ନିଶ୍ଚୟ ଆପଣଙ୍କ ପିଲାଙ୍କୁ ଭଲ ମଣିଷ କରିବା ଏହି ସବୁ କଥା ଥରେ ନିଶ୍ଚୟ ଶିଖାନ୍ତୁ…

 

ଛୋଟ ପିଲା କୁହନ୍ତି ଭଗବାନଙ୍କ ରୂପ ହୋଇଥାଏ । ଛୋଟ ପିଲାଙ୍କ ମଧ୍ୟରେ ଭଗବାନ ବାସ କରନ୍ତି ବୋଲି ପୁରାଣ ଶାସ୍ତ୍ର ରେ ମଧ୍ୟ ଉଲ୍ଲେଖ ରହିଛି । ଆପଣ କେବେ ଚିନ୍ତା କରିଛନ୍ତି କି ଆପଣ ଯେତେବେଳେ ଛୋଟ ଛୁଆଙ୍କୁ ଦେଖନ୍ତି କିଛି ଲକ୍ଷ କରିପାରୁ ଥିବେ ତାଙ୍କ ମଧ୍ୟରେ ଚାଲି ଚାଳନ ଏବଂ ବ୍ୟବହାର । ଜଣେ ଜଣେ ବହୁତ ସମ୍ମାନ କରି କଥା ହୁଅନ୍ତି ତ ଅନ୍ୟ କେହି ବହୁତ୍ ଖରାପ ବ୍ୟବହାର ଦେଖାନ୍ତି । ତେବେ ବନ୍ଧୁଗଣ ଏହିସବୁ ତାଙ୍କ ସଂସ୍କାର ଦ୍ଵାରା ଚିହ୍ନଟ ହୁଏ । ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଆପଣଙ୍କ ପିଲାଙ୍କୁ ଉଚିତ୍ ଶିକ୍ଷା ଦେବାପାଇଁ ତେବେ ଏହି ୫ ଟି ଜିନିଷ ଉପରେ ନିହାତି ଧ୍ୟାନ ଦିଅନ୍ତୁ।

୧) ଗୁରୁଜନ ମାନଙ୍କୁ ସମ୍ମାନ – ଆପଣ ଯେଉଁ ଜାତିରେ ଯେଉଁ ଧର୍ମ ହେଇଥାନ୍ତୂ ନା କାହିଁକି ସବୁବେଳେ ନିଜ ପିଲାଙ୍କୁ ସର୍ବ ପ୍ରଥମେ ଗୁରୁଜନ ଙ୍କୁ ସମ୍ମାନ କରିବା ଶିଖାନ୍ତୁ । କାରଣ ପିଲା ମାନଙ୍କ ସମ୍ମାନ ରୁ ହିଁ ଆପଣଙ୍କ ପରିଚୟ ସୃଷ୍ଟି ହୁଏ ।

୨)ଈଶ୍ୱର ଭକ୍ତି – ପିଲା ମାନଙ୍କୁ ସବୁବେଳେ ଈଶ୍ୱର ଭକ୍ତି କରିବା ପାଇଁ ଶିକ୍ଷା ଦିଅନ୍ତୁ । ସକାଳେ ସନ୍ଧ୍ୟାରେ ଭଗବାନ ଙ୍କୁ କିଛି ସମୟ ଦେବାପାଇଁ ଶିକ୍ଷା ଦିଅନ୍ତୁ । ସବୁବେଳେ ପିଲା ମାନଙ୍କୁ ସବୁକିଛି ପ୍ରେମରେ ଶିଖାଇବାକୁ ଚେଷ୍ଟା କରନ୍ତୁ । ଈଶ୍ୱର ସବୁବେଳେ ଛୋଟ ପିଲାଙ୍କୁ ଅଧିକ ସ୍ନେହ କରନ୍ତି । ଏବଂ ସେହି ପିଲାମାନେ ଯଦି ତାଙ୍କୁ ମନେ ପକାଇବ ତେବେ ତାଙ୍କ ଭବିଷ୍ୟ ଉଜ୍ବଳ ମୟ ହେବ ।

୩) ଉତ୍ତମ ବ୍ୟବହାର – ବ୍ୟବହାର ଦ୍ଵାରା ଜଣା ପଡ଼ିଯାଏ ଆପଣ ଆପଣଙ୍କ ପିଲାମାନଙ୍କୁ କିପରି ଶିକ୍ଷା ଦିଅନ୍ତି । ବ୍ୟବହାର ଯଦି ଆପଣଙ୍କ ପିଲା ମୂଳରୁ ଭଲ ଶିଖି ଆସିବେ ତେବେ ସାରା ଜୀବନ ତାଙ୍କ ଜୀବନରେ ସୁନାମ ଅର୍ଜନ କରିବେ । ତେଣୁକରି ପିଲା ମାନଙ୍କୁ ସବୁବେଳେ ଉତ୍ତମ ବ୍ୟବହାର ପାଇଁ ଶିକ୍ଷା ଦେବା ଉଚିତ୍ ।

୪) ଧର୍ଯ୍ୟ ହରା ନ ହେବା – ସମୟ ସମୟରେ ପିଲାମାନେ ଧର୍ଯ୍ୟ ହେରା ହୋଇଥାନ୍ତି । ସେହି ସମୟରେ ଆମେ ତାଙ୍କୁ ଗାଳି ନକରି ଉତ୍ତମ ଭାବେ ବୁଝାଇବା ପାଇଁ ଚେଷ୍ଟା କରିବା । ଯାହା ଫଳରେ ଜୀବନରେ ଯେତେ କଷ୍ଟକର ପରିସ୍ଥିତି ଆସୁ ସେମାନେ ସାମ୍ନା କରିବା ପାଇଁ ସକ୍ଷମ ହେବେ ।

୫) ରାଗ ନିୟନ୍ତ୍ରଣ – ସାଧାରଣ ଭାବରେ ରାଗ ଛୋଟ ଛୁଆଙ୍କୁ ବେଶୀ ଲାଗିଥାଏ । ଏହି ଅଭ୍ୟାସ କୁ ଆପଣଙ୍କ ପିଲାଙ୍କ ସହ ଛୋଟ ବେଳୁ କିପରି ଜଡ଼ିତ ନ ହେବ ସେହିପରି ବାରମ୍ବାର ଚେଷ୍ଟା ରଖିଥିବେ । ସବୁବେଳେ ସବୁ ପରିସ୍ଥିତି ରେ ନିଜ ପିଲା ମାନଙ୍କୁ ଶାନ୍ତ ରହିବା ପାଇଁ ଶିକ୍ଷା ଦିଅନ୍ତୁ । ଯାହା ଫଳରେ ପିଲାମାନଙ୍କ ସ୍ଵଭାବ ରାଗି ହେବନାହିଁ ଏବଂ ସେମାନେ ସାରା ଜୀବନ ସବୁଠି ଆଦର ପାଇବେ ।

ନିହାତି ଆପଣଙ୍କ ପିଲାଙ୍କୁ ଦିଅନ୍ତୁ ଏହି ୫ ଶିକ୍ଷା ।

Leave a Reply

Your email address will not be published. Required fields are marked *