ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଥିବେ ଯେ ,ବର୍ତ୍ତମାନ ସମୟ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ନେଇ ଅଧିକ ରାଜନୈତିକ ଚର୍ଚ୍ଚା ଆଲୋଚନା ହେଉଛି ଏବଂ ବିବାଦ ମଧ୍ୟ ବଢୁଛି । ତେବେ ଏଥି ମଧ୍ୟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାଂସଦ ଅପରାଜିତା ଙ୍କୁ ଟୁଇଟ କରି ଅନେକ ଗୁଡ଼ିଏ କଥା ସବୁ କହିଛନ୍ତି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ବର୍ଷା ପ୍ରିୟଦର୍ଶିନୀ ସାଂସଦ ଅପରାଜିତା ଙ୍କୁ ଟୁଇଟ କରି ଟାର୍ଗେଟ କଲା ଭଳି କେଉଁ ସବୁ କଥା କହିଛନ୍ତି,ଆସନ୍ତୁ ଜାଣିବା ।
ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଟୁଇଟ ରେ ଏହା ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ,ପୁରୀ ରେ ମହିଳା ଙ୍କ ପାଇଁ କୌଣସି ଟଏଲେଟ ଦେଖିବାକୁ ମିଳି ନଥାଏ। ଆଉ ଏହାପରେ ବର୍ଷା କହିଛନ୍ତି ଯେ ,ସରକାର ବର୍ତ୍ତମାନ ପୁରୀ ରେ ଏହି ସୁବିଧା ଦେବାକୁ ଚାହୁଁ ଥିବା ବେଳେ ଅପରାଜିତା ଷଡଙ୍ଗୀ ଙ୍କ କଣ ଅସୁବିଧା ହେଉଛି ?
ଏହାପରେ ବର୍ଷା ଟୁଇଟ କରି ଏହା ଲେଖିଛନ୍ତି ଯେ ,ମନ୍ଦିର କୁ ନେଇ କୌଣସି ପ୍ରକାରର ରାଜନୀତି କରନ୍ତୁ ନାହିଁ । ତେବେ ଅନ୍ୟ ପଟରେ ସେ ବଦ୍ରୀନାଥ ଓ କାଶୀ ବିଶ୍ଵନାଥ ମନ୍ଦିର ର ଉନ୍ନତିକରଣ ପ୍ରକଳ୍ପ କୁ ପ୍ରଶଂସା କରୁଥିବା ବେଳେ ପୁରୀ ଓ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ର ପ୍ରକଳ୍ପ କୁ ବିରୋଧ କରିଛନ୍ତି ।
ସେ କହିଛନ୍ତି ଯେ ଏହି ସୁବିଧା କରାଗଲେ ଅନେକ ଭକ୍ତ ମାନେ ଏହା ଦ୍ଵାରା ଉପକୃତ ହେବେ ,ହେଲେ ତାଙ୍କର ଅସୁବିଧା କଣ ହେଉଛି ।ବର୍ଷା ପ୍ରିୟଦର୍ଶିନୀ ଏହା କହିଛନ୍ତି ଯେ , ଅପରାଜିତା ଷଡଙ୍ଗୀ ଙ୍କୁ ଜଣେ ବିଜ୍ଞ ରାଜନେତା ବୋଲି ମୁଁ ଭାବୁଥିଲି ଏବଂ ସେ ରାଜନୀତି ରେ ପ୍ରବେଶ କଲେ ଯେତେବେଳେ ମୁଁ ଭାବିଲି ଓଡିଶା ର ବିକାଶ ପାଇଁ କାମ କରିବେ ବୋଲି । ହେଲେ ବର୍ତ୍ତମାନ ସେ ମତେ ନିରାଶ କରିଦେଇଛନ୍ତି ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିବା ପରେ ଏହା ବେସ୍ ବିବାଦ କୁ ଆସିଛି । ତେବେ ଦେଖାଯାଉ ଆଗାମୀ ଦିନ ରେ କଣ ହେଉଛି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଏଭଳି ପ୍ରଶ୍ନ ରେ ଅପରାଜିତା ଷଡ଼ଙ୍ଗୀ କେଉଁ ପ୍ରତିକ୍ରିୟା ରଖୁଛନ୍ତି । ତେବେ ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀ ଙ୍କ କଥା ଟି ଆପଣ ମାନଙ୍କୁ କେତେ ଦୂର୍ ଯଥାର୍ଥ ଲାଗୁଛି ନିଶ୍ଚିନ୍ତ ଭାବରେ କମେଣ୍ଟ ମାଧ୍ୟମ ରେ ଜଣାନ୍ତୁ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।