ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଛାଡ଼ପତ୍ର ପରେ ସ୍ତ୍ରୀ ବି ସ୍ୱାମୀକୁ ଦେବ ଭରଣ ପୋଷଣ ପାଇଁ ଟଙ୍କା । ଏମିତି ରାୟ ଦେଲେ କୋର୍ଟ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
କୌଣସି ବିବାହ ଯୋଡିଙ୍କ ବିବାହ ବିଚ୍ଛେଦ ମାମଲା ଅନେକ ଦେଖିଥିବେ । ଆଉ ଏଥିପାଇଁ ସ୍ୱାମୀ ସ୍ତ୍ରୀକୁ ଭରଣ ପୋଷଣ ପାଇଁ ଅର୍ଥ ମଧ୍ୟ ଦିଅନ୍ତି । କିନ୍ତୁ ଔରଙ୍ଗାବାଦ ହାଇକୋର୍ଟ ଏଭଳି ଏକ ମାମଲାର ଶୁଣାଣି କରିଛନ୍ତି ଯେ, ଏବେ କେବଳ ପୁରୁଷ ନୁହେଁ ମହିଳାଙ୍କୁ ମଧ୍ୟ ସ୍ୱାମୀର ଭରଣପୋଷଣ ପାଇଁ ମାସକୁ ପଇସା ଦେବାକୁ ପଡିବ । ଔରଙ୍ଗାବାଦରେ ବମ୍ବେ ହାଇକୋର୍ଟ ବେଞ୍ଚ କିଛି ଆଦେଶ ଦେଇଛନ୍ତି।
ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ମହିଳା ଜଣକ ନିଜ ପୂର୍ବ ସ୍ୱାମୀଙ୍କୁ ମାସକୁ ୩ ହଜାର ଟଙ୍କା ଭରଣ ପୋଷଣ ଦେବାକୁ ହେବ । ତେବେ ମହିଳା ଜଣକଙ୍କୁ ତାଙ୍କ ସ୍ଵାମୀ ମାସିକ ୧୦ ହଜାର ଟଙ୍କା ଦେବାକୁ ଦାବି କରିଥିଲେ । କିନ୍ତୁ ଝିଅର ଲାଳନ ପାଳନ ଠାରୁ ପାଠ ପଢ଼ା ପର୍ଯ୍ୟନ୍ତ ସବୁ ଦାୟିତ୍ଵ ମା ଉପରେ ଥିବାରୁ ୩୦୦୦ ଟଙ୍କା ଦେବାକୁ ଠିକ୍ ହୋଇଥିଲା । ମହିଳାଙ୍କ ପୂର୍ବ ସ୍ୱାମୀଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନାହିଁ ବୋଲି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାପଡିଛି ।
୨୦୧୭ ମସିହାରେ ମହିଳାଙ୍କୁ କୋର୍ଟ ପୂର୍ବ ସ୍ୱାମୀଙ୍କୁ ବିଚ୍ଛେଦ ଭତ୍ତା ଦେବାକୁ କହିଥିଲେ । କିନ୍ତୁ ମହିଳା ଜଣକ କୋର୍ଟଙ୍କ କଥା କିଛି ଶୁଣି ନଥିଲେ । ଏହା ପରେ ମହିଳା ଜଣକ ଔରଙ୍ଗାବାଦ କୋର୍ଟରେ ଅପିଲ୍ କରିଥିଲେ । ମହିଳା ଜଣକ ଏହି ମାମଲାରେ କହିଥିଲେ ଯେ, ତାଙ୍କ ବିବାହ ୧୯୯୨ ରେ ହୋଇଥିଲା କିନ୍ତୁ କିଛି ବର୍ଷପରେ ବିବାହ ବିଚ୍ଛେଦ ହୋଇଗଲା । ୨୦୧୫ରେ ମହିଳା ଏବଂ ତାଙ୍କ ପୂର୍ବ ସ୍ୱାମୀ ସହିତ ଛାଡପତ୍ର ହୋଇଥିଲା । କୋର୍ଟ ତାଙ୍କ ଛାଡପତ୍ରକୁ ମଞ୍ଜୁର କରିଥିଲେ ।
କିନ୍ତୁ ଏହା ଉପରେ କୋର୍ଟ ସ୍ୱାମୀଙ୍କ ପକ୍ଷରୁ ହିନ୍ଦୁ ମ୍ୟାରେଜ ଆକ୍ଟ ଧାରା ୨୫ ଅନୁସାରେ ସ୍ୱାମୀଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିବା କାରଣରୁ ସ୍ୱାମୀକୁ ଭରଣପୋଷଣ ଭତ୍ତା ଦେବାକୁ ଆଦେଶ ଦେଇଥିଲେ । ଔରଙ୍ଗାବାଦ ହାଇକୋର୍ଟଙ୍କ କହିବା ଅନୁଯାୟୀ, ହିନ୍ଦୁ ମ୍ୟାରେଜ ଆକ୍ଟ ଧାରା ୨୪ ଏବଂ ୨୫ ଅନୁଯାୟୀ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରୁ କୌଣସି ଜଣଙ୍କର ଆର୍ଥିକ ସ୍ଥିତି ଠିକ ନଥିଲେ ଅନ୍ୟ ପକ୍ଷରୁ ଭରଣ ପୋଷଣ ଭତ୍ତା ଦେବାକୁ ବାଧ୍ୟ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।