ଫୁଣି ସୁପ୍ରିମକୋର୍ଟ ର ଆଉ ଏକ ଐତିହାସିକ ରାୟ | ସ୍ତ୍ରୀ ଦେବ ସ୍ୱାମୀ କୁ ଭରଣ ପୋଷଣ ଟଙ୍କା…

 

ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ସବୁବେଳେ ପବିତ୍ର ହୋଇଥାଏ । ବିବାହ କୌଣସି ଛୋଟ କଥା ନୁହେଁ କୁହାଯାଏ ଯେ ବିବାହ କେବଳ ଏହି ଜନ୍ମ ପାଇଁ ନୁହେଁ ବରଂ ୭ ଜନ୍ମ ପାଇଁ ସେହି ବନ୍ଧନ ବାନ୍ଧି ହୋଇ ରହିଯାଏ । ବାହାଘର ବେଦିରେ ୭ ଘେରା ବୁଲି ସାତଟି ପ୍ରତିଶ୍ରୁତି ପରସ୍ପରଙ୍କୁ ଦେଇଥାନ୍ତି । ଯାହା ଦ୍ଵାରା ତାଙ୍କ ସମ୍ପର୍କ ମଧ୍ୟ ଠିକ୍ ସେହିପରି ନିବିଡ ହୋଇଯାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହେବେ ଯେ ପୂର୍ବ କାଳରେ ଲୋକ ମାନଙ୍କର ବିବାହ ବିଚ୍ଛେଦ ଏତେ ମାତ୍ରାରେ ହେଉନଥିଲା କିନ୍ତୁ ଏବେ ଅନେକ ମାତ୍ରାରେ ଏହା ହେବାରେ ଲାଗିଛି । ସାମାନ୍ୟ ବାଦ ବିବାଦକୁ ଲକ୍ଷ କରି ଅନେକ ଝଗଡ଼ା ହେଉଛି ଏବଂ ଏହା ବେଶୀ ମାତ୍ରାରେ ହେବାଦ୍ବାରା ତାଙ୍କର ଛାଡ଼ପତ୍ର ହେଉଛି । 

 

ଛାଡପତ୍ର ହେଲେ ଆଗରୁ ଏବଂ ଏବେ ମଧ୍ୟ ନିୟମ ରହିଛି ଯଦି ସ୍ବାମୀ ସ୍ତ୍ରୀ ଙ୍କୁ ଛାଡପତ୍ର ଦିଅନ୍ତି ତେବେ ସ୍ବାମୀ ସ୍ତ୍ରୀ ଙ୍କୁ ଭରଣ ପୋଷଣ ପାଇଁ କିଛି ଟଙ୍କା ଦିଅନ୍ତି । ଏବଂ ଏହି ଭରଣ ପୋଷଣ ପାଇଁ ସ୍ତ୍ରୀ ଅଧିକା ଦାବି କରିଥାନ୍ତି । କିନ୍ତୁ ଆଜି ଆପଣ ଏମିତି ଘଟଣା ଶୁଣିବେ ଯେଉଁଥିରେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଆଜିର ଘଟଣାରେ ଜଣେ ସ୍ତ୍ରୀ ଦେଉଛି ସ୍ୱାମୀଙ୍କୁ ଭରଣ ପୋଷଣ ଯାହା ଦ୍ବାରାକି ସ୍ବାମୀ ମଧ୍ୟ ଉପକୃତ ହେଉଛନ୍ତି । ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଦେଇଛି । 

 

ମହାରାଷ୍ଟ୍ର ରୁ ଆସିଛି ଏମିତି ଖବର । ଖବର ଟି ମଧ୍ୟ ଶତ ପ୍ରତିଶତ ସତ ଅଟେ । ମହାରାଷ୍ଟ୍ର ର କୋର୍ଟ ରେ ଏକ ମାମଲା ପହଞ୍ଚି ଥିଲା ଯେଉଁଥିରେ ସ୍ବାମୀ ସ୍ତ୍ରୀ ବିବାହ ବିଚ୍ଛେଦ ଚାହିଁଥିଲେ । ସ୍ବାମୀ ସ୍ତ୍ରୀ ୧୯୯୨ ମସିହାରେ ବିବାହ କରିଥିଲେ ଏବଂ ତାଙ୍କର ଛାଡପତ୍ର ୨୦୧୫ ମସିହାରେ ହୋଇଥିଲା । ସ୍ତ୍ରୀ ଙ୍କ କହିବା ଅନୁଯାୟୀ ସ୍ବାମୀ ତାଙ୍କ ପ୍ରତି ଦିନକୁ ଦିନ କଠୋର ହୋଇପଡ଼ିଥିବାର ଜଣାଇ ଥିଲେ । ଏବଂ ସେ ତାଙ୍କ ସହ ଆଉ ରହିବା ପାଇଁ ଚାହାନ୍ତି ବୋଲି ସ୍ପଷ୍ଟ କରିଥିଲେ । ଦୁହିଁଙ୍କ ଅନୁମତି କ୍ରମେ ଛାଡପତ୍ର ହୋଇଥିଲା । ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଥିଲା । 

 

କନ୍ୟା ସନ୍ତାନ ମା ପାଖରେ ରହିବା ପାଇଁ ସ୍ଥିର ହେଲା । ବାସ୍ତବରେ ସ୍ବାମୀ ମଧ୍ୟ ସ୍ତ୍ରୀ ଙ୍କ ପକ୍ଷରେ ପିଟିସନ ଦାଖଲ କଲେ ଏବଂ ତାଙ୍କ ସ୍ତ୍ରୀ ଚାକିରି କରୁଥିବାରୁ ତାଙ୍କଠାରୁ ମାସିକ ୧୦୦୦୦ ଟଙ୍କା ଭରଣ ପୋଷଣ ପାଇଁ ଆବେଦନ କଲେ । ଯେହେତୁ ବିବାହ ପରେ ତାଙ୍କ ସ୍ତ୍ରୀ ଙ୍କୁ ପାଠ ପଢ଼ାଇ ଚାକିରି କରାଇବାରେ ସ୍ବାମୀ ସକ୍ଷମ ହୋଇଛନ୍ତି ତାହା ଚିନ୍ତା କରି ଭରଣ ପୋଷଣ ପାଇଁ ଆବେଦନ କଲେ । କିନ୍ତୁ ସ୍ତ୍ରୀ ଏଥିରେ ରାଜି ନଥିଲେ କାରଣ ତାଙ୍କ ଝିଅର ଦାୟିତ୍ଵ ତାଙ୍କ ଉପରେ ଥିଲା । 

 

ଏହି ଘଟଣା ଉପରେ ଅନେକ ବିଚାର ହେଲା ଏହା ପରେ କୋର୍ଟ ୩୦୦୦ ଟଙ୍କା ମାସିକ ସ୍ୱାମୀଙ୍କୁ ଭରଣ ପୋଷଣ ପାଇଁ ମଞ୍ଜୁର କଲେ । ସ୍ବାମୀ ତାଙ୍କର କିଛି କରୁନଥିବା ହେତୁ ସ୍ତ୍ରୀ ଯେହେତୁ ଯୋଗ୍ୟ ଏବଂ ସରକାରୀ ଚାକିରୀ ମଧ୍ୟ କରିଥିଲେ ସେହି ସମସ୍ତ କଥାକୁ ବିଚାର କରି ମାନ୍ୟବର କୋର୍ଟ ସ୍ବାମୀଙ୍କ ଭରଣ ପୋଷଣ ପାଇଁ ୩୦୦୦ ଟଙ୍କା ଜାରି କରିଥିଲେ । ଏହି ଘଟଣା ସମସ୍ତେ ଜାଣିବା ପରେ ବିଶ୍ୱାସ କରିନଥିଲେ କିନ୍ତୁ ଶତ ପ୍ରତିଶତ ଏହି ଘଟଣା ସତ୍ୟ ଅଟେ ।

Leave a Reply

Your email address will not be published.