ଭଲ ଚାକିରୀ ଟିଏ କରିବାର ସ୍ବପ୍ନ ସମସ୍ତଙ୍କର ଥାଏ । କିନ୍ତୁ ବର୍ତ୍ତମାନ ର କମ୍ପିଟେସନ ଯୁଗରେ କେଉଁଠି ନା କେଉଁଠି ଅନେକ ପ୍ରତିଯୋଗୀ ନିରାଶ ହେଉଛନ୍ତି । ଭଲ ଚାକିରୀ ଟେ ପାଇବା ପାଇଁ ଲୋକମାନେ ଦିନରାତି ପରିଶ୍ରମ କରୁଥିବା ବେଳେ ବର୍ତ୍ତମାନ ଚାକିରି ପାଇବାର ଆଶା ଦିନ ରାତି କମିବାରେ ଲାଗିଛି ବର୍ତ୍ତମାନ ଯୁବପିଢି ଙ୍କ ଆଗରେ । ତେବେ ବର୍ତ୍ତମାନ ଆମ ପାଖରେ ପହଞ୍ଚିଛି ଏକ ନିଯୁକ୍ତି ସୁଯୋଗ ଯେଉଁଥିରେ ୩୦ ଟି ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ଆବେଦନ କରି ପାରିବେ । ଏବଂ ଏହି ଚାକିରି ରେ ୩୬୩୩ ଟି ପୋଷ୍ଟ ଖାଲି ରହିଛି ।
ଏହି ଚାକିରି ଟି ପଞ୍ଚାୟତ ସ୍ତର୍ ଏବଂ ବ୍ଲକ ସ୍ତରୀୟ ଅଟେ । ଏହା ଓଡ଼ିଶା ସରକାର ଙ୍କ ଦ୍ଵାରା ପରିଚାଳିତ ଅଟେ ଏବଂ ଏହା ସ୍ବାସ୍ଥ୍ୟ ଏବଂ ପରିବାର ବିଭାଗ ର ଚାକିରି ଅଟେ । ଏହାକୁ ସମସ୍ତେ ଆବେଦନ କରିପାରିବେ । ୧୦ ମ ପାସ ଠାରୁ +୩ ପର୍ଯ୍ୟନ୍ତ ଏବଂ ନର୍ସିଂ କରିଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହି ଚାକିରି ରେ ଆବେଦନ କରିବା ପାଇଁ ସମ୍ପୂର୍ଣ ଯୋଗ୍ୟ ଅଟନ୍ତି । ସମୁଦାୟ ପୋଷ୍ଟ ୩୬୩୩ ଟି ପୋଷ୍ଟ ଥିବାବେଳେ ଏହା ସମସ୍ତ ବର୍ଗର ଛାତ୍ର ଛାତ୍ରୀଙ୍କ ପାଇଁ ରହିଛି। ସମସ୍ତେ ସମସ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ହିସାବରେ ଏହାକୁ ଆବେଦନ କରିପାରିବେ ।
ଯେହେତୁ ଏହି ପୋଷ୍ଟ ରେ ଅଧିକ ସିଟ ରହିଛି ଏହି ମଧ୍ୟରେ ଅନେକ ଛାତ୍ର ଛାତ୍ରୀ ନିଯୁକ୍ତି ପାଇବାର ସମ୍ଭାବନା ଅଧିକ ରହିଛି । ଏହା ୨୯/୩/୨୦୨୨ ରେ ବାହାରିଥିବା ବେଳେ ଆବେଦନ କରିବାର ସମୟ ସୀମା ଧାର୍ଯ୍ୟ ହୋଇନାହିଁ । ଖୁବ୍ ଶୀଘ୍ର ଏହାର ଆବେଦନ ସମୟ ଅନଲାଇନ୍ ମାଧ୍ୟମରେ ପ୍ରକାଶ ପାଇବ ଏବଂ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସମସ୍ତ ଛାତ୍ର ଛାତ୍ରୀ ମାନେ ଆବେଦନ କରିପାରିବେ । ଯଦି ଆପଣ କେଉଁ ଜିଲ୍ଲାରେ କେତେଟି ପୋଷ୍ଟ ଖାଲି ରହିଛି ଜାଣିବାକୁ ଚାହୁଁଛନ୍ତି ତେବେ ଅନଲାଇନ୍ ରେ ଅଫିସିଆଲ୍ ଭାବେ ଓଡ଼ିଶା ସରକାର ସ୍ବାସ୍ଥ୍ୟ ବିଭାଗ କୁ ଯାଇ ଦେଖି ପାରିବେ ।
ଏହି ପୋଷ୍ଟ ରେ ଅଧିକ ପୋଷ୍ଟ ଥିବାରୁ ଅନେକ ଙ୍କ ଆବେଦନ ସଫଳ ହେବାରେ ଆଶା ରହିଅଛି ।ତେଣୁକରି ଏହାକୁ ନିହାତି ଭାବେ ଆବେଦନ କରିବା ପାଇଁ ଚେଷ୍ଟା କରନ୍ତୁ । ଚାକିରି କରିବା ପାଇଁ ଆଜିକାଲି ଯୁବ ପିଢ଼ି ଆଗ୍ରହୀ ଥିବା ବେଳେ ଏହା ତାଙ୍କ ପାଇଁ ଏଇ ସୁବର୍ଣ୍ଣ ସୁଯୋଗ ହୋଇପାରେ। ବର୍ତ୍ତମାନ ସୁଦ୍ଧା ଏହାର ଆବେଦନ ପ୍ରକ୍ରିୟା ଜାରି ହୋଇନାହିଁ ଏହା ଏହି ମାସରେ ଆବେଦନ କରିବାର ସମୟ ସୀମା ଧାର୍ଯ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଏହାକୁ ଆପଣ ଚାହିଁଲେ ଅନଲାଇନ୍ ଆବେଦନ କରିପାରିବେ । ଆପଣଙ୍କୁ ଏହାକୁ ଆବେଦନ କରିବାପାଇଁ ଆପଣଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଅନୁସାରେ କାଗଜ ପତ୍ର ସବୁ ଠିକ୍ ହେବା ଆବଶ୍ୟକ । ଯେମିତି କି ଜନ୍ମ ତାରିଖ ବର୍ଷ ମାସ । ଏବଂ ନିଜ ନାଁ ର ସ୍ପେଲିଂ ଯାହାକି ଆଧାର କାର୍ଡ ଠୁ ଆରମ୍ଭ କରି ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ କାଗଜପତ୍ର ରେ ସ୍ପେଲିଂ ଠିକ୍ ଥିବା ନିହାତି ଆବଶ୍ୟକ ହେବ ।