ସ୍ୱାମୀମାନେ ଏହି ଦୁଇଟି କଥା କେବେବି ସ୍ତ୍ରୀକୁ କୁହନ୍ତୁ ନାହିଁ । ତାପରେ ଦେଖିବେ କେମିତି ସୁଖ ଓ ଶାନ୍ତି ରେ ରହିବ ଘର…

 

ବନ୍ଧୁଗଣ ଥରେ ଭଗବାନ ଶଙ୍କର ଙ୍କ ଉପରେ ମାତା ପାର୍ବତୀ ଅଭିମାନ କରିଥିଲେ ଏବଂ ଏଥିପାଇଁ ପ୍ରଭୁ ଙ୍କ ସହ କଥା ହେଉ ନଥିଲେ । ପ୍ରଭୁ ଏହି କଥା ଜାଣିପାରି ଦେବୀ ଙ୍କୁ ପଚାରିଲେ ଦେବୀ ଆପଣଙ୍କ ର କଣ ହୋଇଛି ଆପଣ ମୋ ଉପରେ ଏପରି ଅଭିମାନ କରିଛନ୍ତି । ଏହାପରେ ପାର୍ବତୀ ତାଙ୍କୁ କହିଲେ ଯେ ,ଆପଣ ମତେ ପ୍ରେମ କରନ୍ତି କି ନାହିଁ ପ୍ରଥମେ ଏହା କୁହନ୍ତୁ । ଏହାପରେ ପ୍ରଭୁ କହିଲେ ଯେ ,ଦେବୀ ଏମିତି କଣ କହୁଛ ମୁଁ ତୁମକୁ ବହୁତ ପ୍ରେମ କରେ ।

 

  ଶଙ୍କର ଙ୍କ ପାଟିରୁ କଥା ସରୁ ସରୁ ମା ପାର୍ବତୀ କହିଲେ ପ୍ରଭୁ ଏ ଅମର କଣ ଅଟେ ।ପ୍ରଭୁ ଏହାପରେ ଚିନ୍ତା କଲେ ଯେ ଦେବୀ ଙ୍କୁ ଏ କଥା କିଏ କହିଦେଲେ । କେତେବେଳେ କଣ ଘଟିଛି ଏବଂ କଣ ନାହିଁ ଦେଖିବାକୁ ପ୍ରଭୁ ନିଜର ଦିବ୍ୟ ଚକ୍ଷୁ ବନ୍ଦ କରି ଦେଖିଲେ । ପ୍ରଭୁ ଏହାପରେ କହିଲେ ଯେ ମୁଁ ଯଦି ଏହି କଥା ତୁମକୁ ଜଣାଇ ନାହିଁ ତାହେଲେ ଏବେ ତୁମକୁ ଜଣାଇ ଦେଉଛି । ଆଉ ଏହାପରେ ମାତା ପାର୍ବତୀ ଶୁଣିବା ପାଇଁ ଆଗ୍ରହ ର ସହ ବସିଲେ । କିନ୍ତୁ ଭଗବାନ୍ ଶଙ୍କର କହିବାରେ ବିଳମ୍ୱ କରିବାରୁ ମାତା ପାର୍ବତୀ ପୁଣି ଥରେ ପଚାରିଲେ ।

 

ଏହାପରେ ପ୍ରଭୁ କହିଲେ ଯେ , ମୁଁ ତୁମକୁ ଏହି କଥା ବହୁତ୍ ଆଗରୁ ଜଣାଇ ପାରିଥାନ୍ତି କିନ୍ତୁ ଗୋଟେ କାରଣ ପାଇଁ ଶୁଣେଇ ପାରିନାହିଁ । ପ୍ରଭୁ କହିଲେ ଯେ ମହିଳା ଙ୍କ ଠାରେ ଏହି ଖରାପ ଗୁଣ ଅଛି । ମାତା ସେହି ଖରାପ ଗୁଣ ବିଷୟରେ ପଚାରିବାରୁ ପ୍ରଭୁ କହିଲେ ଯେ ,ମହିଳା ମାନେ କୌଣସି କଥା କୁ ଲୁଚେଇ ରଖି ପାରନ୍ତି ନାହିଁ ।ପ୍ରଭୁ କହିଲେ ଯେ ମହିଳା ମାନେ ଏକାଠି ହେଲେ ସବୁ କଥା ପରସ୍ପର ଙ୍କୁ କହିଦେଇ ଥାଆନ୍ତି । କିନ୍ତୁ ଅମର କଥା ସମ୍ପୂର୍ଣ ଗୋପନୀୟ ହୋଇଥାଏ ଏବଂ  ଏହା କାହାକୁ କୁହା ଯାଇ ନଥାଏ ।

 

ପ୍ରଭୁ କହିଲେ ଯେ ଏହି କଥା ଯିଏ ଶୁଣେ ସେ ଅମର ହୋଇଯାଏ । ଏହାପରେ ମାତା ପାର୍ବତୀ ଙ୍କ ସହ ପ୍ରଭୁ ଯାଇ କୈଳାସ ପର୍ବତ ରେ ଥିବା ଏକ ବଟ ବୃକ୍ଷ ତଳେ ବସିବାକୁ ଗଲେ । ଏହାପରେ କିଛି କଥା କହିବା ପୂର୍ବରୁ ପ୍ରଭୁ ତାଳି ମାରିଲେ ଏବଂ ସମସ୍ତ ଜୀବଜନ୍ତୁ ସେହି ଜାଗା ଛାଡି ପଳାଇଲେ । ଯାହା ଦ୍ଵାରା ତାଳି ର ମହତ୍ତ୍ଵ ବେଶୀ ଜଣାଯାଏ ଏବଂ ଏଥିପାଇଁ ସବୁବେଳେ ପୂଜା କ୍ଷେତ୍ର ରେ ତାଳି ର ବ୍ୟବହାର ହୁଏ । ଯାହା ଦ୍ଵାରା ଭଗବାନ ଙ୍କ ସହ ନିକଟତର ହେବାପାଇଁ ମାର୍ଗ ଖୋଲିଯାଏ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *