୍କା ରହିବ ପେଟ୍ରୋଲ ଦର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବୋଝ ଉପରେ ନଳିତା ବିଡ଼ା ସଦୃଶ ହେଲାଣି ଦର ବୃଦ୍ଧି । ଆପଣଙ୍କ ପରିବାରର ମାସିକ ଖର୍ଚ୍ଚ ବଢ଼ିପାରେ ୧୬୦୦ ଟଙ୍କା । ଜାଣନ୍ତୁ କଣ ରହିଛି ସମ୍ପୂର୍ଣ ଘଟଣା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ନା ସହି ହେଉଛି, ନା କହି ହେଉଛି । ଠିକ୍ ଏହି ଭଳି ସ୍ଥିତିରେ ଏବେ ଦେଶବାସୀ ଜୀବନ କାଟୁଛନ୍ତି । ପ୍ରଥମେ ମହାମାରୀ କୋରୋନା ଆଉ ଏବେ ମହଙ୍ଗା ମାଡ ମଧ୍ୟବିତ୍ତ ଓ ଗରିବ ପରିବାରର ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଭଙ୍ଗି ଦେଇଛି । ଗତ ୧୧ ଦିନ ହେଲା ଲଗାତାର ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଯାହାର ପ୍ରଭାବ ରୋଷେଇ ଘରେ ଦେଖିବାକୁ ମିଳୁଛି । ଯଦି ଏହି ଧାରା ଜାରି ରୁହେ ତେବେ ଗୋଟିଏ ପରିବାରର ମାସିକ ଖର୍ଚ୍ଚ ୧୬୦୦ ଟଙ୍କା ବଢିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । 

 

ଆପଣଙ୍କ ପରିବାରର ମାସିକ ଖର୍ଚ୍ଚ ୧୬ ଶହ ଟଙ୍କା ବଢ଼ିପାରେ । ଦେଶରେ ଡିଜେଲ ଦର ୮ ଟଙ୍କା ବଢିଥିବା ବେଳେ ପାରିବାରିକ ବଜେଟ ବଢିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ପେଟ୍ରୋଲ ସହ ତାଳ ମିଳାଇ ଡିଜେଲ ଦର ବଢି ଚାଲିଛି । ଡିଜେଲ ଦର ବୃଦ୍ଧିର ପ୍ରଭାବ ସିଧାସଳଖ ଘର ଉପରେ ପଡିବା ଆଶଙ୍କା ଦେଖା ଦେଇଛି । ଡିଜେଲ ୧ ଟଙ୍କା ବୃଦ୍ଧି ପାଇଲେ ପ୍ରତ୍ୟେକ ପରିବାରର ମାସିକ ବଜେଟରେ ୨୦୦ ଟଙ୍କା ବଢିପାରେ । ଏହି ହିସାବରେ କିଛି ଦିନ ମଧ୍ଯରେ ୮ ଟଙ୍କା ଡିଜେଲ ଦର ବଢିଛି ବୋଲି ରାଜ୍ଯ ବ୍ଯବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ।

 

ଦେଶରେ ଅହେତୁକ ଭାବେ ତୈଳ ଓ ଗ୍ୟାସ ଦର ବୃଦ୍ଧି ପାଇବାରେ ଲାଗିଛି । ଗତ ମାର୍ଚ୍ଚ ୨୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୩ ଦିନରେ ୧୧ ଥର ତୈଳ ଦର ବୃଦ୍ଧି ପାଇଥିବା ବେଳେ ଘରୋଇ ଗ୍ୟାସ ସିଲିଣ୍ଡର ଏକାଥରକେ ୫୦ ଟଙ୍କା ବୃଦ୍ଧି ପାଇଛି । ନିୟମିତ ଭାବେ ୮୦ ପଇସା ଲେଖାଏଁ ବୃଦ୍ଧି ପାଇ ଉଭୟ ପେଟ୍ରୋଲ ଡିଜେଲରେ ୮ ଟଙ୍କା ବଢିଛି । ରବିବାର ପୁଣି ତୈଳ ଦର ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । 

 

ଆମ ରାଜ୍ୟ ଓଡ଼ିଶା କେବଳ ଚାଉଳ କୁ ଛାଡ଼ିଦେଲେ ବାକି ସବୁ ପାଇଁ ଅନ୍ୟ ରାଜ୍ୟ ଗୁଡ଼ିକ ଉପରେ ନିର୍ଭରଶୀଳ । ଆମ ଓଡ଼ିଶାକୁ ଚିନି ଆସୁଛି କର୍ଣ୍ଣାଟକ ରାଜ୍ୟରୁ । ଯାହାକୁ ପାଖାପାଖି ୧୫୦୦ କିଲୋମିଟର ଦୂର । ତେବେ ପେଟ୍ରୋଲ ଡିଜେଲ୍ ଦର ବଢିବାରୁ ପରିବହନ ଖର୍ଚ୍ଚ ମଧ୍ୟ ଅଧିକ ହୋଇ ଯାଉଛି ଯାହା ଫଳରେ ଦ୍ରବ୍ୟ ଓ ଜିନିଷ ଗୁଡ଼ିକର ଦର ମଧ୍ୟ ବଢ଼ି ଚାଲିଛି । ଆଗାମୀ ଭବିଷ୍ୟତ ରେ ପେଟ୍ରୋଲ ଡିଜେଲ ଦର ଲିଟର ପିଛା ଆହୁରି ମଧ୍ୟ ୧୩ ଟଙ୍କା ବଢିବାର ସମ୍ଭାବନା ଅଛି । ତେଣୁକରି ନିଃସନ୍ଦେହ ତୈଳ ଦର ବୃଦ୍ଧି ବଦାର୍ଥ ଗୁଡ଼ିକର ଦାମ୍ ବୃଦ୍ଧିର ମୁଖ୍ୟ କାରଣ ଅଟେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.