BJD ତରଫରୁ ମିଳିଲା ଆଭାସ ! ଅନୁଭବ ଙ୍କୁ ନେଇ ଆସିଛି ଏକ ବଡ଼ ଖବର…

 

ନମସ୍କାର ବନ୍ଧୁଗଣ ଆମ ଖବର ୱେବ ପୋର୍ଟାଲ କୁ ଆଜି ଆମେ ଜାଣିବା ଅନୁଭବ ଙ୍କୁ ନେଇ ଆସିଥିବା ବଡ଼ ଖବର ବିଷୟରେ |

ନିକଟରେ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ବସି ଅନୁଭବ ଫଟୋ ଉଠାଇଛନ୍ତି । ଏମିତିକି ମୁଖ୍ୟମନ୍ତ୍ରୀ ଅନ୍ୟ ମାନଂକ ଭଳି ଅନୁଭବ ଙ୍କ ସହ ମଧ୍ୟ କଥା ହୋଇଥିଲେ ଯାହାକୁ ନେଇ ତାଙ୍କ ନାମ ରେ ଉଠିଥିବା ବାର୍ତ୍ତା ଗୁଜବ ବୋଲି ବାର୍ତ୍ତା ଦେଇଥିଲା । ତେବେ ଖୁବ୍ ଶୀଘ୍ର ଅନୁଭବ ମହାନ୍ତି ପୁଣି କେନ୍ଦ୍ରାପଡ଼ା କୁ ଫେରିବେ ବୋଲି ଶୁଣିବାକୁ ମିଳୁଛି । ଦଳୀୟ କାର୍ଯ୍ୟକ୍ରମ ରେ ସେ ସାମିଲ ହେବେ ବୋଲି ତାଙ୍କ ନିକଟତମ ମହଲ ରୁ ଜଣା ପଡ଼ୁଛି ।

 

ଲକ୍ଷାଧିକ ଭୋଟ ରେ କେନ୍ଦ୍ରାପଡ଼ା ରୁ ଜିତି ସମସ୍ତଙ୍କୁ  ଆ-ଶ୍ଚ-ର୍ଯ୍ୟ କରିଦେଇଥିବା ଅନୁଭବ ଙ୍କୁ ବଦନାମ୍ କରିବାକୁ କିଛି ଜଣ ଉଦ୍ୟମ କରୁଥିବା ବେଳେ ବିଲେଇ କପାଳ କୁ ସିକା ଛିଣ୍ଡିବା ଭଳି ପତ୍ନୀ ଙ୍କ ସହ ବିବାହ ଜନିତ ବିଚ୍ଛେଦ ତାଙ୍କୁ ବେଶୀ ବିବାଦୀୟ କରି ପକାଇଥିଲା । ତେବେ ଭୋଟ ଉପରେ ପ୍ରଭାବ ପଡ଼ିବା ଭୟ ରେ ଅନୁଭବ ନିଜ ଆଡ଼ୁ ନିର୍ବାଚନ ପ୍ରଚାର କୁ ଯାଇ ନଥିଲେ । ତାଙ୍କ ପାଇଁ ଦଳ ବଦନାମ୍ ନ ହେଉ ବୋଲି ସେ ଚୁପ୍ ରହିଥିଲେ ।

 

କିନ୍ତୁ ସୁଯୋଗ ଖୋଜି ତାଙ୍କୁ ଚର୍ଚ୍ଚା କୁ ଅଣା ଯାଇ ଦଳ ତାଙ୍କୁ ସାଇଡ୍ କରିଦେଇଛି ବୋଲି ଶୁଣା ଯାଉଥିଲା । ତେବେ ବର୍ତ୍ତମାନ ନବୀନ ଙ୍କ ସହ ଅନୁଭବ ଙ୍କ କଥାବାର୍ତ୍ତା ଏବଂ ଫଟୋ ଗୋଟେ ଉତ୍ତର ବୋଲି କୁହା ଯାଇପାରେ । ବିଭିନ୍ନ ସମୟରେ ଲୋକସଭା ରେ ଲୋକ ମାନଙ୍କ ପ୍ରସଙ୍ଗ ଉଠାଇଛନ୍ତି ଅନୁଭବ ଏବଂ ଅନେକ ଥର ତାଙ୍କର ପ୍ରଶଂସା ମଧ୍ୟ ହୋଇଛି । ତାଙ୍କ ଉପରେ ଥିବା ଦଳ ର ଭରସା କୁ ସେ କେବେ ଭାଙ୍ଗି ନାହାଁନ୍ତି ।ଆଉ ଏବେ ପୂର୍ବ ଭଳି ସେ ପୁଣି ଥରେ ଦଳୀୟ କାର୍ଯ୍ୟକ୍ରମ ରେ ସାମିଲ ହେବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.