କୃଷକ ଆମ ମେରୁଦଣ୍ଡ । କୃଷକ ମାନଙ୍କ ପାଇଁ ଆଜି ଆମେ ଖାଦ୍ୟ ଖାଇପାରୁଛେ । ଖାଦ୍ୟ ବିନା ଆମେ ବଞ୍ଚି ରହିପାରିବା ନାହିଁ ଖାଦ୍ୟ ଆମ ଶରୀର କୁ ଶକ୍ତି ଯୋଗାଇ ଦେଇଥାଏ । ଯଦି ବର୍ତ୍ତମାନ ସୁଦ୍ଧା ଆମେ ଖାଇ ପି ସୁସ୍ଥ ଅଛେ ତେବେ ଏହାର ମୂଳରେ କୃଷକ ଙ୍କ ହିଁ ହାତ ଅଟେ । କିନ୍ତୁ କୃଷକଙ୍କୁ ନେଇ ଏକ ସର୍ଭେ ରେ ଜଣା ଯାଇଥିଲା କୃଷକ ଚାଷ ରୁ କେବଳ ପରିବାର ପୋଷିବା ଛଡ଼ା ଅନ୍ୟ କିଛି କରିପାରୁ ନାହାନ୍ତି । ଯାହାଫଳରେ କୃଷକ ମାନଙ୍କ ପାଇଁ ସରକାର ଆଣିଦେଲେ ଅନେକ ସୁବିଧା । ସେ ମଧ୍ୟରୁ ପିଏମ କିସାନ ଯୋଜନା ଏକ ଯୋଜନା ।
ପି ଏମ କିଷାନ ଯୋଜନାକୁ ନେଇ ବର୍ତ୍ତମାନ ଆସିଛି ଖୁସି ଖବର । ବର୍ତ୍ତମାନ ଏହି ଯୋଜନାରେ ଚାଷୀ ମାନେ ବାର୍ଷିକ ପାଇବେ ୩୬୦୦୦ ଟଙ୍କା । ଏହି ଯୋଜନାରେ ଆପଣଙ୍କୁ ଯୋଡ଼ି ହେବାକୁ ହେଲେ ଆପଣଙ୍କୁ ଆପଣଙ୍କ ବୟସ ସୀମା ଅନୁସାରେ ବିନିଯୋଗ କରିବାକୁ ହେବ ଏବଂ ଆପଣ ଏହି ଯୋଜନାରେ ଲାଭବାନ ହୋଇପାରିବେ । ତେବେ ଆସନ୍ତୁ ଜାଣିବା କେମିତି ପାଇବେ ଲାଭ ।
୧) ଆପଣଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ ।
୨) ଅତି ବେଶୀରେ କୃଷକ ଙ୍କ ପାଖରେ ଚାଷ ଜମି ୨ ହେକ୍ଟର ଥିବା ଆବଶ୍ୟକ
୩) ୨୦ ବର୍ଷ ଠାରୁ ୪୦ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାରେ ବିନିଯୋଗ କରିପାରିବେ ।
୪) ୧୮ ବର୍ଷ ରେ ଯୋଗ ଦେଉଥିବା କୃଷକ ମାନଙ୍କୁ ମାସିକ ୫୫ ଟଙ୍କା ବିନିଯୋଗ କରିବାକୁ ହେବ ।
୫) ଯଦି କୃଷକ ଙ୍କ ବୟସ ୩୦ ବର୍ଷ ହୋଇଯାଇ ଥାଏ ତେବେ ତାଙ୍କୁ ମାସିକ ୧୧୦ ଟଙ୍କା ଜମା କରିବାକୁ ହେବ ।
୬) ଯଦି ଆପଣ ୪୦ ବର୍ଷ ରେ ଏହି ଯୋଜନାରେ ବିନିଯୋଗ କରନ୍ତି ତେବେ ମାସିକ ଆପଣଙ୍କୁ ୨୦୦ ଟଙ୍କା ଦେବାକୁ ପଡିବ ।